ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ “ବନ୍ଦେ ମାତରମ @ ୧୫୦” କାର୍ଯ୍ୟକ୍ରମ ଅନୁଷ୍ଠିତ 

ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ “ବନ୍ଦେ ମାତରମ @ ୧୫୦” କାର୍ଯ୍ୟକ୍ରମ ଅନୁଷ୍ଠିତ 

ଢେଙ୍କାନାଳ(ମନିସ)7/11/25 —  ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ସଂଗୀତ “ବନ୍ଦେ ମାତରମ” ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ଅବସରଟିକୁ ଗୌରବମୟ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଦୀପ୍ତି ରଞ୍ଜନ ସେଠି ଓ ଅତିରିକ୍ତ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଆଶିଷ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତ “ବନ୍ଦେ ମାତରମ @୧୫୦” ଶୀର୍ଷକ ଦୃଶ୍ୟ-ଶ୍ରବ୍ୟ ଚିତ୍ର ପ୍ରଦର୍ଶନୀ କରାଯାଇଥିଲା, ଯେଉଁଥିରେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଏହି ଅମର ସଂଗୀତର ଐତିହ୍ୟ, ରଚନା ପୃଷ୍ଠଭୂମି ଓ ଜାତୀୟ ଆନ୍ଦୋଳନରେ ଏହାର ଅବଦାନ ସଂକ୍ଷିପ୍ତ ଭାବେ ପ୍ରଦର୍ଶିତ ହୋଇଥିଲା। ପ୍ରଦର୍ଶନୀର ମାଧ୍ୟମରେ ଅନେକ ଯୁବପିଢ଼ୀ ଏହି ଗୀତର ଐତିହାସିକ ଗୌରବ ସହିତ ପରିଚିତ ହୋଇପାରିଥିଲେ। ଏହା ପରେ “ବନ୍ଦେ ମାତରମ @୧୫୦” ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା ଏବଂ ସାମୁହିକ ଭାବେ ବନ୍ଦେ ମାତରମ ସଂଗୀତ ଗାନ କରାଯାଇଥିଲା l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠି କହିଥିଲେ , “ବନ୍ଦେ ମାତରମ କେବଳ ଏକ ଗୀତ ନୁହେଁ, ଏହା ଆମ ମାତୃଭୂମି ପ୍ରତି ଆମର ଅନନ୍ୟ ଶ୍ରଦ୍ଧା, ଭଲପାଇବା ଓ ତ୍ୟାଗର ପ୍ରତୀକ। ଏହି ସଂଗୀତ ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିଛି।” ସେ ଅନୁରୋଧ କଲେ ଯେ, ଯୁବପିଢ଼ୀ ଏହାର ମୂଲ୍ୟବୋଧ ଅନୁସରଣ କରି ଦେଶଗଠନରେ ନିଜ ଅଂଶ ରଖନ୍ତୁ।ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଦୀପ୍ତି ରଞ୍ଜନ ସେଠି ତାଙ୍କ ଅଭିଭାଷଣରେ କହିଲେ ଯେ, “ବନ୍ଦେ ମାତରମ ଗୀତ ଆମର ସାଂସ୍କୃତିକ ମୂଳ ଓ ଦେଶଭକ୍ତିର ପ୍ରତିକ। ଏହା ଆମକୁ ଏକତା, ସହଯୋଗ ଓ ସମର୍ପଣର ଶିକ୍ଷା ଦିଏ।” ସମାନ୍ତରାଳ ଭାବରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ଗୁଡ଼ିକରେ ସାମୁହିକ ଭାବେ “ବନ୍ଦେ ମାତରମ” ଗାନ ଆୟୋଜନ କରାଯାଇଥିଲା।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଡାବୁଗାଁରେ ଖାଦ୍ୟ ସୁରକ୍ଷା ମେଳା

Sunil Chandra Nayak

ନିଖିଳ ଓଡ଼ିଶା ଆଇନଜୀବୀ ପରିଷଦର ଲଗାତାର ୭ମ ଥର ପାଇଁ ଉପସଭାପତି ହେଲେ ରାଇରଙ୍ଗପୁର ର ମନୋଜ ଦାସ

masiha

ବ୍ଲକ ସ୍ତରୀୟ ଆଦର୍ଶ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବିଦ୍ୟାଳୟ ଉଦଘାଟିତ

Leave a Comment

error: Content is protected !!