ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଙ୍କ କବିତା ଗର୍ବ ଅହଂକାର

ଗର୍ବ ଅହଂକାର

 

ମଣିଷ ଜୀବନ ଫୋଟକା ସମାନ
ଅଧାବାଟେ ହୁଏ ଲୀନ
ଥିବା ଯେତେଦିନ ଏ ମର୍ତ୍ତ୍ୟେ ଭୂବନ
ଆନନ୍ଦରେ ଦେବା ମନ ।୧।

ପର ଆପଣାର ନଭାବି ମନର
ସଭିଙ୍କୁ ଦେବା ସମ୍ମାନ
ହୃଦୟରେ ଘର କରିବା ସତ୍ତ୍ବର
ପୂଜିବା ଦେଇ ଚନ୍ଦନ ।୨।

ମିଥ୍ୟା ପ୍ରତିଶ୍ରୁତି ମିଥ୍ୟା ରାଜନୀତି
ନଦେବା ହୃଦୟେ ସ୍ଥାନ
ଛାଡି କୂଟନୀତି ବଳାଇବା ମତି
ସୁନାମରେ ଦେବା ମନ ।୩।

ସମାଜର ଚିତ୍ର ହେଲାଣି ବିଚିତ୍ର
ସାବଧାନ ଆଜି ହେବା
ଦେଖି ଫଟୋଚିତ୍ର ଆଙ୍କିବାନି ଚିତ୍ର
ସାରା ଜୀବନ କାନ୍ଦିବା ।୪।

ଘରେ ଘରେ ରାଗ ହିଂସାଦ୍ବେଷ ଆଗ
ସମାଧାନେ ଦେବା ମନ
ଜାଗ ଭାଇ ଜାଗ କରନାହିଁ ଭାଗ
ଦେଶରାଜ୍ଯ ବିଭାଜନ ।୫।

ତୁଠ ନିରିମଳ ପାଣି ଗଙ୍ଗାଜଳ
ଆତ୍ମାକୁ ପଵିତ୍ର କର
ଥିଲେ ମନୋବଳ ସମୁଦ୍ରର ଜଳ
କ୍ଷଣିକରେ ହେଵ ପାର ।୬।

ଗର୍ବ ଅହଂକାର କରି ପରିହାର
ଆପଣାର କରି ଶିଖ
ବିପଦ ବେଳର ହରିନାମ ଧର
ପାଇବା ସମସ୍ତେ ସୁଖ ।୭।

ଧର୍ମକର୍ମ ପ୍ରତି ଦେବା ସଦାମତି
ଅନ୍ଯାୟକୁ ଦେବା ହାଣି
କରିବା ପ୍ରଣତି ପାଶେ ବିଶ୍ବପତି
ରଚନି ନୂଆ କାହାଣୀ ।୮।

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା

ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ରାଜ୍ୟ ସରକାରଙ୍କ ଜିରୋ ଟଲରେନ୍ସ ନୀତିକୁ ଧର୍ମଗଡ଼ ବ୍ଲକରେ ବେଖାତିର

ବିଶିଷ୍ଟ ସମାଜସେବୀ ସାଉଲ ସେନାପତି ଙ୍କ ଦେହାନ୍ତ

Sunil Chandra Nayak

ଆସନ୍ତୁ ଜାଣିବା, ପୁରାଣ ବର୍ଣ୍ଣନାରୁ ଦୀପ ବିଷୟରେ 

Sunil Chandra Nayak

Leave a Comment

error: Content is protected !!