ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ବିଲ ପ୍ରେସ କ୍ଲବ୍‌ର ନବନିର୍ବାଚନ ଉତ୍ସବମୟ ପରିବେଶରେ ସମାପ୍ତ

ବଡ଼ବିଲ ପ୍ରେସ କ୍ଲବ୍‌ର ନବନିର୍ବାଚନ ଉତ୍ସବମୟ ପରିବେଶରେ ସମାପ୍ତ

ବଡ଼ବିଲ, : ବଡ଼ବିଲ ପ୍ରେସ କ୍ଲବ୍‌ର ବାର୍ଷିକ ନବନିର୍ବାଚନ ଉତ୍ସବମୟ ଓ ଗଣତାନ୍ତ୍ରିକ ପରିବେଶରେ ସମ୍ପନ୍ନ ହୋଇଛି। କ୍ଲବ୍‌ର ଉପଦେଷ୍ଟା ବଳରାମ ମହାନ୍ତିଙ୍କ ନିର୍ଦେଶନାରେ ନିର୍ବାଚନ ପ୍ରକ୍ରିୟା ସୁସ୍ଥ ଓ ସୁଚାରୁ ଭାବରେ ଅନୁଷ୍ଠିତ ହୋଇଥିଲା।

ନବ ନିର୍ବାଚିତ କାର୍ଯ୍ୟକାରୀ ସଭ୍ୟମାନେ ହେଲେ ସଭାପତି: ମଧୁସୂଦନ ସାହୁ,ଉପସଭାପତି: ମକରଧ୍ଵଜ ବାଗ,ସମ୍ପାଦକ: ଅଜୟ ଗିରି,ସହସମ୍ପାଦକ: ଅଂଶୁମାନ ପ୍ରଧାନ,କୋଷାଧ୍ୟକ୍ଷ: ଡିମ୍ପଲ ସାଣ୍ଡିଲ। ନିର୍ବାଚନ ପରେ ଉପଦେଷ୍ଟା ଦେବପ୍ରିୟା ରଣା ସମସ୍ତ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ମିଷ୍ଟାନ୍ନ ଦେଇ ସ୍ୱାଗତ କରିଥିଲେ। ସଭାରେ ଉପସ୍ଥିତ ସଦସ୍ୟମାନେ ନୂତନ କମିଟିଙ୍କୁ ଅଭିନନ୍ଦନ ଜଣାଇ, ଆଗାମୀ ଦିନରେ ପ୍ରେସ କ୍ଲବ୍‌ର କାର୍ଯ୍ୟକଳାପକୁ ଆଉ ସକ୍ରିୟ ଓ ସୁସଂଗଠିତ କରିବା ପାଇଁପ୍ରେରଣାଦେଇଥିଲେଉପଦେଷ୍ଟାମଣ୍ଡଳୀ ଘୋଷଣା କରିଥିଲେ ଏହି ବର୍ଷ ପାଇଁ ବଡ଼ବିଲ ପ୍ରେସ କ୍ଲବ୍‌ରେ ଉପଦେଷ୍ଟା ଭାବେ ବଳରାମ ମହାନ୍ତି ଓ ଦେବପ୍ରିୟ ରଣା, ବଡ଼ବିଲ ପ୍ରେସ କ୍ଳବ ସଦସ୍ୟ ଶାନ୍ତନୁ ଦାଶ, ଚିତ୍ତରଞ୍ଜନ କର, ରଘୁନାଥ ସାହୁ, ଦେବକାନ୍ତ ଦାସ, ମଧୁସୂଦନ ସାହୁ, ମକରଧ୍ଵଜ ବାଗ, ଅଜୟ ଗିରି, ଅଂଶୁମାନ ପ୍ରଧାନ, ବାଦଳ ମହାନ୍ତ, ଡିମ୍ପଲ ସାଣ୍ଡିଲ ଓ ସୀତାରାମ ଦୀକ୍ଷିତଙ୍କୁ ଉପସ୍ଥିତ ରହି ମତଦାନ ଦେଇଥିଲେ।ଅନଲାଇନ୍‌ ମତଦାନର ସୁବିଧା ଜରୁରୀ ଅବସ୍ଥାରେ ସଭାକୁ ଉପସ୍ଥିତ ହୋଇପାରିନଥିବା ସଦସ୍ୟ ସୁବୋଧ ଦାସ ଓ ଅଶୋକ ମହାନ୍ତ, ଧରଣୀ ହର ମହାନ୍ତ ଅନଲାଇନ୍‌ ମାଧ୍ୟମରେ ନିଜ ମତଦାନ କରିଥିଲେ। କ୍ଲବ୍‌ର ଡିଜିଟାଲ୍ ସୁବିଧା ଏବଂ ସମୟୋପଯୁକ୍ତଏହା ଏକ ସଫଳ ଉଦାହରଣ ବୋଲି ସଦସ୍ୟମାନେ ମତ ପ୍ରକାଶ କରିଛନ୍ତି। 

ସୀତାରାମ ଦୀକ୍ଷିତ ଙ୍କ ରିପୋର୍ଟ୍ 

Related posts

ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

Sunil Chandra Nayak

ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ସ୍ୱାସ୍ଥ୍ୟ ଶିବିର ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଇସ୍ପାତ ମନ୍ତ୍ରୀଙ୍କ ସହ ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚର ପ୍ରତିନିଧିଙ୍କ ଆଲୋଚନା ଏବଂ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!