ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଞ୍ଝାରପୁର ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା 

ବିଞ୍ଝାରପୁର ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା 

ଯାଜପୁର , ୨୮|୧୦ (ମସିହା ନ୍ୟୁଜ ) ପ୍ରଦୀପ କୁମାର ମଲ୍ଲିକ: ବିଞ୍ଝାରପୁର ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ କୁମାର ମଲ୍ଲିକଙ୍କୁ ସିଂହପୁର ବଜାର କମିଟି ଆନୁକୂଲ୍ୟରେ ଅନୁଷ୍ଠିତ କାଳୀପୂଜା ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି | ଜଣେ ସରଳ ଓ କର୍ତ୍ତବ୍ୟ ପାରାୟଣ ପୋଲିସ ଅଧିକାରୀ ଭାବେ ଜନସାଧାରଣରେ ଲୋକପ୍ରିୟତା ହାସଲ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି କୁ ନିୟନ୍ତ୍ରଣ କରିବାରେ ଥାନା ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ ମଲ୍ଲିକଙ୍କ ଭୂମିକା ବେଶ ପ୍ରଶଂସନୀୟ | ବେଆଇନ ନିଶା କାରବାର, ବ୍ରାଉନ ସୁଗାର କାରବାର କୁ ବିଞ୍ଝାରପୁର ଅଞ୍ଚଳରେ ରୋକ ଲଗାଇବାରେ ଥାନାଧିକାରୀ ଶ୍ରୀଯୁକ୍ତ ମଲ୍ଲିକଙ୍କ ନିରନ୍ତର ପ୍ରୟାସ କୁ ମଞ୍ଚରେ ଅତିଥି ମାନେ ବଖାଣି ଥିଲେ | ବଜାର କମିଟି ସମ୍ପାଦକ ଶ୍ରୀଯୁକ୍ତ ନିରଞ୍ଜନ ବେଉରିଆ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁରୁଷୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ |

Related posts

ଲୁହାଶିଳା ଆର.କେ. କଲେଜରେ ନୂଆ-ଓ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତିଯୋଗିତା ଉଦଯାପନୀ ଉତ୍ସବ

masiha

ଧର୍ମଗଡ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଂଘ ଗଠିତ 

Sunil Chandra Nayak

ସୁନ୍ଦରଗଡ ଲେଖକ ସାମ୍ମୁଖ୍ଯର ମାସିକ ସାହିତ୍ଯ ଆସର

Sunil Chandra Nayak

Leave a Comment

error: Content is protected !!