ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ସହରରେ ସିସିଟିଭି ଲଗାଇବାକୁ ଏନ୍ଏସି ପାରିଷଦ ବର୍ଗ ପକ୍ଷରୁ ଦାବି

କେସିଙ୍ଗା – କେସିଙ୍ଗା ସହରରେ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଇବା, ଦୁର୍ଘଟଣା ଓ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଇବାକୁ ନୂତନ ପାରିଷଦ ବର୍ଗ ପକ୍ଷରୁ ଦାବି କରାଯାଇଛି। ସୂଚନାଯୋଗ୍ୟ କେସିଙ୍ଗା ସହର ମଧ୍ୟ ଦେଇ ୨୬ ନମ୍ବର ଜାତୀୟ ରାଜପଥ ଯାଇଥିବାରୁ ଦିନକୁ ଦିନ ଦୁର୍ଘଟଣା ସହିତ ଟ୍ରାଫିକ ସମସ୍ୟା, ତୋରି ଡକାୟତି ଓ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଏଥିସହିତ କେତେକ ଅମାନିଆ ଦ୍ରୁତ ଗତିରେ ବାଇକ୍ ସହ ଯାନବାହାନ ଚଳାଚଳ ଯୋଗୁଁ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହାର ନିୟନ୍ତ୍ରଣ ପାଇଁ ଏନ୍ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ ଓ ଉପାଧକ୍ଷା ସରସ୍ବତୀ ସାହାଙ୍କ ନେତୃତ୍ବରେ ସମସ୍ତ କାଉନସିଲରବୃନ୍ଦ ଏସଡିପିଓ ଅଭିନବ ସୋନକର ଏବଂ ଆଇ ଆଇ ସି ସତ୍ୟ କୁମାର ନନ୍ଦଙ୍କୁ ସାକ୍ଷାତ କରି ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଇବାକୁ ପ୍ରସ୍ତାବ ଦେବା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ।

 କେସିଙ୍ଗା ରୁ ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ ।  

Related posts

ତିନୋଟି ମନ୍ଦିରରୁ ଚୋରି

Sunil Chandra Nayak

ରାହୁଲ ଗାନ୍ଧୀଙ୍କୁ ଇଡି ର ଜେରା ପ୍ରତିବାଦରେ କୋକସରା କଂଗ୍ରେସ କମିଟିର ବିକ୍ଷୋଭ

Sunil Chandra Nayak

ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କର ନୂତନ ମନ୍ଦିର ନିମନ୍ତେ ଭୂମି ପୂଜନ ଉତ୍ସବ

Leave a Comment

error: Content is protected !!