ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ R SS ର ଯୁବା ସମ୍ମିଳନୀ

ରାଇରଙ୍ଗପୁର ରେ R SS ର ଯୁବା ସମ୍ମିଳନୀ

-ମୟୂରଭଂଜ- ୨/୧୧–ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ର ୧00 ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଆଁଲାଡୁବା ଠାରେ ଯୁବା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଯୁବା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ସମ୍ମିଳନୀ ବାମନଘଟି ଉପଖଣ୍ଡରେ ଥିବା 7 ଟି ବ୍ଲକ ଏବଂ ରାଇରଙ୍ଗପୁର ନଗର ରୁ ମୋଟ 250 ରୁ ଉର୍ଦ୍ଧ ଯୁବକ ଯୋଗ ଦେଇଥିଲେ। ରାଇରଙ୍ଗପୁର ସହଜିଳ୍ଳା କାର୍ଯ୍ୟବାହ ଶ୍ରୀ ବଳରାମ ବାରିକ ପ୍ରାରମ୍ଭିକ ସୂଚନା ତଥା ଉଦ୍ୟେଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଦିତୀୟ କଲାଂଶରେ ମୟୂରଭଞ୍ଜ ବିଭାଗର ସେବପ୍ରମୁଖ ଆଦରଣୀୟ ଖଗେଶ୍ବର ମହାନ୍ତ ଭାରତର ଗୌରବ ଶାଳୀ ଐତିହ ,ପରମ୍ପରା , ସଂସ୍କୃତି, ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଯୁବକ ମାନଙ୍କ ଶଙ୍କା ସମାଧାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର କ୍ଷେତ୍ର ସେବାପ୍ରମୁଖ ଆଦରଣୀୟ ଦୀପକ କୁମାର ରାଉତ ଗୋଲାମୀ ମାନସିକତା ରୁ ନିଜକୁ ମୁକ୍ତ କରି ସ୍ଵ ର ଜାଗ୍ରତ କରି ଯଥା ସ୍ୱଧର୍ମ, ସ୍ଵଭାସା,ସ୍ଵଭୂଷା,ସ୍ୱସଂସ୍କୃତି, ସ୍ୱଦେଶୀ ଗ୍ରହଣ କରି ସ୍ଵରାଷ୍ଟ୍ର ନିର୍ମାଣ କରିବାକୁ ଆହ୍ବାନ ଦେଇଥିଲେ।ମୁଖ୍ୟ ଅତିଥି ରୂପେ ରାଇରଙ୍ଗପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଡା ମିଲନ କୁମାର ମହାନ୍ତ ଯୋଗ ଦେଇ ଦେଶ ଓ ରାଷ୍ଟ୍ର ର ରକ୍ଷା ନିମିତ୍ତ ତନ ମନ ଧନ ସମର୍ପିତ କରି ଦେଶକୁ ସୁଦୃଢ କରିବା ପାଇଁ ଯୁବ ସମାଜକୁ ନିବେଦନ କରିଥିଲେ ରଖିଥିଲେ। ଉକ୍ତ ସଭାରେ ମାନନୀୟ ରାଇରଙ୍ଗପୁର ଜିଲ୍ଲା ସଂଘଚାଳକ ଶ୍ରୀ ଯୁକ୍ତ ଜଗବନ୍ଧୁ ମହାନ୍ତ ସମସ୍ତ ଯୁବପିଢ଼ିଙ୍କୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ପ୍ରତ୍ୟକ୍ଷ କାର୍ଯ୍ୟ ରେ ଯୋଗ ଦେଇ ଦେଶକୁ ପରମ ବୈଭବ ଶାଳୀ ରାଷ୍ଟ୍ରରେ ପରିଣତ କରିବାକୁ ଅନୁରୋଧ ରଖି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ନିଉଜ

Related posts

ପତଞ୍ଜଳି ଯୋଗ ପ୍ରଶିକ୍ଷଣ ସମିତି ତରଫରୁ ସ୍ଥାନୀୟ “ବରିଷ୍ଠ ନାଗରିକ କାର୍ଯ୍ୟାଳୟ” ପ୍ରାଙ୍ଗଣରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକର୍ତ୍ତା ବୈଠକ ଆୟୋଜିତ 

Sunil Chandra Nayak

ଗଣ୍ଡାମେର ଗ୍ରାମ ବାସୀ ମିଳିତଭାବେ ଦୁଇଟି ବିଦ୍ୟାଳୟ ରେ ତାଲାବନ୍ଦ ଆନ୍ଦୋଳନ

Sunil Chandra Nayak

୧- କୁସୁମଯୋଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ,ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ , ୨- କାମାକ୍ଷାନଗର ସାଇ ବିହାର ପକ୍ଷରୁ ଶ୍ରୀ ସତ୍ୟ ସାଇ ପ୍ରେମ ପ୍ରବାହିନୀ ରଥ କୁ ଭବ୍ୟ ସ୍ୱାଗତ , ୩- ଅନ୍ଧାରରେ କପିଳାସ ପୀଠ,ବିନା ଆଲୁଅରେ ମହାପ୍ରଭୁଙ୍କ ନୀତିକାନ୍ତି , ୪- ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାତା ଦିବସରେ ଢେଙ୍କାନାଳ ରକ୍ତ ଭଣ୍ଡାରରେ ରକ୍ତଦାତାଙ୍କ ଅସନ୍ତୋଷ , ୫- ଖୋଲା କୂଅରୁ ଯୁବକଙ୍କ ମୃତ୍ୟୁଦେହ ଉଦ୍ଧାର, ୬- ଭାପୁର ଛଦେଶ ଅଞ୍ଚଳରେ ବେଆଇନ ଚୋରା ଦେଶୀ ମଦ ଖୁଲମ ଖୁଲା ବିକ୍ରି ବନ୍ଦ ପାଇଁ ଜନସାଧାରଣଙ୍କ ଦାବୀ

Sunil Chandra Nayak

Leave a Comment

error: Content is protected !!