ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସ୍ନେହୀ ମହିଳା ସମିତିର ହବିଷିଆଳୀ ମାନଙ୍କ ପାଇଁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ଉତ୍କଳ ସ୍ନେହୀ ମହିଳା ସମିତିର ହବିଷିଆଳୀ ମାନଙ୍କ ପାଇଁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ରାଉରକେଲା, ୧୯/୧୦/୨୫.– ପ୍ରତିବର୍ଷ ପରି ଚଳିତ ବର୍ଷ ସେକ୍ଟର -୩, ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ରହୁଥିବା ହବିଷିଆଳୀ ମାନଙ୍କ ପାଇଁ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷଣ ସହ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ସବିତା ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ ଶିବିରରେ ଡାକ୍ତର ଗୋକୁଳାନନ୍ଦ ସାହୁ, ଡାକ୍ତର ଶଶିଭୂଷଣ ନେପାକ, ଏବଂ ଡାକ୍ତର ଶୈଲେନ୍ଦ୍ର ପ୍ରସାଦଙ୍କ ସହ ଟେକ୍ନିସିଆନ ନିରଞ୍ଜନ ଜେନା, ରାକେଶ ଦାସ ଏବଂ ଦିଲିପ କୁମାର ବାରିକ ବର୍ଷିୟାନ ହବିଷିଆଳୀ ମାନଙ୍କର ରକ୍ତ ଶର୍କରା, ବ୍ଲଡ଼ ପ୍ରେସର ଏବଂ ୟୁରିକ ଏସିଡ୍ ପ୍ରଭୃତି ପରୀକ୍ଷା କରାଯାଇ ଉପଯୁକ୍ତ ପରାମର୍ଶ ସହ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମିତିର ସଦସ୍ୟା ସ୍ନିଗ୍ଧା ସାମନ୍ତରାୟ, ମଞ୍ଜୁ ମହାପାତ୍ର, ଗୀତାଞ୍ଜଳି ମିଶ୍ର, ସୁପ୍ରିୟା ମହାନ୍ତି, ସାବିତ୍ରୀ ଦାସ, ବିଜୟଲକ୍ଷ୍ମୀ ମିଶ୍ର, ଗୀତା ସେନାପତି ଏବଂ ଭାରତୀ କର ପ୍ରମୁଖ ସହାୟତା କରିଥିବାବେଳେ ମନ୍ଦିରର ଟ୍ରଷ୍ଟି ଗିରିଜା ଶଙ୍କର ଦ୍ବିବେଦୀ, ମୁଖ୍ୟ ପୂଜକ ତ୍ରିନାଥ ପାଢ଼ୀ, ସନ୍ତୋଷ କୁମାର ମିଶ୍ର, ତ୍ରିଲୋଚନ ମିଶ୍ର, ଅଜୟ କୁମାର ଦାସ, ଏସ୍.ଏସ୍. ପଣ୍ଡା, ଲକ୍ଷ୍ମଣ ନାଥ ଦାସ, ପ୍ରଦୀପ କୁମାର ପ୍ରଧାନ, ବସନ୍ତ କୁମାର ସେନାପତି, ଡ. ଶକ୍ତି ପ୍ରସାଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ଶତାଧିକ ହବିଷିଆଳୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମାଓବାଦୀ ବିଷୟରେ ସୂଚନା ଦେଲେ ମିଳିବ ପୁରସ୍କାର ରାଶି: କଳାହାଣ୍ଡି ଏସ୍ ପି ପୁଲିସ ପକ୍ଷରୁ ପୋଷ୍ଟର ରେ ସୁଚନା ଦିଆ ଯାଇଛି 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ବ୍ରାହ୍ମଣ ସମାଜର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଶ୍ରେଷ୍ଠ ନାଟ୍ୟକାର ଅଧ୍ୟାପକ ଶ୍ରୀଯୁକ୍ତ ଗୋପାଳ ମହାରଣା

Sunil Chandra Nayak

Leave a Comment

error: Content is protected !!