ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ ମନ୍ତ୍ରୀଙ୍କ ସହ ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚର ପ୍ରତିନିଧିଙ୍କ ଆଲୋଚନା ଏବଂ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଇସ୍ପାତ ମନ୍ତ୍ରୀଙ୍କ ସହ ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚର ପ୍ରତିନିଧିଙ୍କ ଆଲୋଚନା ଏବଂ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରାଉରକେଲା: ଆଜି ସନ୍ଧ୍ୟାରେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଏବଂ ଗାଙ୍ଗପୁର ମଜଦୂର ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସଙ୍କ ନେତୃତ୍ୱରେ ଉଭୟ ୟୁନିଅନର ଏକ ପ୍ରତନିଧିମଣ୍ଡଳୀ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ ଡି କୁମାରସ୍ବାମୀ ଙ୍କୁ ରାଉରକେଲା ହାଉସ ଠାରେ ସାକ୍ଷାତକରି ଇସ୍ପାତ ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବି ପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଥିଲେ। ଆଲୋଚନାରେ ବେସରକାରୀ, ଏରିଅର,ରିୱ।ଡ଼ ବୋନସ,ଏଲଡିପି, ଏନଜେସିଏସ , କାରଖାନା ସମ୍ପ୍ରସାରଣ ଆଦି ସମସ୍ତ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ସମୟରେ ସେଲ୍ ର ଅଧ୍ୟକ୍ଷ ଅମରେନ୍ଦୁ ପ୍ରକାଶ ,ଡିଆଇସି ଆଲୋକ ବର୍ମାଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ଏବଂ ଆଲୋଚନା ସକରାତ୍ମକ ଥିଲା । ଏହି ପ୍ରତିନିଧି ମଣ୍ଡଳୀରେ ରାଉରକେଲା ଶ୍ରମିକ ସଂଘର ଉପସାଧାରଣ ଦିଲ୍ଲୀପ ମହାପାତ୍ର, ଉପସଭାପତି ଅକ୍ଷୟ ଜେନା, ବୀରକିଶୋର ଶେଖରଦେଓ, ରଘୁନାଥ ଭୁକ୍ତା, ସତ୍ୟ ସାହୁ,ତୁଷାର ସାହୁ ଗାଙ୍ଗପୁର ମଜଦୂର ମଞ୍ଚର ଉପସଭାପତି ସୁଲେମାନ କାଉଡ଼ିଆ, ସନ୍ତୋଷ କୁଜୁର,ମାଙ୍ଗେ ଏକ୍କା , ଥୋମାସ ଟୋପୋ ,ବିଷ୍ଣୁ ମାହାନ୍ତ, ପ୍ରମୁଖ ଉପସ୍ଥିତ ଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ମନ୍ତ୍ରୀଙ୍କର କୌଣସି ୟୁନିଅନ ମିଟିଂ ନାହିଁ ବୋଲି ମନା କରିଦିଆଯିବା ପରେ ଗତକାଲିର ଗଣବିକ୍ଷୋଭ ପରେ କାର୍ଯ୍ୟକ୍ରମ ସରଣୀ ମଧ୍ୟରେ ହୋଇ ୟୁନିଅନ ମାନଙ୍କ ସହ ବୈଠକ ରଖାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜାତଳାରେ ଜବରଦଖଲକାରୀଙ୍କୁ ଘର ଉପରେ ଚଢ଼ିଲା ଜେସିବି,ଜବରଦଖଲକାରୀଙ୍କୁ ମଧ୍ୟରେ କୋକୁଆ ଭୟ

Sunil Chandra Nayak

ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ଯୁବ ଉତ୍ସବ ଆୟୋଜିତ 

Sunil Chandra Nayak

ବାସନ ଧୋଇବାକୁ ଯାଇ ପୋଖରୀରେ ଖସି ଜ୍ୟୋତ୍ସ୍ନାଙ୍କର ମୃତ୍ୟୁ

masiha

Leave a Comment

error: Content is protected !!