ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଘାମରା ରେ ବ୍ଳକ ସ୍ତରୀୟ ଜୈବିକ କପା ଚାଷ ଭିତ୍ତିକ ବୈଷୟିକ ତାଲିମ ଶିବିର 

ମଘାମରା ରେ ବ୍ଳକ ସ୍ତରୀୟ ଜୈବିକ କପା ଚାଷ ଭିତ୍ତିକ ବୈଷୟିକ ତାଲିମ ଶିବିର 

ପାଟଣାଗଡ଼ +- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ମଘାମରା ଠାରେ ବ୍ଳକ ସ୍ତରୀୟ ଏକ ଦୀବସୀୟ ଜୈବିକ କପା ଚାଷ ଭିତ୍ତିକ ବୈଷୟିକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ଵ ବନିକରଣି ଓ ପୁନଃ ବନିକରଣ ସମର୍ଥନ ରେ ଜିଲ୍ଲା ୪ ଗୋଟି ବ୍ଳକ ରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାବେଳେ ଏହି ପରିପ୍ରେକ୍ଷୀରେ ମଘାମରା ଠାରେ ଅନୁଷ୍ଠିତ ଶିବିର ରେ ପ୍ରଶିକ୍ଷଣ ଭାବେ ଡ଼ଃ ଶିବ କୁମାର ଧ୍ୱନି ଓ ଡ଼ଃ ଅକିଲ ହସନ ରଜବୀ ଙ୍କ ସମ୍ମିଳିତ ନିର୍ଦ୍ଦେଶନାରେ ଶିବିର ସଞ୍ଚାଳିତ ହୋଇଥିଲା। ଏହି ଶିବିରକୁ ବିଶ୍ଵବିଦ୍ୟାଳୟ , ରାଜ୍ୟ ବିଭାଗ ଓ ସିଫୋରିକ୍ରାଫ୍ ର ବିଭିନ୍ନ ସମ୍ପଦ ବ୍ୟକ୍ତି ମାନଙ୍କ ଦ୍ଵାରା ପ୍ରଶିକ୍ଷଣ କୁ ସଫଳ କରାଇଥିଲା। ଡ଼ଃ ରିଜବୀ ‌ ପୁର୍ନଜୀବନାତ୍ମକ କୃଷି, ଜୈବିକ କପା ଚାଷ, କୃଷିବନ ବ୍ୟବସ୍ଥା,ଜୀଵବୈଚିତ ସଂରକ୍ଷଣ , ପ୍ରକଳ୍ପର ଲାଭ ସଂପର୍କରେ ଆଲୋକପାତ କରିଥିଲେ।ଭବାନୀପାଟଣା ଭବାନୀ ଶଙ୍କର ନାୟକ ଜୈବିକ କପା ଉତ୍ପାଦନ ପ୍ରକ୍ରିୟା ଉପରେ ସାରାଂଶ ଟିପ୍ପଣୀ ଦେଇଥିଲେ।,,ଓଡ଼ିଶା କୃଷି ଓ ପ୍ରଣାଳୀ, ସଂଯୁକ୍ତ କୀଟ ପରିଚାଳନା,ନିରାପଦ କୀଟ ନାଶକ ବ୍ୟବହାର, ବିଭିନ୍ନ ପିଡି ନିରିକ୍ଷଣ ସାଧନ ଯେପରି କି ଟ୍ରାପ ଓ ଫରମୋନ ବ୍ୟବହାର ଉପରେ ବୁଝାଇଥିଲେ। ଓଡିଶା କୃଷି ଓ ପ୍ରଯୁକ୍ତି ବିଶ୍ଵବିଦ୍ୟଳୟ ଭୁବନେଶ୍ବରର ପୂର୍ବତନ ପ୍ରଧାନ ବିଜ୍ଞାନୀ ଡ଼ଃ ସୁବାଷ ଚନ୍ଦ୍ର ମହାପାତ୍ର କୃଷିବନ ପ୍ରଣାଳୀ କୃଷକଙ୍କ ଆର୍ଥିକ ସ୍ଥିରତା ଓ ଆୟ ବିବିଧୀ କରଣରେ କେମିତି ଗୁରୂତ୍ଵପୂର୍ଣ୍ଣ ଭୂମିକା ନିଏ ସେନେଇ ଆଲୋଚନା କରିଥିଲେ।ଜଳବିଭାଜିକା ମିଶନ ବଳାଙ୍ଗିର ଶ୍ରୀ ରସାମନାର୍ ସାହୁ, କୃଷକଙ୍କ ସ୍ୱାବଳମବନ ଓ ଜଳ ସଂରକ୍ଷଣ ବୃଦ୍ଧିରର ଜଳାଧାର ପରିଚାଳନାର କିପରି କୃଷକଙ୍କ ସ୍ବାବଳମ୍ବନ ଓ ଜଳ ସଂରକ୍ଷଣ ବୃଦ୍ଧି ରେ ଜଳଧାରା ପରିଚାଳନା ର ଭୂମିକା ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୩୫ ଜଣ କୃଷକ , କୃଷି ସାଧକ,ମହଲା ଙ୍କ ଶତାଧିକ ଚାଷୀ ଅଂଶ ଗ୍ରହଣ କରିଥିଲେ। ବିଶ୍ବ ବନିକରଣି ଓ ପୁନଃ ବନିକରଣ ର ପ୍ରକଳ୍ପ ଅଧିକାରୀ ବିଦ୍ରିନାରାୟଣ ସାହୁ , ସଦାଶିବ ସାହୁ, ସୌମ୍ୟରଞ୍ଜନ ମହାଖୁଡ ଙ୍କ,କୃଷି ବନିକରଣ ମିତ୍ର,ହରିହର ଭୋଇ, କୈଳାସ ଧରୁଆ, ଶିବ ବରିହା, ଗୌର ଧରୁଆ, ନରେଶ ପୁଟେଲ, ଲୁଚନ ବାଗ,ସମେତ ପ୍ରକଳ୍ପ ର ଅନ୍ୟାନ୍ୟ ଦଳ ସଦସ୍ୟମାନେ ସହଯୋଗ କରିଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ମିନାକ୍ଷୀ ଧର ଫାଉଣ୍ଡେସନ ତରଫରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଜନମ ନେଇଛି କାନ୍ଦିବା ପାଇଁ ନାଟକ ମଞ୍ଚସ୍ଥ 

Sunil Chandra Nayak

ବାଲିଗୁଡା ରେ ‘ପଥ ଉତ୍ସବ ଏବଂ ୱାକଥନ’ କାର୍ଯ୍ୟକ୍ରମ ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!