ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡେଇ ମହୋତ୍ସବ-୨୦୨୫ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

ମଣ୍ଡେଇ ମହୋତ୍ସବ-୨୦୨୫ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

ନବରଙ୍ଗପୁର:( ତା ୧୮.୧୦.୨୦୨୫)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ମଣ୍ଡେଇ ମହୋତ୍ସବ -୨୦୨୫ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ଆରକ୍ଷୀ ଅଧିକ୍ଷକ ମାଡକର ସନ୍ଦୀପ ସମ୍ପଦ,ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ବିଶ୍ଵଜିତ ବର୍ମନ୍, ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଉମରକୋଟ ପୌରପାଳିକା ଅଧ୍ୟକ୍ଷ ରାଧା ଭତରା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ଏଜେଣ୍ଡା ପାଠ କରିଥିଲେ।ନବରଙ୍ଗପୁର ଜିଲ୍ଲା ର ମହାନ ଐତିହ,ସଂସ୍କୃତି,ଓ ପରମ୍ପରାର ପ୍ରତୀକ ମଣ୍ଡେଇ ମହୋତ୍ସବ ଜିଲ୍ଲାର ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଓ ସାଂସ୍କୃତିକ ବୈଭବର ଆଦାନ ପ୍ରଦାନ ପାଇଁ ଏକ ବଳିଷ୍ଠ ଅବଦାନ ରହିଛି।ବୈଠକରେ ବିଶେଷ ଆଲୋଚନା ପୂର୍ବକ ଚଳିତ ବର୍ଷ ମଣ୍ଡେଇ ମହୋତ୍ସବ ଆସନ୍ତା ନଭେମ୍ବର ୨୫ ତାରିଖରେ ଉମରକୋଟ ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ଠାରେ ଶୁଭାରମ୍ଭ ହେବ। ମୁଖ୍ୟ ଜିଲ୍ଲା ସ୍ତରୀୟ ମଣ୍ଡେଇ ମହୋତ୍ସବ ଆସନ୍ତା ଡିସେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ନୂତନ ମଣ୍ଡେଇ ପଡିଆରେ ଅନୁଷ୍ଠିତ ହେବ।ଶୁଭାରମ୍ଭ ୧୨ ତାରିଖ ଦିନ ମା ଭଣ୍ଡାରଘରଣୀ ଙ୍କ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ଶୋଭାଯାତ୍ରା ମଣ୍ଡେଇ ପଡିଆ ପର୍ଯ୍ୟନ୍ତ ଯିବ ।ବୈଠକ ରେ ଭୂମି ପୂଜନ ,ମଞ୍ଚ ପ୍ରସ୍ତୁତି କମିଟି,ଅତିଥି ନିମନ୍ତ୍ରଣ,ସାଂସ୍କୃତିକ ଦଳ ଚୟନ,ଟ୍ରାଫିକ ନିୟନ୍ତ୍ରଣ,ଶାନ୍ତି ଶୃଙ୍ଖଳା,ଦେଶିଆ ନାଟକ ଆୟୋଜନ,ଅଭ୍ୟର୍ଥନା କମିଟି,ପ୍ରଚାର ପ୍ରସାର,ଅର୍ଥ କମିଟି, ପଲ୍ଲୀ ଶ୍ରୀ ମେଳା ଷ୍ଟଲ,ଖାଦ୍ୟ ଷ୍ଟଲ,ବିଭାଗୀୟ ଷ୍ଟଲ,ସଂସ୍ଥାପନ କମିଟି,ମଞ୍ଚ କମିଟି, ସ୍ମରଣିକା,କବିତା ପାଠଉତ୍ସବ,ମଣ୍ଡେଇ ପଡିଆ ସ୍ବେଛାସେବୀ କମିଟି,ମଞ୍ଚ ନାଟକ କମିଟି,ପରିବହନ କମିଟି,ମଣ୍ଡେଇ ପରିଚୟ ପତ୍ର ଏବଂ ପାସ୍,ପୁରସ୍କାର କମିଟି,ପ୍ରତିଯୋଗିତା କମିଟି ,ଜଳ ଓ ପରିମଳ,ବିଦ୍ୟୁତ୍, ପାର୍କିଂ ଉପରେ ବିଶେଷ ଆଲୋଚନା ହୋଇଥିଲା। ଆଲୋଚନା କ୍ରମେ ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲେଜର ସୋ, ରେକର୍ଡ ଡାନ୍ସ ବ୍ୟବସ୍ଥା ବନ୍ଦ କରାଗଲା। ଓରମାସ ତରଫରୁ ମଣ୍ଡେଇ ପଡ଼ିଆରେ ୩୭୦ ଟି ଷ୍ଟଲ ନିର୍ମାଣ କରାଯିବ ଏଥିରୁ ୧୦୦ ଟି ବ୍ୟବସାୟିକ ଷ୍ଟଲ,୧୧୦ ଟି ବିଭାଗୀୟ ଷ୍ଟଲ,୨୫ ଟି ଖାଦ୍ୟ ଷ୍ଟଲ,୧୨୦ ଟି ଏସ ଏଚ ଜି ଷ୍ଟଲ ଓ ୧୫ଟି ଅନ୍ୟାନ୍ୟ ଷ୍ଟଲ ରହିବ।ବୈଠକରେ ଅର୍ଜୁନ ତ୍ରିପାଠୀ, ମୁନା ତ୍ରିପାଠୀ,କାହ୍ନୁ ଦାସ ତଥା ସହର ର ବୁଦ୍ଧିଜୀବୀ ପ୍ରମୁଖ ଗତ ମଣ୍ଡେଇ ମହୋତ୍ସବ ର ବିଭିନ୍ନ ଅସୁବିଧା ଓ ଏହାର ସଫଳ ରୂପାୟନ ପାଇଁ ବିଭିନ୍ନ ମତାମତ ଦେଇଥିଲେ। ଜିଲ୍ଲାପାଳ ମଣ୍ଡେଇ ମହୋତ୍ସବ ର ଶାନ୍ତି ଶୃଙ୍ଖଳା ସହ ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ପ୍ରସ୍ତୁତି ବୈଠକରେ ମଣ୍ଡେଇ ଉତ୍ସବ ସହ ସଂପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ,ସମସ୍ତ ବି ଡି ଓ,ବିଭିନ୍ନ କମିଟିର ଅଧ୍ୟକ୍ଷ,ସଭ୍ୟ,ସଭ୍ୟା, ସହରର ବୁଦ୍ଧିଜୀବୀ, ଲେଖକ, କବି,ବିଶିଷ୍ଟ ବ୍ୟକ୍ତି,ପୂର୍ବତନ ଜନ ପ୍ରତିନିଧି,ସାଂସ୍କୃତିକ ଅନୁଷ୍ଠାନ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ବର୍ମନ୍ ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

masiha

ଧର୍ମଗଡ ବ୍ଲକ ବେହେରା ଠାରେ ଦୀର୍ଘ ୩୦ବର୍ଷ ପରେ ବଞ୍ଜରା ସମାଜର କୁସୁମି ଲକଡି ପର୍ବ ପାଳିତ

masiha

ମହମ୍ମଦ ରଫି ଙ୍କୁ ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବର ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!