ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟପେପର ବଣ୍ଚନ

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟପେପର ବଣ୍ଚନ

ଯୋଡ଼ା/ବଡ଼ବିଲ, ୪/୧୧: – ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କାଶିଆ ମାଇନ୍ସର ପାରିପାର୍ଶ୍ୱିକ ଅଞ୍ଚଳରେ ଅବସ୍ଥିତ ବିଭିନ୍ନ ସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଟେଷ୍ଟପେପର ବଣ୍ଟନ କରାଯାଇଛି। ସେରେଣ୍ଡା ଓ ଭଦ୍ରାସାହି ପଞ୍ଚାୟତର କେବି ହାଇସ୍କୁଲ, ଝାଡ଼ଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା ଟ୍ରାଇବାଲ ଆଣ୍ଡ ଏଜୁକେସନ ଡେଭଲପମେଣ୍ଟ ସୋସାଇଟିର୨୧୦ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟପେପର ଦିଆଯାଇଛି।

ଝାଡ଼ଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମରେ ଭଦ୍ରାସାହି ସରପଞ୍ଚ ଶ୍ରୀମତୀ ପ୍ରମିଳା ନାଏକ ଓ ପ୍ରଧାନ ଆଚାର୍ଯ୍ୟ ଶ୍ରୀ କୃଷ୍ଣଚନ୍ଦ୍ର ମହାକୁଡ଼, କେବି ହାଇସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାତନଳିନୀ ମୁଦୁଲି ଓ ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା ଟ୍ରାଇବାଲ ଆଣ୍ଡ ଏଜୁକେସନ ଡେଭଲପମେଣ୍ଟ ସୋସାଇଟିରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦମୟନ୍ତୀ ସାମଲଙ୍କ ଉପସ୍ଥିତିରେ ପୁସ୍ତକ ବଣ୍ଟନ କରାଯାଇଥିଲା।ସେହିପରି ବଡ଼ବିଲ ପେଲେଟ ପ୍ଲାଣ୍ଟର ପାରିପାର୍ଶ୍ୱିକ ଅଞ୍ଚଳରେ ଅବସ୍ଥିତ ବିଭିନ୍ନ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଟେଷ୍ଟପେପର ଦିଆଯାଇଛି। ଦେଓଝର ଧବଳେଶ୍ୱର ହାଇସ୍କୁଲର ୧୨୧, ବିଲେଇପଦା ହାଇସ୍କୁଲର ୭୫ ଓ କଣ୍ଡରା ବିଡି ହାଇସ୍କୁଲର ୩୮ ଛାତ୍ରଛାତ୍ରୀଙ୍କୁ ଟେଷ୍ଟପେପର ଦିଆଯାଇଛି। ଧବଳେଶ୍ୱର ହାଇସ୍କୁଲରେ ସମିତି ସଭ୍ୟା ଶ୍ରୀମତୀ ଲକ୍ଷ୍ମୀ ମୁଣ୍ଡା, ନାଏବ ସରପଞ୍ଚ ଶ୍ରୀମତୀ କାଦମ୍ବିନୀ ନାଏକ, ଜିନ୍ଦଲ ଷ୍ଟିଲ ସିଏସଆର ମୁଖ୍ୟ ଶ୍ରୀ ଭର୍ଜିଲ ଲାକ୍ରା ଓ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମିତା ଭଟ୍ଟାଚାର୍ଯ୍ୟ, ବିଲେଇପଦା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଶ୍ରୀ ପରେଶ ଚନ୍ଦ୍ର ପ୍ରଧାନ ଓ କଣ୍ଡରା ବିଡି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଦିଲୀପ କୁମାର ପରିହାଲଙ୍କ ଉପସ୍ଥିତିରେ ଟେଷ୍ଟପେପର ପ୍ରଦାନ କରାଯାଇଥିଲା।

ଜିନ୍ଦଲ ଷ୍ଟିଲର କାର୍ଯ୍ୟକ୍ଷେତ୍ରର ପାରିପାର୍ଶ୍ୱିକ ଅଞ୍ଚଳରେ ନିରନ୍ତର ବିକାଶକୁ ଜିନ୍ଦଲ ଫାଉଣ୍ଡେସନ ପ୍ରାଧାନ୍ୟ ଦେଇ ଆସୁଛି। ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଉନ୍ନୟନ ଏବଂ ନିରନ୍ତର ପରିବେଶ ସ୍ଥିରତା, ମହିଳା ସଶକ୍ତୀକରଣ ଓ ସାଂସ୍କୃତିକ ସଂରକ୍ଷଣ କ୍ଷେତ୍ରରେ ଏହା କାର୍ଯ୍ୟ କରିଆସୁଛି। ଚିରନ୍ତନ ବିକାଶ, ନୂତନତା ଓ ସାମଗ୍ରିକ ଅଭିବୃଦ୍ଧି ଉପରେ ନିରନ୍ତର ଗୁରୁତ୍ୱ ପ୍ରଦାନ ସହ ସମୁଦାୟକୁ ସଶକ୍ତ କରିବା, ସ୍ୱାସ୍ଥ୍ୟକର ଓ ଚିରନ୍ତନ ଭବିଷ୍ୟତ ନିର୍ମାଣ କରିବାରେ ଜିନ୍ଦଲ ଫାଉଣ୍ଡେସନ ଅବିରତ କାର୍ଯ୍ୟ କରୁଛି। 

ସୀତାରାମ ଦୀକ୍ଷିତ ଙ୍କ ରିପୋର୍ଟ୍ 

 

Related posts

କୋରାପୁଟ ଜିଲ୍ଲା ଠାରେ ୨୦୨୪ ପରବ ମହୋତ୍ସବ ସୁଭ ଉଦ୍ଘାଟନ

masiha

ବୁଲା କୁକୁର ବନ୍ଧ୍ୟାକରଣ, ୧୩୫ ଦିନରେ ୨୧୯୯: ଲକ୍ଷ୍ୟର ୪୧.୫%

ସରକାରୀ ଅଭ୍ୟାସ ବାଳିକା ହାଇସ୍କୁଲରେ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!