ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନିଷ୍ଠ କିରାଣୀ ସଂଘ ର ସାଙ୍ଗଠନିକ ବୈଠକ 

କନିଷ୍ଠ କିରାଣୀ ସଂଘ ର ସାଙ୍ଗଠନିକ ବୈଠକ 

ଆସିକା, ୧୧/୧୧/୨୫  ରାଜ୍ୟ ନୂତନ ଅନୁଦାନ ପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ କନିଷ୍ଠ କିରାଣୀ ସଂଘ,ଗଞ୍ଜାମ ଜିଲ୍ଲା ର ସାଙ୍ଗଠନିକ ବୈଠକ ମାଁ ଶ୍ୟାମଳାଇ ପୀଠ ସଭା ଗୃହ ଠାରେ ରାଜ୍ୟ ସଭାପତି ପ୍ରକାଶ କୁମାର ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବରେ ରାଜ୍ୟ କର୍ମକର୍ତ୍ତା ତଥା ଅନୁଗୁଳ ଜିଲ୍ଲାର ପ୍ରଶାନ୍ତ କୁମାର ସାହୁ ,ସୁଧାଂଶୁ ପ୍ରଧାନ,ସୁଦର୍ଶନ ନାୟକ ଉପସ୍ଥିତ ରହିଥିଲେ। କନିଷ୍ଠ କିରାଣୀ ମାନଙ୍କର କେତକ ସମସ୍ୟା ଓ ଦାବି ଉପରେ ମଞ୍ଚାସୀନ ଅତିଥିଗଣ ଆଲୋକପାତ କରିଥିଲେ ସେଗୁଡିକ ହେଲା ୧-ଶିକ୍ଷାଗତ ଯୋଗ୍ୟତା ଓ ବରିଷ୍ଠତା ଭିତ୍ତିରେ ଲେଭେଲ-9 GP 4200 କୁ ବୃଦ୍ଧି କରାଯାଉ ୨- ଉଚ୍ଚ ଶିକ୍ଷା ନିମନ୍ତେ ଅନୁମତି ଦିଆଯାଉ ୩- ବିଭାଗୀୟ ପରୀକ୍ଷା ନିମନ୍ତେ ଅନୁମତି ସାର୍ବଜନୀନ କରାଯାଉ ୪- ହେଚ ଆର ଏମ ଏସ ରେ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ମାନଙ୍କ ପଦବୀକୁ ସରକାରୀ ବିଦ୍ୟାଳୟରେ ଥିବା କନିଷ୍ଠ ସହାୟକ ମାନ୍ୟତା ପ୍ରଦାନ କରାଯାଉ ,୫-ଅବସରପରେ ଅତିଥି ସହାୟକ ରୂପେ ପୁନଃ ଅବସ୍ଥାପିତ କରାଯାଉ ୬- ସରକାରୀ ବିଭାଗୀୟ ସହାୟକ ପରି ବନ୍ଦୋବସ୍ତ କରାଯାଉ ବୋଲି ସରକାରଙ୍କ ଠାରେ ଏକ ସ୍ମାରକ ପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହା ପରେ ଗଞ୍ଜାମ ଜିଲ୍ଲାର ଏକ କାର୍ଯ୍ୟକାରୀ କମିଟି ଗଠନ କରଯାଇଥିଲା । ଏଥିରେ ସଭାପତି ଭାବରେ କେ.ଟୁନା ଦୋରା,ସମ୍ପାଦକ ଭାବେ ଜିତେନ୍ଦ୍ରନାଥ ଗୌଡ,କୋଷଧକ୍ଷ ଭାବେ କବିରାଜ ଛାଟେଇ, ପରାମର୍ଶଦାତା ଭାବେ ଆର୍ତ୍ତତ୍ରାଣ ଦାସ, ରାଜ୍ୟ ସଦସ୍ୟ ଭାବେ ସୁଦର୍ଶନ ନାୟକ, ବିଦେଶୀ ସାହୁ, ଜ୍ୟୋଛନା ରାଣି ବିଶୋୟି ଏବଂ ସଭ୍ୟ ଭାବେ ଚିତ୍ରସେନ ଦଳେଇ,ସୁମିତ ପାତ୍ର, ତନୁଜ ସାହୁଙ୍କୁ ମନୋନୀତ କରାଯାଇଥିଲା । ଆସନ୍ତାଦିନରେ କର୍ମଚାରୀ ମାନଙ୍କ ତାଲିମ ନିମନ୍ତେ କର୍ମଶାଳା ଆୟୋଜନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିବା ଓ ବ୍ଲକ କମିଟି ଗଠନ କରିବାକୁ ସ୍ଥିର କରାଯାଇ ଥିଲା ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ରାଜନଗର ର ପେଣ୍ଠ ବେଳା ଭୂମି କୁ ସଫେଇ କଲେ ଲଷ୍ମୀ ବରାହ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ.

masiha

ତେରେସିଂହାରେ ଦୁର୍ନିତି ନିବାରଣ ସପ୍ତାହ ପାଳିତ

masiha

ଦେଓମାଳି ପାଇଁ ଆଗେଇ ଆସିଲା ଜିଲ୍ଲା ପ୍ରଶାସନ, ଦେଓମାଳି ସୁରକ୍ଷା ଓ ସ୍ୱେଚ୍ଛତା କୁ ଦେଲେ ଗୁରୁତ୍ୱ

masiha

Leave a Comment

error: Content is protected !!