ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧାୟିକା ସୀମାରାଣୀ ଙ୍କ ହିନ୍ଦୋଳ ଏନ୍ ଏ ସି ଗସ୍ତ କାର୍ଯ୍ୟକ୍ରମ

 ଢେଙ୍କାନାଳ -:  ଆଜି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ୧୫ ଗସ୍ତ ରେ ଯାଇ ଆଲୁସିଂହ,ଶୀଙ୍କୋଳ, ନୂଆସାହି, କୁଆ ସାହି ଆଦି ଅଞ୍ଚଳ ର ଜନ ସାଧାରଣ, ବିଭିନ୍ନ ବର୍ଗ ର ମହିଳା ମାନଂକୁ ଭେଟି ସେମାନଙ୍କ ଅଭାବ ଅସୁବିଧା କୁ ପଚାରି ବୁଝିଥିଲେ । ତତ୍ ସହିତ ସେମାନଙ୍କ ର ରେସନ୍ କାର୍ଡ, ଘର, ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ମୌଳିକ ସମସ୍ୟା ବିଷୟ ରେ ପୁଙ୍ଖାନୁପଙ୍ଖ ଭାବେ ଆଲୋଚନା କରି ସେଗୁଡିକୁ ତୁରନ୍ତ ପଦକ୍ଷେପ ନେଇ କାର୍ଯ୍ୟକାରୀ କରିବାକୁ ତହସିଲଦାର ଶ୍ରୀଯୁକ୍ତ ସୁଶାନ୍ତ କୁମାର ମିଶ୍ର ଓ ଏନ୍ ଏ ସି ନିର୍ବାହୀ ଅଧିକାରୀ ଏନ୍ ଶ୍ରୀନିବାସ ଙ୍କୁ ପରାମର୍ଶ ଦେଇଥିଲେ ।ଏହି ଗସ୍ତ କାର୍ଯ୍ୟକ୍ରମ ରେ ହିନ୍ଦୋଳ ଆଇନ୍ ସାମୁଖ୍ୟ ସଭାପତି ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ମିଶ୍ର, ବ୍ଲକ୍ ଉପାଧ୍ୟକ୍ଷ ବରୁଣ ସର, ଏନ୍ ଏ ସି ଅଧ୍ୟକ୍ଷ ଟୀମା ବେହେରା, ନଗର ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରା, ଏନ୍ ଏ ସି ଯୁବ ବିଜେଡି ସଭାପତି ରୁଦ୍ର ନାରାୟଣ ପ୍ରସାଦ, ସଂଖ୍ୟା ଲଘୁ ସଭାପତି ଅବ୍ଦୁ ବକ୍କର, କାଉନସିଲର ପ୍ରଦ୍ୟୁମ୍ନ ବେହେରା, ରମେଶ ଚନ୍ଦ୍ର ବେହେରା ସମେତ ଅଞ୍ଚଳ ର ବହୁ ଜନସାଧାରଣ, ମହିଳା ଉପସ୍ଥିତ ହୋଇଥିଲେ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଆଇନ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ଛିଲିପl ପଞ୍ଚlୟତ ଉଚ୍ଚ ବିଦ୍ୟାଳୟ ରେ ବନ ମହୋସ‌ଵ

ଆମ୍ବ ଗାଁ ରେ ଷୋହଳ ପ୍ରହର ନାମ ଯଜ୍ଞ

Leave a Comment

error: Content is protected !!