ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୪ର୍ଥ ସନ୍ଧ୍ୟା ଦର୍ଶକଙ୍କ ମନମୋହିଲା ଜାମସେଦପୁରର ନାଟକ “କନ୍ୟାଦାନ”

ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୪ର୍ଥ ସନ୍ଧ୍ୟା

ଦର୍ଶକଙ୍କ ମନମୋହିଲା ଜାମସେଦପୁରର ନାଟକ “କନ୍ୟାଦାନ”

ମୟୂରଭଂଜ- ତା :- ୨୫/୧୧/୨୦୨୫ ରିଖ   ସ୍ଥାନୀୟ ସହିଦ ସ୍ମୃତି ଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ପାଥ, ଜାମସେଦପୁର ପ୍ରଯୋଜିତ ହିନ୍ଦୀ ନାଟକ “କନ୍ୟାଦାନ” ମଞ୍ଚସ୍ଥ ହୋଇଯାଇଛି I ବିଜୟ ତେନ୍ଦୁଲକରଙ୍କ ରଚିତ ଓ ମହମ୍ମଦ ନାଜିମଙ୍କ ନିର୍ଦ୍ଦେଶିତ ନାଟକରେ ଛବି ଦାସ, ସବା, ସୁମନ ନାୟକ, ଆଶୁତୋଷ ସିଂହ, ଆଦିଲ ଖାନ ଓ ମହମ୍ମଦ ନିଜାମ ପ୍ରମୁଖ ଅଭିନୟ କରିଥିବା ବେଳେ ସଂଗୀତରେ ଦୀପକ ସିଂହ, ଆଲୋକରେଖୁରସିଦ ଆଲାମ, ମଞ୍ଚସଜ୍ଜା ରେ ରୁପେଶ ପ୍ରସାଦ, ମଞ୍ଚ ପରିଚାଳନାରେ ଏଲ ଶଙ୍କର ରାଓ ସହାୟତା କରିଥିଲେ I କଳାକାରମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା I ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ବାରିପଦାରେ ଜାତୀୟ ନାଟକ ମହୋତ୍ସବର ପରିକଳ୍ପନା କରିଥିବା ରୂପାନ୍ତର ଅନୁଷ୍ଠାନର ପ୍ରଶଂସା କରିଥିଲେ I ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲ ଉପସ୍ଥିତ ରହି ନାଟ୍ୟ ମହୋତ୍ସବର ସଫଳତା କାମନା କରିଥିଲେ I ମହୋତ୍ସବର ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତି ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସଂସ୍ଥାର ନିର୍ଦ୍ଦେଶକ ପରେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I ମନୋଜ ଜେନା ମଞ୍ଚ ପରିଚାଳନା କରିଥିଲେ I ଆଜି ସକାଳେ ପ୍ରଥମେ ଯୋଗାସନ ଓ ପରେପରେ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା I ଆସନ୍ତାକାଲି ଇଣ୍ଡିଜିନିଆସ ପିପଲ ଆର୍ଟ ଏଣ୍ଡ କଲଚର ସୋସାଇଟି, ଝାରଖଣ୍ଡ ପ୍ରଯୋଜିତ ସାନ୍ତାଳୀ ନାଟକ “ବାଲତା ଗୁରୁ” ପରିବେଷିତ ହେବ ବୋଲି ମହୋତ୍ସବର ନାଟ୍ୟ ସମ୍ପାଦକ ସତ୍ୟନାରାୟଣ ଦାସ ଜଣାଇଛନ୍ତି I

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ବିଜୁ ଶ୍ରମିକ ସମୁଖ୍ୟର କେନ୍ଦ୍ରୀୟ ସଂଯୋଜକ ନିଯୁକ୍ତି

masiha

ମାଛ ମାରିବାକୁ ଯାଇ ନଦୀରେ ୨୪ ବର୍ଷୀୟ ଯୁବକ ମୃତ 

masiha

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଭୂମି କୁ ଷ୍ଟଡି ଟୁର୍ ରେ ପହଞ୍ଚିଲେ ପଶ୍ଚିମବଙ୍ଗ ର ତିନଟି କଲେଜର ଛାତ୍ରଛାତ୍ରୀ

masiha

Leave a Comment

error: Content is protected !!