ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ବିଶ୍ଵନାଥ କର ଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ 

ସମାଜସେବୀ ବିଶ୍ଵନାଥ କର ଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ 

ଜୁନାଗଡ଼ ୧୧/୧୧/୨୦୨୫: କଳାହାଣ୍ଡି ର ବିଶିଷ୍ଟ ସମାଜସେବୀ, ଚାଷୀ ନେତା, ତଥା ବରିଷ୍ଠ ଆଇନଜୀବି ଓ ନୋଟରୀ ପବ୍ଲିକ ଶ୍ରୀଯୁକ୍ତ ବିଶ୍ଵନାଥ କର ଙ୍କୁ ଗତ ୯. ରିଖ ଦିନ ଜଗନ୍ନାଥ ଧାମ, ପୁରୀ ସ୍ଥିତ ବିଷ୍ଣୁ ଭବନ ର ସଭାଗୃହ ରେ, ଭାରତ ସରକାରଙ୍କ ସ୍ବୀକୃତି ପ୍ରାପ୍ତ ଓ ଯୋଗ୍ୟ ବିବେଚିତ ଏବଂ ନୀତି ଆୟୋଗ ଏବଂ ଯୁକ୍ତରାଷ୍ଟ୍ର ସଂଗଠନ, ଯେନେଭା ଦ୍ଵାରା ରେଜିଷ୍ଟ୍ରି ଭୁକ୍ତ ଏବଂ କେନ୍ଦ୍ରୀୟ ଖ୍ରୀଷ୍ଟିଆନ ବିଶ୍ଵବିଦ୍ୟାଳୟ, ପୂର୍ବ ଆଫ୍ରିକା ଙ୍କ ସହ ଅନୁବନ୍ଧିତ ହୋଇଥିବା ବି.ଭି.ଓ. ଇ ବିଶ୍ଵବିଦ୍ୟାଳୟ ଦ୍ଵାରା ସମାଜ କଲ୍ୟାଣ ଓ ଆଇନ୍ ପରିଚାଳନା ପାଇଁ ସମ୍ମାନ ସୂଚକ ଡକ୍ଟରେଟ୍ ଓ ଆଜୀବନ କୃତିତ୍ୱ ସମ୍ମାନ ପ୍ରଦାନ କରା ଯାଇଥିବାରୁ ଅଞ୍ଚଳ ରେ ଖୁସିର ଲହରୀ ଖେଳି ଯାଇଛି। ପ୍ରକାଶ ଥାଉକି ଶ୍ରୀଯୁକ୍ତ ବିଶ୍ଵନାଥ କର ପେସା ରେ ଜଣେ ବରିଷ୍ଠ ଓକିଲ ଓ ନୋଟାରୀ ପବ୍ଲିକ ହୋଇଥିଲେ ମଧ୍ୟ ଦୀର୍ଘ ୩୦ ବର୍ଷ ହେବ ସମାଜ ସେବା ରେ ବ୍ରତୀ ହୋଇ ନିରୀହ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାରେ ସହଯୋଗ, ଚାଷୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅହରହ ଚାଷୀଙ୍କ ହକ୍ ଓ ଅଧିକାର ପାଇଁ ଲଢେଇ କରିବା, ବାସହୀନ ପରିବାରକୁ ଙ୍କୁ ଜମିପଟ୍ଟା ପ୍ରଦାନ ଓ ଘର ଯୋଗାଇଦେବା ପାଇ ବାରମ୍ବାର ପ୍ରଶାସନ ପାଖରେ ଦାବୀ କରିବା, ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଲୋକଙ୍କ ଅଧିକାର ପାଇଁ ଲଢେଇ କରିବା ଏବଂ ଲୋକଙ୍କୁ ସମାନୁପାତିକ ଭାବେ ନ୍ୟାୟ ପ୍ରଦାନ ପାଇଁ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ସମ୍ମାନ ଜନକ ଡକ୍ଟରେଟ ଉପାଧି ପାଇ ସେ ବେଶ୍ ଆନନ୍ଦିତ ଓ ସମାଜର ନିମ୍ନ ସ୍ତରରେ ଥିବା ଅଧିବାସୀ ଏବଂ ତାଙ୍କ ଶୁଭେଚ୍ଛୁ ମାନଙ୍କ ଉଦ୍ୟେଶ ରେ ଏହି ଉପାଧି ସମର୍ପିତ ଏବଂ ଆଗାମୀ ଦିନରେ ସମାଜ ସେବା ତାଙ୍କ ଇଚ୍ଛା ଶକ୍ତି କୁ ଦ୍ଵିଗୁଣିତ କରିବ ବୋଲି ପ୍ରକାଶ କରିଛନ୍ତି । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗୁଡହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଚୟନ

masiha

ଡଙ୍ଗା ଘାଟ ଠାରେ ବାଉରି ବୁଢୀଙ୍କ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ

masiha

ଏକ୍ସ କ୍ୟାଡର୍ ଶିକ୍ଷକ ସଂଘ ତରଫରୁ ସହାୟତା ରାଶି ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!