ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳାଦେବୀ ଙ୍କ କବିତା ମା

“ମା”

ଚନ୍ଦ୍ରକଳାଦେବୀ, କୋରାପୁଟ 

 

ସରଗଠୁ ବଡ଼ ସବୁଠୁ ନିଜର 

ମମତାମୟୀ ମୋ ମାଆ, 

ସ୍ନେହ ମମତାର ଜୀବନ୍ତ ପ୍ରତୀକ 

ସିଏ ମୋର ଅଟେ ସାହା ||

ଯାହାର କୋଳରେ ଜନମ ଲଭିଲି 

ଦେଖିଲି ଏଇ ସଂସାର, 

ଲାଳନ ପାଳ6ନ ଛୋଟୁ ବଡ଼ହେଲି 

ପାଇ ସନେହ ଆଦର ||

କଥାଯେ ତାହ|ର ମଧୁ ପରି ମିଠା 

ଫୁଲଠୁ କୋମଳମୟ, 

ମାଆର ପଣତ ଶ୍ରୀମନ୍ଦିର ନେତ

ନାହିଁ ଡର ନାହିଁ ଭୟ ||

ସରଗଠୁ ବଳି ସିନା ସୁଖ ସ୍ଥଳୀ 

ଜନନୀଙ୍କ ଅଙ୍କ ସ୍ଥଳ, 

ବସିଥିଲେ ଯହିଁ ଭୋକ ଶୋଷ ନାହିଁ 

ନ ଲାଗେ ସଂସାର ଡୋର ||

ମାଆ ସେନେହର ମୂଲ କିଏ ଦେବ 

ମୂଲ ତା ଅମୁଲ ମୂଲ, 

ବ|ତ୍ସଲ୍ୟ ମମତା ଶ୍ରଦ୍ଧା ପ୍ରେମ ଡୋ6ର 

କେହି ନୁହେଁ ସମତୁଲ ||

ଆଜି ମୋର ମାଆ ନାହାଁନ୍ତି ଜଗତେ 

ତାଙ୍କ ସ୍ମୃତି ଜାଗରିତ, 

ଯେଉଁଠାରେ ଅଛ ସେହିଠାରେ ଥାଇ 

କର ମୋତେ ଆଶୀର୍ବାଦ ||

Related posts

ଜିଏସଟି ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ରୁପ୍ରା ଠାରୁ ବାଲିପଡା ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ 

Sunil Chandra Nayak

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ବୋଲ୍ ବମ୍

Sunil Chandra Nayak

ଆନନ୍ଦପୁର – ଓଡିଶା ଲୋକସେବା ଆୟୋଗ ରେ ପ୍ରଦୀପଙ୍କ କୃତିତ୍ବ

Leave a Comment

error: Content is protected !!