ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୃଦ୍ଧି ପାଇବାରେ ଲାଗିଛି ଖାଇବା ତେଲର ଦାମ….

ଖାଉଟି ଓ ଖୁଚୁରା ବ୍ୟବସାୟୀ ହତାଶ

ବଜାରରେ ଏବେ ଖାଇବା ତେଲର ଦର ଆକାଶ ଛୁଆଁ।ସୟୋବିନ, ସୂର୍ଯ୍ୟମୁଖୀ ଖାଇବା ତେଲ ଠାରୁ ଆରମ୍ଭ କରି ପାମୋଲିଭ ସୋରିଷ ତେଲ ସମେତ ସମସ୍ତ ପ୍ରକାର ଖାଇବା ତେଲ ର ଦାମ ଗତ କିଛି ଦିନ ହେଲା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି।ସରକାରୀ ଯୋଗାଣ ନୀତି ହିଁ ଏହି ସ୍ଥିତ ଆମନ୍ତ୍ରଣ କରୁଛି ଓ ଆଗକୁ ସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ମତ ରଖିଛି ରାଜ୍ୟ ବ୍ୟବସାୟୀ ମହାସଂଘ।ଭୁବନେଶ୍ୱରର ବିଭିନ୍ନ ଗ୍ରୋସରି ଦୋକାନରେ ରିଫାଇନ ଖାଇବା ତେଲର ଦାମ ଥିଲା ୧୭୦ ରୁ ୧୮୦ ଟଙ୍କା ଏବେ ସେହି ତେଲର ଖୁଚୁରା ଖାଉଟି ଦାମ ୨୦୦କୁ ଟପିଛି।ସେହିପରି ସୂର୍ଯ୍ୟମୁଖୀ ବ୍ରାଣ୍ଡ ଲିଟର ପିଛା ତେଲର ଦାମ ୨୦ ରୁ ୨୫ ଟଙ୍କା ଓ ପାମୋଲିଭ ଖାଇବା ତେଲର ଲିଟର ପିଛା ଦାମ ୨୦ ରୁ ୨୨ ଟଙ୍କା ପଯ୍ୟନ୍ତ ବଢିଛି ଯାହା ଗ୍ରାହକ ଙ୍କ ପକେଟକୁ ବାଧୁଛି।ବଜାରରେ ଉପଲବ୍ଧ ବିଭିନ୍ନ ବ୍ରାଣ୍ଡର ସୋରିଶ ତେଲ ଲିଟର ପିଛା୨୦ ରୁ ୩୦ ଟଙ୍କା ବଢିଛି।ଦରବୃଦ୍ଧି ଯୋଗୁଁ ଖାଇବା ତେଲ ଆଡୁ ଗ୍ରାହକ ମୁହଁ ଫେରେଇ ନେଉଥିବା ନେଇ ଖୁଚୁରା ଗ୍ରୋସରି ବ୍ୟବସାୟୀ ମାନେ ମଧ୍ୟ ହତାଶ।

ରାଜ୍ୟ ବ୍ୟବସାୟୀ ମହାସଂଘର ସୂଚନା ଅନୁସାରେ,ଭାରତରେ ବର୍ଷକୁ ଏକ କୋଟି ୯୦ ଲକ୍ଷ ଟନ ରୁ ଅଧିକ ପରିମାଣର ଖାଇବା ତେଲ ର ବ୍ୟବହାର ହୋଇଥାଏ।ସେହି ତୁଳନାରେ ଖାଉଟି ଓଡ଼ିଶା ବଜାରକୁ ଦେଖିଲେ ଏଠାକୁ ବର୍ଷକୁ ପ୍ରାୟ ୫ ରୁ ସାଢ଼େ ୫ଲକ୍ଷ ଟନ ଖାଇବା ତେଲ ବ୍ୟବହାର ହୋଇଥାଏ।ଆନୁମାନିକ ହିସାବ ଅନୁସାରେ ମାସକୁ ଓଡ଼ିଶାରେ ୪୦ ରୁ ୫୦ ହଜାର ଟନ ର ଖାଇବା ତେଲ ବ୍ୟବହାର ହୋଇଥାଏ।ଓଡିଶା ବ୍ୟବସାୟୀ ମହାସଂଘ ର ସଚିବ ସୁଧାକର ପଣ୍ଡାଙ୍କ ସୂଚନା ଅନୁସାରେ,ଧୀରେ ଧୀରେ ଭାରତୀୟ ବଜାରରେ ଖାଇବା ତେଲର ଦାମ ବୃଦ୍ଧି ପାଇବାରେ ଲାଗିଛି ତେବେ ଏହି ଦରବୃଦ୍ଧି ସାମ୍ପ୍ରତିକ ଯୁଦ୍ଧର ପରିଣାମ ନୁହେଁ।ବିକ୍ରି ର ଉତ୍ସରୁ ଦାମ ବଢୁ ଥିବାରୁ ଏଭଳି ଦରଦାମ ବୃଦ୍ଧି ପାଇବାରେ ଲାଗିଛି ତାଛଡା ଅନ୍ୟ ରାଜ୍ୟରେ ବିଭିନ୍ନ ଖାଇବା ତେଲର ମହଜୁଦ ପରିମାଣ ୨୦୦ ଟନ ପର୍ଯ୍ୟନ୍ତ ଅନୁମତି ଥିବା ବେଳେ ଓଡ଼ିଶାରେ ଏହି ପରିମାଣ ୫୦ ଟନ ଭିତରେ ସୀମିତ।ରାଜ୍ୟ ସରକାର ଏହି ବାସ୍ତବତା କୁ ଉପଲବ୍ଧି କରିବା ଦରକାର।ବ୍ୟବସାୟୀ ମହାସଂଘ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ଫଳ ମିଳୁନାହିଁ।ଏଭଲି ସ୍ଥିତିରେ ଏବେ ସମସ୍ତଙ୍କ ନଜର ରାଜ୍ୟ ସରକାରଙ୍କ ବିଭାଗୀୟ ସରକାରୀ ନିଷ୍ପତ୍ତି ଉପରେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପ୍ରଗତି ର ତୃତୀୟ ବାର୍ଷିକୋତ୍ସବ ଓ ଉତ୍କଳ ଦିବସ ପାଳନ

Sunil Chandra Nayak

ମହିଳା ମହାବିଦ୍ୟାଳୟ ରେ ଶିକ୍ଷା (ଏଜୁ କେସନ୍) ବିଭାଗ ର ସେମିନାର

Sunil Chandra Nayak

କୁମାର ପୂର୍ଣ୍ଣିମା ଓ ଓଡିଆ ପରମ୍ପରା ତଥା ପର୍ବପର୍ବାଣି ଆମ ପରିଚୟ

Sunil Chandra Nayak

Leave a Comment

error: Content is protected !!