ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ବିଡ଼ିଓଙ୍କ ନାଁରେ ସମିତି ସଭ୍ୟାଙ୍କ ଥାନାରେ ଅଭିଯୋଗ ପୋଲିସ ତଦନ୍ତ ଚାଲିଛି; ବିଡ଼ିଓ ଷ୍ଟେସନରେ ନାହାନ୍ତି

ବିଜାତଳା ବିଡ଼ିଓଙ୍କ ନାଁରେ ସମିତି ସଭ୍ୟାଙ୍କ ଥାନାରେ ଅଭିଯୋଗ ପୋଲିସ ତଦନ୍ତ ଚାଲିଛି; ବିଡ଼ିଓ ଷ୍ଟେସନରେ ନାହାନ୍ତି

 ମୟୂରଭଂଜ -୫/୧୧ — ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ବିଡ଼ିଓଙ୍କ ବିରୋଧରେ ଜଣେ ସମିତିସଭ୍ୟା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି l ଗତ ୩ ତାରିଖ ସୋମବାର ଦିନ ଵିଜାତଳା ବିଡ଼ିଓ ବଂଶୀଧର ଖୋସଲା ଲୁହାଶିଳା ପଂଚାୟତର ସମିତି ସଭ୍ୟା ସୁକୁରମଣି ମାର୍ଣ୍ଡି ଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରାଯାଇଛି l ଲୁହାଶିଳା ସମିତି ସଭ୍ୟା ତାଙ୍କରି ଅଭିଯୋଗରେ ଦର୍ଶାଇଛନ୍ତି ତା.୩/୧୧/୨୫ ଦିନ ବିଡ଼ିଓ ବଂଶୀଧର ଖୋସଲା ପାଖକୁ ଯାଇଥିଲେ l ତାଙ୍କ ସହିତ ନିଜ ପିତା ଦୁଲାରାମ ମାର୍ଣ୍ଡି ଏବଂ ଭଳଭଦ୍ର ମଣ୍ଡଳ ଉପସ୍ଥିତ ଥିଲେ l ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ପଂଚାୟତର ଉନ୍ନତିମୂଳକ କାର୍ଯ୍ୟ ସଂପର୍କ ବିଷୟରେରେ ବିଡ଼ିଓଙ୍କୁ ପଚାରିବାରୁ ବିଡ଼ିଓ ତାଙ୍କୁ ଏ ବିଷୟରେ ସରୋଜ ମହାନ୍ତ ଏବଂ ସୁପାଇ ଟୁଡୁ ସହିତ ବୁଝାମଣା କରି କାମ କର l ଏହାପରେ ବିଡ଼ିଓ ଏବଂ ସମିତି ସଭ୍ୟା ସହିତ କଥା କଟା କଟି ହେଲା l ବିଜାତଳା ବିଡ଼ିଓ କହିଲେ କୌଣସି କାମ ବିଷୟରେ ମୋତେ ପଚାରିବୁ ନାହିଁ l ଆଦିବାସୀ ଝିଅ ବହୁତ ଦେଖାଇ ହେଉଛୁ l ସମିତି ସଭ୍ୟା ପଦ ରୁ ଇସ୍ତଫା ଦେଇଦେ l ମୋତେ କିଛି କରିପାରୁବୁନାହିଁ l ସମସ୍ତେ ମୋ ନିଜ ଲୋକ ଅଭିଯୋଗ କଲେ କିଛି ପାଇବୁ ନାହିଁ l ଏହି ବିଷୟରେ ଲୁହାଶିଳା ପଂଚାୟତ ର ସମିତି ସଭ୍ୟା ରାଇରଙ୍ଗପୁର ଗ୍ରାମଞ୍ଚଳ ଥାନା ରେ ଅଭିଯୋଗ କରିଛନ୍ତି lଥାନା ଅଧିକାରିଣୀ କହିଲେ ତଦନ୍ତ ପରେ ମାମଲା ରୁଜୁ ହେବ l ଆସନ୍ତା କାଲି ସମିତି ସଭ୍ୟା ରାଇରଙ୍ଗପୁର ଉପ ଜିଲ୍ଲାପାଳ ଙ୍କୁ ଭେଟି ଦାବି ପତ୍ର ଦେବେ ବୋଲି ସୂଚନା ଦେଇଛନ୍ତି lବିଡିଓଙ୍କ ସହ‌ଯୋଗାଯୋଗ କଲେ ସେ ଷ୍ଟେସନରେ ନାହାନ୍ତି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଜିଲ୍ଲା ସମାଜ କଲ୍ୟାଣ ପକ୍ଷରୁ ବ୍ଲକ ସ୍ତରୀୟ ଆଇନଗତ ସଚେତନତା କାର୍ଯ୍ୟକ୍ରମ

masiha

ଆପୋଲୋ ହସ୍ପିଟାଲ ପକ୍ଷରୁ ୟୁରୋଲୋଜି ସମ୍ପର୍କିତ ଦ୍ବିଦିବସୀୟ ସମ୍ମିଳନୀ ଅନୁଷ୍ଠିତ

masiha

ସେବା ପାଖୱାଡ଼ା ଉତ୍ସବ ଅବସରରେ ଜିଲ୍ଲା ସ୍ତରୀୟ ଗଣଦୌଡ 

Sunil Chandra Nayak

Leave a Comment

error: Content is protected !!