ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଶୋକ କୁମାର ନାୟକ ଙ୍କ କବିତା ମୋ ମାଆ ମୋ ଦୁନିଆ

ମୋ ମାଆ ମୋ ଦୁନିଆ

 

ସରଗଠୁ ବଡ଼ ମମତାମୟୀ ଗୋ 

ସେ ମୋ ମାଆ ମୋ ଦୁନିଆ, 

ହୃଦୟରେ ଭରା ମମତା ବନ୍ଧନ 

ସବୁ ଦେଇଥାଏ ମାଆ ।

 

ଦଶ ମାସ ଦଶ ଦିନ ଗର୍ଭେ ଧରି 

ଜନମ ଦେଇଛି ମାଆ, 

ଏନ୍ତୁଡ଼ିଶାଳରୁ ଲାଳନପାଳନ 

ମୋ’ ଠାରେ କରିଛି ଦୟା ।

 

ମୋ ମାଆ ହୃଦୟ ଏତେ ଯେ ବିଶ୍ୱାଳ 

ଝୁରୁଥାଇ ରାତିଦିନ, 

ମାଆର ମମତା ମନେ ଜାଗି ଉଠେ 

ମାଆର ସ୍ନେହ ବନ୍ଧନ ।

 

କୋଳେଇ କାଖେଇ ଖୁଆଇଛି ମୋତେ 

ସିଏ ପରା ମୋର ମାଆ, 

ତା’ ପରି ତ ଆଉ ଜଗତରେ ନାହିଁ 

ସହିବାର ଗୁଣ ଯାହା ।

 

ନିଜ ପାଇଁ ସିଏ କରେ ନାହିଁ କିଛି 

ମୁହିଁ ତ ତାହାର ମୂଲ୍ୟ, 

ଆହାର ଗଣ୍ଡିକ ଯୋଗାଡ଼ କରଇ

କିଏ ସରି ହେବ ତୁଲ୍ୟ ।

 

ନିଜେ ଦୁଃଖ ସହି ସୁଖ ଦିଏ ମୋତେ 

ମନେ ସଦା ହସି ହସି, 

ତା’ର ସ୍ନେହେ ପ୍ରେମେ ଏମିତି ବାନ୍ଧେ ସେ 

ଭରି ଦେଇ ମୋ’ଠି ଖୁସି ।

 

ମିଳେନି କା’ ପାଖେ ସେ ଅମୃତବିନ୍ଦୁ 

ମାଆ ମୋ ଦିଅଇ ଯାହା, 

ବିରସ ସନ୍ତାନେ ସରସ ଦାୟିନୀ 

ସେ ଅମୃତମୟୀ ମାଆ ।

 

ମମତାମୟୀ ଗୋ ଜନ୍ମଦାତ୍ରୀ ସେ ମୋ 

ତା’ ଋଣ ହେବନି ସୁଝି,

ତାହାରି ଆଶିଷ ବିନା କେହି ନାହିଁ 

ଜିତେ ତ ଜୀବନେ ବାଜି ।

 

ହେ ଜଗତନାଥ ପ୍ରଭୁ ଜଗନ୍ନାଥ 

ତୁମେ ଜଗତ ଠାକୁର, 

ମାଆ ମୋ’ ଜୀବନ୍ତଠାକୁର ସାକ୍ଷାତ 

ଦେବୀଙ୍କର ଅବତାର ।

 

ଆମ ଦେଶେ ଅଛ ଯେତେକ ସନ୍ତାନ 

ମାଆଙ୍କୁ ସୁରକ୍ଷା ଦିଅ, 

ମାଆ ଆଶୀର୍ବାଦେ ସୁଖକୁ ଲଭିବ 

ଦୁଃଖ ନେବଟି ବିଦାୟ ।

  ଶ୍ରୀ ଅଶୋକ କୁମାର ନାୟକ 

ଗ୍ରାମ/ପୋଷ୍ଟ:-କେନ୍ଦୁଢି଼ପି 

        ବ୍ଳକ୍/ଜିଲ୍ଲା :- ନୟାଗଡ଼

Related posts

କବିତା – ତୁମ ପାଇଁ କବିତା

Sunil Chandra Nayak

ବିଶ୍ୱନାଥପୁରରେ ମନ ମୋହିବ ମୂର୍ତ୍ତି, ମେଢ ଓ ମଣ୍ଡପ , ରାମଚନ୍ଦ୍ରପୁରରେ ମୁଖ୍ୟ ଆକର୍ଷଣ ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରେ ଟୋଟାଲ ଏନର୍ଜି ଲୁବ୍ରିକେଟର ସୋ ରୁମ୍ ଉଦଘାଟିତ

Leave a Comment

error: Content is protected !!