ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ସହରରେ ସିସିଟିଭି ଲଗାଇବାକୁ ଏନ୍ଏସି ପାରିଷଦ ବର୍ଗ ପକ୍ଷରୁ ଦାବି

କେସିଙ୍ଗା – କେସିଙ୍ଗା ସହରରେ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଇବା, ଦୁର୍ଘଟଣା ଓ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଇବାକୁ ନୂତନ ପାରିଷଦ ବର୍ଗ ପକ୍ଷରୁ ଦାବି କରାଯାଇଛି। ସୂଚନାଯୋଗ୍ୟ କେସିଙ୍ଗା ସହର ମଧ୍ୟ ଦେଇ ୨୬ ନମ୍ବର ଜାତୀୟ ରାଜପଥ ଯାଇଥିବାରୁ ଦିନକୁ ଦିନ ଦୁର୍ଘଟଣା ସହିତ ଟ୍ରାଫିକ ସମସ୍ୟା, ତୋରି ଡକାୟତି ଓ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଏଥିସହିତ କେତେକ ଅମାନିଆ ଦ୍ରୁତ ଗତିରେ ବାଇକ୍ ସହ ଯାନବାହାନ ଚଳାଚଳ ଯୋଗୁଁ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହାର ନିୟନ୍ତ୍ରଣ ପାଇଁ ଏନ୍ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ ଓ ଉପାଧକ୍ଷା ସରସ୍ବତୀ ସାହାଙ୍କ ନେତୃତ୍ବରେ ସମସ୍ତ କାଉନସିଲରବୃନ୍ଦ ଏସଡିପିଓ ଅଭିନବ ସୋନକର ଏବଂ ଆଇ ଆଇ ସି ସତ୍ୟ କୁମାର ନନ୍ଦଙ୍କୁ ସାକ୍ଷାତ କରି ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଇବାକୁ ପ୍ରସ୍ତାବ ଦେବା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ।

 କେସିଙ୍ଗା ରୁ ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ ।  

Related posts

କୋକସରା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ଜଳ ଲାଗି ପାଇଁ କେନାଲ ରୁ ପାଣି ଉଠାଉ ଥିବା ବେଳେ ଜଣେ କାଉଡିଆ ନିଖୋଜ

Sunil Chandra Nayak

କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ, ଆଇଏଏସଙ୍କ ଧର୍ମଗଡ଼ ଗ୍ରସ୍ତ

Leave a Comment

error: Content is protected !!