ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତିଝର ବୁଲି ଦେଖିଲେ ଜିଲ୍ଲାପାଳ , ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ଶାନ୍ତିଝର ବୁଲି ଦେଖିଲେ ଜିଲ୍ଲାପାଳ , ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ଆସିକା ୧୧/୧୧/୨୫  ଧରାକୋଟ ଠାରୁ ଦୁଇ କିମି ଦୂରରେ ଥିବା ଶାନ୍ତିଝର ପିକନିକ ସ୍ପଟ ରେ ଦିନକୁ ଦିନ ପର୍ଯ୍ୟଟକ ମନଙ୍କ ବେସ ଭିଡ ବଢୁଥିବା ଦେଖିବାକୁ ମିଳୁଛି। ହେଲେ ଆବଶ୍ୟକତା ଅନୁଯାୟୀ ଏହାର ଭିତ୍ତିଭୂମିର ବିକାଶ ହୋଇପାରିନାହିଁ । ଏହାର ବିକାଶ ପାଇଁ ସାନ୍ତିଝର ଉନ୍ନୟନ କମିଟି ପକ୍ଷରୁ ବିଭିନ୍ନ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଆଜି ଅଚାନକ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭା ସନ,ଭଞ୍ଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ତହସିଲଦାର ଲମ୍ବୋଦର ମାରାଣ୍ଡି, ବି ଡି ସଂଗ୍ରାମ କେଶରୀ ଜେନା ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ ପ୍ରମୁଖ ଶାନ୍ତିଝର ପିକନିକ ସ୍ପଟ କୁ ପରିଦର୍ଶନ କରିଥିଲେ । ସୁଳିଆ ପାହାଡ଼ର ପାଦ ଦେଶରେ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଏହି ପୀଠକୁ ବଣ ଭୋଜି କରିବା ପାଇଁ ଲୋକଙ୍କର ଭିଡ ଶୀତ ଦିନେ ବେଶ ଜମିଥାଏ। ଶାନ୍ତ ସୁନ୍ଦର ପରିବେଶ ସାଙ୍ଗକୁ ବଣ ଜଙ୍ଗଲରୁ ଝରି ଆସୁଥିବା ଝରଣା ର କୁଳୁ କୁଳୁ ନାଦ ଏହାର ପରିବେଶକୁ ଆହୁରି ମନୋରମ କରିଥାଏ । ମୁଖ୍ୟ ରାସ୍ତା ରେଶାନ୍ତିର ପ୍ରତୀକ ଭଗବାନ ବୁଦ୍ଧ ଙ୍କ ପ୍ରତିର୍ମୂର୍ତି ଦର୍ଶକଙ୍କ ମନ ମୋହୁଥିବା ବେଳେ ପୀଠର ପାଦ ଦେଶରେ ମା କଠୁଳିଆ ଦେବୀଙ୍କ ମନ୍ଦିର ,ମଧ୍ୟ ଭାଗରେ ସିଦ୍ଧ ଗୁମ୍ଫାରେ ମା ରାଜ ରଜେଶ୍ୱରି ଗଡଚଣ୍ଡି ଙ୍କ ଜ୍ୱଳନ୍ତ ମୂର୍ତ୍ତି, ସବା ଉପରେ ସିଦ୍ଧ ମହାବୀର ଧାମ, ହନୁମାନ ବାଟିକା, ତଳ ଭାଗରେ ରହିଥିବା ଶିଶୁ ପାର୍କ ପିଲାଙ୍କ ମନ ମହୁଥିବା ବେଳେ ମହାବୀର ଘାଟିରେ ଗାଡି ଚାଳନା ପର୍ଯ୍ୟଟକ ମାନଙ୍କୁ ଅନନ୍ୟ ଅନୁଭୂତି ଦେଇଥାଏ । ଆଜି ଜିଲ୍ଲାପାଳ ଉପର ଭାଗରେ ଥିବା ହନୁମାନ ବାଟିକା ରେ ପହଞ୍ଚି ନିର୍ମାଣଧିନ ଥିବା ଏକ 31ଫୁଟ ଉଚ୍ଚତାର ହନୁମାନ ପ୍ରତିମୂର୍ତ୍ତି ବୁଲି ଦେଖିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଏହି ପୀଠର ଭିତ୍ତି ଭୂମିର ବିକାଶ ସହ ଏହି ପୀଠକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏଠାରେ ଆଦର୍ଶ ପୁଷ୍କରିଣୀ ଖନନ, ଚେକଡେମ ନିର୍ମାଣ, ସୌନ୍ଦର୍ଯ୍ୟ କରଣ, ଆଲୋକି କରଣ, ଶିଶୁ ଉଦ୍ୟାନ ର ବିକାଶ, ପକ୍କା ରାସ୍ତା ନିର୍ମାଣ ସହ ପରିବେଶର ସ୍ବଚ୍ଛତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସଂପ୍ରତି ଗଞ୍ଜାମ ଜିଲ୍ଲାପାଳ ଶାନ୍ତିଝର ପୀଠରେ ପହଞ୍ଚି ଏହାର ଭିତ୍ତିଭୂମିର ବିକାଶ ପାଇଁ ଆଗଭର ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ସଞ୍ଚାର ହେବା ସହ ଏହି ପୀଠକୁ ପର୍ଯ୍ୟଟନସ୍ଥଳୀ ର ମାନ୍ୟତା ଦେବାପାଇଁ ଲୋକେ ଦାବୀ କରିଛନ୍ତି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଫିରିଙ୍ଗିଆ ରେ ବଡ଼ ଦିନ ପାଇଁ ଶାନ୍ତି କମିଟି ବୈଠକ

Sunil Chandra Nayak

_ରାଜ୍ୟ କାର୍ଯ୍ୟାଳୟରେ ୧୩୬ତମ ଆମ୍ବେଦକର ଜୟନ୍ତୀ ପାଳନ_ ବାବାସାହେବଙ୍କ ଆଦର୍ଶକୁ ବାସ୍ତବରେ କାର୍ଯ୍ୟକାରୀ କରିଛି ବିଜେପି ସରକାର: ମୋହନ ଚରଣ ମାଝୀ

Sunil Chandra Nayak

ସେକ୍ଟର ୧୯ ଥାନାରେ ଶାନ୍ତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!