ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା ଉପରେ ତାଲିମ 

ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା ଉପରେ ତାଲିମ 

ଡାବୁଗାଁ, ୧୩/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷ ଠାରେ ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା ଉପରେ ଏକ ତାଲିମ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଶିକ୍ଷକ ଭାବେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ଓଏଲଏମ ବିପିଏମ ଦୀପ୍ତି କିଶୋର ନାୟକ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ ପ୍ରମୁଖ ଯୋଗ ଦେଇ ତାଲିମ ଦେଇଥିଲେ | ଏଥିରେ ଜଳ ଜୀବନ ଏବଂ ବସୁଧା ଯୋଜନା, ଜଳ ଜୀବନ ମିଶନ ର ଉପାଦାନ, ଜଳ ଯୋଗାଣ ଯୋଜନାର ପ୍ରକାର, ଗ୍ରାମୀଣ ପାଇପ ଯୋଗେ ଜଳ ଯୋଗାଣ ପାଇଁ ଉପଯୁଥିବା ସମସ୍ୟା ଓ ବିପଦ, ଜଳ ଯୋଗାଣର ପରିଚାଳନା, ପାଇପ ଜଳ ଯୋଗାଣ ଆମ ଘରେ କିପରି ପହଞ୍ଚେ, ପାନୀୟ ଜଳ କିପରି ଦୂଷିତ ହୁଏ, ଜଳର ରାସାୟନିକ ପ୍ରଦୂଷଣ, ଗ୍ରାମ୍ୟ ଜଳ ଓ ପରିମଳ କମିଟି ଆଦି ଉପରେ ତାଲିମ ଦିଆଯାଇଥିଲା | ଏଥିରେ ସରପଞ୍ଚ ୬ ଜଣ, ୱାର୍ଡ ସଭ୍ୟ ୧୪ ଜଣ ଓ ଅଙ୍ଗନୱାଡି କର୍ମୀ ୫୦ ଜଣ ମୋଟ ୭୦ ଜଣ ତାଲିମ ନେଇଥିଲେ | ଏହି କାର୍ଯ୍ୟକ୍ରମକୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

ଯୋଡ଼ାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ନାଗାର୍ଜୁନ ମକର ଯାତ୍ରା ନିମନ୍ତେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!