ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ ଡ ଏନ୍ ତିରୁମାଲା ନାଏକ ଙ୍କ ଗସ୍ତ ର ଦ୍ୱିତୀୟ ଦିନ ଓ ଜିଲ୍ଲା ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ 

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ ଡ ଏନ୍ ତିରୁମାଲା ନାଏକ ଙ୍କ ଗସ୍ତ ର ଦ୍ୱିତୀୟ ଦିନ ଓ ଜିଲ୍ଲା ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ 

ନବରଙ୍ଗପୁର:( ତା ୨୧.୧୧.୨୦୨୫)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ ଡ ତିରୁମାଲା ନାଏକ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାରେ ପ୍ରଣୟନ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା କୁ ନେଇ ବିଭାଗୀୟ ଅଧିକାରୀ ଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଶ୍ଵଜିତ ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଡି ଇ ଓ ଛତ୍ରପତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ସଚିବ ବିଭିନ୍ନ ଯୋଜନା ସୁଭଦ୍ରା ଯୋଜନା,ଅନ୍ତୋଦୟ ଗୃହ ,ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ବୟୋବନ୍ଦନା କାର୍ଡ,ପି ଏମ ଶ୍ରୀ,ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା,ସକ୍ଷମ ଅଙ୍ଗନବାଡି କେନ୍ଦ୍ର,ଛାତ୍ରାବାସ ଏଭଳି ଯୋଜନାର କାର୍ଯ୍ୟକାରିତା ନେଇ ବିଭାଗୀୟ ଅଧିକାରୀଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ସଚିବ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଆହୁରି ଅଧିକ କରିବା ଏବଂ ସେମାନଙ୍କ ପାଠ ପଢା ସମ୍ବନ୍ଧୀୟ ବ୍ୟବସ୍ଥା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସ୍ଵମନ୍ନୟରେ ଉଚିତ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଲେ।ବିଦ୍ୟାଳୟ ର କୌଣସି ଛାତ୍ର ଛାତ୍ରୀ ଯଦି ଗୁରୁତର ଅସୁସ୍ଥ ଅନୁଭବ କରନ୍ତି ତେବେ ସଙ୍ଗେ ସଙ୍ଗେ ଡ଼ାକ୍ତରଖାନା କୁ ନେବା ପାଇଁ ଏବଂ ତାଙ୍କର ଅଭିଭାବକ ଙ୍କୁ ସୁଚନା ଦେବାକୁ ପ୍ରଧାନ ଶିକ୍ଷକ ଙ୍କୁ ନିର୍ଦ୍ଦେଶ ଦେବାକୁ ଡି ଇ ଓ ଙ୍କୁ କହିଥିଲେ।ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଓ ପଞ୍ଚାୟତି ରାଜ ବିଭାଗ ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ,ସୀମା କାନ୍ଥ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପନ କରିବାକୁ ନିର୍ଦ୍ଦେଶ ଦେଲେ।ବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସିକିଲ୍ ସେଲ ରୋଗ , ରକ୍ତ ହୀନତା ଚିହ୍ନଟ ପାଇଁ ପଦକ୍ଷେପ ନେବାକୁ ସି ଡି ଏମ ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମକା ର ଅଭାବୀ ବିକ୍ରି ରୋକିବା ପାଇଁ ପଦକ୍ଷେପ ନେବାକୁ ସି ଡି ଏ ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ତୋଦୟ ଗୃହ ଯୋଜନାରେ ଶୀଘ୍ର କିଭଳି ଲକ୍ଷ ଧାର୍ଯ୍ୟ ପୁରଣ ହେବ ତା ଉପରେ ଦୃଷ୍ଟି ଦେବାକୁ ସି ଡି ଓ,ଜିଲ୍ଲା ପରିଷଦ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସୁଚନା ଅନୁସାରେ ଜିଲ୍ଲାରେ ୨୩ ଟି ପି ଏମ ଶ୍ରୀ ବିଦ୍ୟାଳୟ କୁ ବିଭିନ୍ନ ଉନ୍ନତି ପାଇଁ ନିଆଯାଇଛି ।ଜିଲ୍ଲାରେ ୪୬୩୨୩୦ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ ଏବଂ ୨୫୧୧୮ ଟି ବାୟୋ ବନ୍ଦନା କାର୍ଡ ବିତରଣ କରାଯାଇଛି।୨୦୨୪-୨୫ ସୁଦ୍ଧା ୧୩୬୪୭୮ ଲକ୍ଷଧାର୍ଯ୍ୟ ରୁ ୧୧୭୪୮୯ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଗୃହ ନିର୍ମାଣ କରାଯାଇଛି। ୨୦୨୫-୨୬ ସୁଦ୍ଧା ଅନ୍ତୋଦୟ ଗୃହ ଯୋଜନା ର ଜିଲ୍ଲାରେ ୫୨୯୪ ଲକ୍ଷ ଧାର୍ଯ୍ୟ ରୁ ୨୦୩ ମାତ୍ର ପୁରଣ ହୋଇଛି। ସୁଭଦ୍ରା ଯୋଜନାରେ ମୋଟ ୩୨୬୨୦୨ ଆବେଦନ ରୁ ଏପର୍ଯ୍ୟନ୍ତ ୨୮୫୭୦୫ ଜଣଙ୍କୁ ତୃତୀୟ କିସ୍ତି ଅର୍ଥ ସହାୟତା ପ୍ରଦାନ କରାଯାଇଛି।ଜିଲ୍ଲାରେ ମୋଟ ୪୮୨ ଟି ଛାତ୍ରାବାସ ରେ ୪୮୦୦୩ ଜଣ ଛାତ୍ର ଛାତ୍ରୀ ଆବାସିକ ରୂପେ ବିଦ୍ୟା ଅଧ୍ୟୟନ କରୁଛନ୍ତି।ଆଜି ଦ୍ଵିତୀୟ ଦିନ ଗସ୍ତରେ ସଚିବ ଡ ତିରୁମାଲା ନାଏକ ଡ଼ାବୁ ଗାଁ ସ୍ଥିତ ଏସ ଏସ ଡି ଉଚ୍ଚ ଏବଂ ମାଧ୍ୟମିକ ବାଳିକା ବିଦ୍ୟାଳୟ ପରିଦର୍ଶନ କରି ପାଠପଢ଼ା,ପରୀକ୍ଷା, ପରିମଳ, କ୍ରୀଡ଼ା,ସ୍ଵାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ବ ଦେଲେ। ଡ଼ାବୁ ଗାଁ ରେ “ଏକ ପେଡ ମା କେ ନାମ” ର ବୃକ୍ଷ ରୋପଣ,ଅମୃତ ସରୋବର ଦେଖିଥିଲେ। କୁରୂପା ସ୍ଥିତ ନୂତନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପରିଦର୍ଶନ ସହ ଜୁନାପାଣୀ ସ୍ଥିତ ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କୁ ଯାଇ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ପଚାରିଥିଲେ। ଘୋଡାଘୁଣ୍ଟା ଅଙ୍ଗନବାଡି କେନ୍ଦ୍ର ଗସ୍ତ କରି ସୁଭଦ୍ରା ହିତାଧିକାରୀ ଏବଂ ଲକ୍ଷ ପତି ଦିଦି ଙ୍କୁ ଭେଟିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମଗଡ ଏନ୍ଏସି ରେ ମଳ ଉପଚାର କେନ୍ଦ୍ର ବିଧାୟକ ଙ୍କ ଦ୍ବାରା ଉଦଘାଟିତ

masiha

ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ 2023 ଉଦଘାଟିତ

Sunil Chandra Nayak

ସବୁଜ ବାହିନୀ ରାଜନଗର ସମ୍ବର୍ଦ୍ଧିତ

masiha

Leave a Comment

error: Content is protected !!