ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଷାଗୁମୁଡା ବ୍ଳକରେ ବିହନ ଅମଳ ଦିବସ ଅନୁଷ୍ଠିତ

କୋଷାଗୁମୁଡା ବ୍ଳକରେ ବିହନ ଅମଳ ଦିବସ ଅନୁଷ୍ଠିତ

ଡାବୁଗାଁ, ୧୩/୧୧ (ମ.ନି.ସ.)- ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ କୋଡିଙ୍ଗା ପାଖ କୁଜାଗୁଡା ଗ୍ରାମରେ ପାୟୋନିଅର କମ୍ପାନୀ ତରଫରୁ ମକା ଉପରେ ଏକ ବୃହତ୍ ଅମଳ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ କୁଜାଗୁଡା,ଫାର୍ଶାଗୁଡା ଅଞ୍ଚଳରୁ ଅନ୍ୟୁନ ୫୦୦ ରୁ ଉର୍ଦ୍ଧ୍ବ ମକା ଚାଷୀ ଅଂଶ ଗ୍ରହଣ କରିଥିଲେ l ସ୍ଥାନୀୟ ମକା ଚାଷୀ ତୁଲାରାମ ଭତ୍ରl ଙ୍କ ଜମିରେ ଚାଷ ହୋଇଥିବା ପି ୩୩୦୫ ଉପରେ ଏହି ମକା ଅମଳ ଦିବସ ସମାରୋହରେ ପାଳନ କରାଯାଇଥିଲା l ଏହି ସମାରୋହରେ କୋଷାଗୁମୁଡା ବ୍ଳକ ପାୟୋନିଅର କର୍ମଚାରୀ ଚନ୍ଦନ ସିଂ ଲାଲ ଏବଂ ତାଙ୍କ ସହଯୋଗୀ ମନୋଜ କୁମାର ନାୟକ, ତ୍ରିନାଥ ଭତ୍ରl, ନିଖିଲ ଖୁଣ୍ଟିଆ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ କୁ ପାୟୋନିଅର କମ୍ପାନୀର ନବରଙ୍ଗପୁର ମଣ୍ଡଳ ପ୍ରତିନିଧି ଅଭିଷେକ ଦାସ ଉଦଘାଟନ କରିଥିଲେ ଏବଂ ଉପସ୍ଥିତ ଚାଷୀ ଭାଇମାନଙ୍କୁ ସ୍ୱାଗତ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ l ଶ୍ରୀ ଦାସ ପାୟୋନିଅର କମ୍ପାନୀର ବିହନ ପି ୩୩୦୫ ର ଗୁଣବତ୍ତା ସହ ଅଧିକ ଅମଳ ଉପରେ ସମସ୍ତ ଚାଷୀ ଭାଇ ମାନଙ୍କୁ ବୁଝାଇ ଥିଲେ l ଉକ୍ତ ବିହନ ଏବଂ ଅନ୍ୟ ବିହନ ରେ ଚାଷ କରାଯାଇ ଥିବା ମକା ଚାଷୀ ଭାଇ ମାନଙ୍କ ଉପସ୍ଥିତିରେ ଦୁଇଟି ବିହନ ରେ ଚାଷ କରାଯାଇଥିବା ମକା ଅମଳ କରାଯାଇଥିଲା l ଅନ୍ୟ ମକା ଅମଳ ଅପେକ୍ଷା ପାୟୋନିଅର ପି ୩୩୦୫ ଅଧିକ ଅମଳ ହୋଇ ବିଜେତା ହୋଇଥିଲା l ଏହାପରେ ଶ୍ରୀ ଦାସ ତୁଳାରାମ ଭତ୍ରlଙ୍କୁ ସମ୍ମାନୀତ କରିଥିଲେ l ପରିଶେଷରେ ପାୟୋନିଅର ସମସ୍ତ କର୍ମଚାରୀ, ଉପସ୍ଥିତ ଚାଷୀ ଭାଇମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ କରାଯାଇଥିଲା l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡ୍ରେନ ଉପରୁ ପଡି ଜଣେ ମୃତ 

Sunil Chandra Nayak

ଚନ୍ଦାହାଣ୍ଡି ଠାରେ ଧନୁଯାତ୍ରା ଆରମ୍ଭ , ପ୍ରଥମ ରଜନୀରେ ଉଗ୍ରେସନ ଦରବାର ନାଟକ ଅନୁଷ୍ଠିତ

Sunil Chandra Nayak

“Fake Caste Certificates Rob Constitutional rights of SCs & STs..MP Niranjan Bishi Demands Crackdown”

Sunil Chandra Nayak

Leave a Comment

error: Content is protected !!