ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମାଷ୍ଟମୀ ରେ ପ୍ରଭୁ ଦଧିବାମନ ହେଲେ ପୋଢୁଆଁ 

ପ୍ରଥମାଷ୍ଟମୀ ରେ ପ୍ରଭୁ ଦଧିବାମନ ହେଲେ ପୋଢୁଆଁ 

କାମାକ୍ଷାନଗର (ମନିସ)12/11/25 —   ଆଳତୁମା ଗାଁ ର ଆରାଧ୍ୟ ଠାକୁର ପ୍ରଭୁ ଦଧିବାମନଙ୍କ ରିତୀ ନିତୀ ପରମ୍ପରା ବଦଳିନି,କଲାଵିଲା ତଟ ଵାଙ୍ଗୁରା ଗାଁ ମାମୁଁ ଘରୁ ଆସିଲା ପ୍ରଭୁ ଙ୍କ ପାଇଁ ନୁତନ ବସ୍ତ୍ର ସହ ପିଠା ଓ ଫଳ ଭାର , ପ୍ରଥମାଷ୍ଟମୀ ରେ ପ୍ରଭୁ ଦଧିବାମନ ହେଲେ ପୋଢୁଆଁ ।

କାମାକ୍ଷାନଗର ସହର ଅନ୍ତର୍ଗତ ଆଳତୁମା ଗ୍ରାମରେ ବିରାଜିତ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିର। ଋତୁ ବଦଳି ଥାଏ ଏବଂ ପ୍ରକୃତିର ରୂପ ବଦଳି ଥାଏ କିନ୍ତୁ ପ୍ରଭୁ ଦଧିବାମନଙ୍କ ରିତୀ ନିତୀ ପରମ୍ପରା ସେମିତି ରହିଛି । ଗ୍ରାମର ଆରାଧ୍ୟ ଠାକୁର ହେଉଛନ୍ତି ପ୍ରଭୁ ଦଧିବାମନ , କଲାଵିଲା ତଟ ଵାଙ୍ଗୁରା ଗାଁ ମାମୁଁ ଘରୁ ଆସିଲା ପ୍ରଭୁଙ୍କ ପାଇଁ ନୂତନ ବସ୍ତ୍ର , ପିଠା ଓ ଫଳ ଭାର । ବିଶେଷ ଭାବରେ ପୂଜାର୍ଚ୍ଚନା ସହ ପ୍ରଭୁଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇ ଏଣ୍ଡୁରି ପିଠା ଭୋଗ ଲଗାଇ ପୋଢୁଆଁ କରାଯାଇଛି । ଆବହମାନ କାଳରୁ ଗ୍ରାମରେ ଏହି ପରମ୍ପରା ରହି ଆସିଛି , ଗ୍ରାମର ମୂଖ୍ୟ ପ୍ରଭୁ ଦଧିବାମନ ପୋଢୁଆଁ ହୋଇସାରିଲେ ଗ୍ରାମବାସୀ ମାନେ ନିଜ ଘରେ ଘରର ବଡ ପୁଅ ଝିଅ ମାନଙ୍କୁ ନୂତନ ବସ୍ତ୍ର ପରିଧାନ କରାଇ ପୋଢୁଆଁ କରିଥାଆନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଓଡ଼ିଶା ଦିବସ’ ପାଳନ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ପ୍ରଦେଶ ଗଠର ରେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

Sunil Chandra Nayak

ହୋ ହାଲ୍ଲାରେ ସରିଲା ବାଲିକୁଟି ପଞ୍ଚାୟତର ସାମାଜିକ ସମୀକ୍ଷା ଗ୍ରାମସଭା

Sunil Chandra Nayak

ସମୃଦ୍ଧ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!