ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଅଞ୍ଚଳର ଲୋକପ୍ରିୟ ଲେବ ଟେକନିସିଆନ ତିରୁପତି ମୁଣ୍ଡ ଙ୍କ କାର୍ଯ୍ୟରତ ଅବସ୍ଥାରେ ହୃଦଘାତ ରେ ପରଲୋକ

ଧର୍ମଗଡ଼ ଅଞ୍ଚଳର ଲୋକପ୍ରିୟ ଲେବ ଟେକନିସିଆନ ତିରୁପତି ମୁଣ୍ଡ ଙ୍କ କାର୍ଯ୍ୟରତ ଅବସ୍ଥାରେ ହୃଦଘାତ ରେ ପରଲୋକ

ଧର୍ମଗଡ଼ ଅଞ୍ଚଳର ଲୋକପ୍ରିୟ ଲେବ ଟେକନିସିଆନ ତିରୁପତି ମୁଣ୍ଡଙ୍କ ଆଜି ଧର୍ମଗଡ ସରକାରୀ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାର ରେ କାର୍ଯ୍ୟରତ ଥିବା ସମୟରେ ହୃଦଘାତ ରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥଲା।

ସବୁଦିନ ପରି ଆଜି ସକାଳେ ସେ ରକ୍ତ ଭଣ୍ଡାର କୁ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଥଲେ। ଏହି ସମୟରେ ଅସୁସ୍ଥ ଅନୁଭବ କରି ତଳେ ପଡ଼ି ଯାଇଥିଲେ। ଉପସ୍ଥିତ ଥିବା ଅନ୍ୟ କର୍ମଚାରୀ ମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନାର ଜରୁରୀ ଚିକିତ୍ସା କକ୍ଷକୁ ବୋହି ନେଇଥିଲେ।ଡାକ୍ତରଖାନାରେ ଉପସ୍ଥିତ ଥିବା ସବୁ ବିଭାଗ ର ଡାକ୍ତର ମାନଙ୍କ ର ଆପ୍ରାଣ ଉଦ୍ୟମ ସତ୍ତ୍ୱେ ତାଙ୍କର ଜୀବନ ରକ୍ଷା କରାଯାଇପାରି ନ ଥିଲା।

ରକ୍ତଭଣ୍ଡାର ରେ କାର୍ଯ୍ୟରତ ଜଣେ କାର୍ଯ୍ୟଦକ୍ଷ, ନିଷ୍ଠାପର ଓ ସେବାଭାବୀ କର୍ମଚାରୀ ଭାବେ ସେ ସବୁ ମହଲରେ ଆଦୃତ ଥିଲେ। ନିଜର ସରକାରୀ କାର୍ଯ୍ୟ ବ୍ୟତୀତ ଧର୍ମଗଡ ଅଞ୍ଚଳରେ ପର୍ବ ପର୍ବାଣୀ, ଜନସେବା ଓ ଦୁଃଖୀ ଦରିଦ୍ର ଙ୍କ ଲାଗି ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ଧାରା ନେଇ ସେ ଅଞ୍ଚଳରେ ଜନପ୍ରିୟ ଥିଲେ। ଧର୍ମଗଡ ସରକାରୀ ଚିକିତ୍ସାଳୟ କୁ ଆସୁଥିବା ରୋଗୀଙ୍କ ରକ୍ତ ଅଭାବ ଜନିତ ସମସ୍ୟା କୁ ନିଜେ ରକ୍ତ ଦାତାଙ୍କ ସହ ଯୋଗାଯୋଗ କରାଇ ସମସ୍ୟାର ସମାଧାନ କରାଉ ଥିଲେ। “ତିରୁ ଭାଈ” ନାମରେ ସେ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ପରିଚିତ ରହି ସ୍ଵାସ୍ଥ୍ୟ ଓ ସମାଜସେବା କୁ ପ୍ରାଧାନ୍ୟ ଦେଉଥିଲେ।

ଶ୍ରୀ ତିରୁପତି ମୁଣ୍ଡ ଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳି ଯାଇଛି। ଏହି ଖବର ପ୍ରସାରିତ ହେବା ପରେ ସହର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଡାକ୍ତରଖାନାରେ ରୁଣ୍ଡ ହୋଇ ଶେଷ ଦର୍ଶନ କରିଥିଲେ।ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ବ୍ରଜମୋହନ ପଞ୍ଚଦେବ ରାଧାକୃଷ୍ଣ ମନ୍ଦିର ର ଉପ ସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ, ରକ୍ତ ଭଣ୍ଡାର ର କାର୍ଯ୍ୟକାରିଣୀ ସଦସ୍ୟ ତଥା ସାମାଜିକ କର୍ମୀ ହୃଷିକେଶ ମିଶ୍ର,ସରକାରୀ ଓକିଲ ରାଜେନ୍ଦ୍ର ମୁନି,ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ,ଆଇନଜୀବୀ ପ୍ରଦୀପ ଦାସ, ସୁବାସ ପାଣିଗ୍ରାହି ସମେତ ବିଭିନ୍ନ ସ୍ବେଛାସେବୀ ସଂସ୍ଥାର ବ୍ୟକ୍ତି ବିଶେଷ ସ୍ବର୍ଗତ ମୁଣ୍ଡ ଙ୍କ ବିୟୋଗରେ ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି। ସ୍ଥାନୀୟ ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ସ୍ଵର୍ଗତ ତିରୁପତି ମୁଣ୍ଡ ଙ୍କ ଅକାଳ ବିୟୋଗ ରେ ତାଙ୍କ ପରିବାରରୁ ଜଣେ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ସରକାରୀ ଚାକିରୀରେ ଥଇଥାନ କରିବା ପାଇଁ ଦାବି ହୋଇଛି।

Related posts

ଵିଞ୍ଜଧର ଜଳପ୍ରପାତ ଉନ୍ନତିକରଣ ରେ ଦୁର୍ନିତି ର ଗନ୍ଧ ନେଇ ବିଜେପି ଫ୍ୟାକ୍ଟ କମିଟିର ପରିଦର୍ଶନ;ଵ୍ଯାପକ ଦୁନ୍ନିତିର ଗନ୍ଧ ନେଇ ଗର୍ଜିଲା ବିଜେପି; ଡିଏଫଓ ଲୁଚୁଛନ୍ତି; ଫଳକ ଅଛି, ଲେଖା ନାହିଁ;ସ୍ଥାନୀୟ ଶ୍ରମିକଙ୍କୁ କାମ ନାହିଁ

Sunil Chandra Nayak

ରାୟଗଡ଼ା ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

masiha

ଗୋତୋମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!