ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ଲୋକଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ  ୧୦ଟି ପଞ୍ଚାୟତରେ ୩୩୦୦ ରୁ ଉର୍ଦ୍ଧ ଲୋକଙ୍କୁ ଶୀତ ବସ୍ତ୍ର ବା କମଳ ବଣ୍ଟନ କାର୍ଯ୍ୟକ୍ରମ 

ଅସହାୟ ଲୋକଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ 

୧୦ଟି ପଞ୍ଚାୟତରେ ୩୩୦୦ ରୁ ଉର୍ଦ୍ଧ ଲୋକଙ୍କୁ ଶୀତ ବସ୍ତ୍ର ବା କମଳ ବଣ୍ଟନ କାର୍ଯ୍ୟକ୍ରମ 

ଜୁନାଗଡ଼ (ମ ନି ସ): ମଣିଷ ମନର ପ୍ରସାରିତ ଓ ବ୍ୟାପକତା ଯୋଗୁଁ ଉଚ୍ଚ ଅଭିଳାଷ ପୋଷଣ କଲେ ମାନବ ସେବାରେ ମନୋନିବେଶ କରିଥାଏ। ପ୍ରକୃତ ଅର୍ଥରେ କହିବାକୁ ଗଲେ ମାନବ ସେବା ହିଁ ଭଗବାନ ସେବା। ମଣିଷ ଯାହା କରେ ତାହା ଈଶ୍ୱରଙ୍କ ଦ୍ବାରା ହିଁ ହୋଇଥାଏ।ନିଜ ଜୀବନର ଦୋ ଛକିରେ କିଏ କେତେବେଳେ ସହଯୋଗର ହାତ ବଢ଼ାନ୍ତି ତାହା କେବଳ ଭଗବାନ ଜାଣନ୍ତି । ସହାୟତାର ହାତ ବଢ଼ାଇବାକୁ ଭଗବାନ ନିଜେ ଧରାପୃଷ୍ଟକୁ ଓହ୍ଲାଇ ନ ଥାନ୍ତି । ମଣିଷ ରୂପି ଭଗବାନ ହିଁ ସହଯୋଗ କରିବାକୁ ଧାଇଁ ଆସନ୍ତି । ଶୀତ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅନେକ ବୃଦ୍ଧ, ବୃଦ୍ଧା ଗରିବ ଶ୍ରେଣୀର ଲୋକମାନେ ଶୀତ ବସ୍ତ୍ର ନଥୁବା ହେତୁ ଶୀତ ଦିନେ କଷ୍ଟ ଅନୁଭବ କରିଥାନ୍ତି। ଅସହାୟ ଗରିବ ଲୋକଙ୍କ ଦୁଃଖ ସମୟରେ ସାହା ହୋଇଛନ୍ତି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଆଗରୁ ମଧ୍ୟ କରୋନା ମହାମାରୀ ସମୟରେ ଘର ଘର ଯାଇ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଲୋକଙ୍କ ପ୍ରଶଂସା ପାତ୍ର ହୋଇଥିଲେ । ବର୍ତ୍ତମାନ ଗୋଲାମୁଣ୍ଡା ବ୍ଲକରେ ସମାଜ ସେବା ମନୋଭାବ ନେଇ ତିନିଦିନ ତଳେ ବ୍ଲକର ୮ ଗୋଟି ଗ୍ରାମ ପଞ୍ଚାୟତ ଯଥା କେଗାଁ, ସିନାପାଲି,ଲେତେର, ମହାଳିଙ୍ଗ, ବୋର୍ଡି, ନୂଆଗାଁ, ଉଚ୍ଚଳା ଓ ବଡ଼ଚେରଗାଁର ୨୦୦୦ରୁ ଊର୍ଦ୍ଧ୍ବ ବୃଦ୍ଧ, ବୃଦ୍ଧା ଓ ଗରିବ ଅସହାୟ ଲୋକଙ୍କୁ ଶୀତ ଦିନରୁ ରକ୍ଷା ପାଇବା ପାଇଁ ନିଜସ୍ଵ ପାଣ୍ଠିରୁ କମ୍ବଳ ବଣ୍ଟନ କରିଛନ୍ତି । ପୁଣିଥରେ ଆଜି କୁହୁରା ଓ ଚହକା ଦୁଇଟି ପଞ୍ଚାୟତରେ ୧୩୦୦ ରୁ ଉର୍ଦ୍ଧ ଶୀତ ବସ୍ତ୍ର ବା କମ୍ବଳ ବଣ୍ଟନ କରିଥିଲେ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ । ଏହି ୧୦ ଟି ପଞ୍ଚାୟତରେ ସମୁଦାୟ ୩୩୦୦ ରୁ ଉର୍ଦ୍ଧ କମଳ ବଣ୍ଟନ କରାଯାଇ ଥିଲା । ଆଗାମୀ ଦିନରେ ବ୍ଲକର ବାକି ଥିବା ୧୮ ଟି ପଞ୍ଚାୟତରେ ଏଭଳି କମ୍ବଳ ବଣ୍ଟନ କରାଯିବା ନେଇ ଜଣାପଡିଛି ।ଏହି କମଳ ବଣ୍ଟନ କାର୍ଯ୍ୟକ୍ରମରେ ସମାଜସେବୀ ଜୟନ୍ତ ସିଂ, ବିଶି କେଶନ ଜ୍ୟୋତିଷ, ବସନ୍ତ ଚଲାନ, ଦୁଷ୍ମନ୍ତ ସେନାପତି, ଉପେନ୍ଦ୍ର ସିପକା, ପଙ୍କଜ ମହାନନ୍ଦ,ଦେବ ସୁନାନୀ,ଇଡି ମାଝୀ, କିରଣ ରାଉତ, ପଦ୍ମ ଲୋଚନ ସୁନାନୀ, ବିଭୀଷଣ ସେଠିଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦଙ୍କ ଏଭଳି ମହତ୍ୱ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

ଜଗଜ୍ଜିବନ ସାଙ୍କ ରିପୋର୍ଟ।

Related posts

ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀରାଜନାଥ ସିଂହଙ୍କ ଆସନ୍ତା ୨୨ତାରିଖରେ ନବରଙ୍ଗପୁର ଗସ୍ତକୁ ନେଇ ବିଜେପିର ପ୍ରସ୍ତୁତି ବୈଠକ 

masiha

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୪୮ ତମ ବାର୍ଷିକ ଉତ୍ସବ 

Sunil Chandra Nayak

ରାଇରଙ୍ଗପୁର ଡଃ ହରେକୃଷ୍ନ ମହତାଵ ଭବନ ପରିସରରେ ଜାତୀୟ ଇଞ୍ଜିନିୟରିଂ ଦିବସ ମହାସମାରୋହରେ ପାଳିତ; ଦେଶରେ ବିକାଶରେ ଇଞ୍ଜିନିୟରଙ୍କ ଭୂମିକା ଅବର୍ଣନନୀୟ

Sunil Chandra Nayak

Leave a Comment

error: Content is protected !!