ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି କର୍ମୀଙ୍କ ସହିତ ରାଜ୍ୟ ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ଭେଟଘାଟ

ବିଜେପି କର୍ମୀଙ୍କ ସହିତ ରାଜ୍ୟ ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ଭେଟଘାଟ 

ରାଉରକେଲା । ତା ୨୯.୨୨.୨୦୨୫ । ରାଜ୍ୟର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ସମ୍ପାଦକ, ସାଧାରଣ ସମ୍ପାଦକ, ଉପସଭାପତି , ରାଜ୍ୟ ମୁଖପାତ୍ର ଆଦି ବିଭିନ୍ନ ପଦପଦବୀରେ ଅଳଙ୍କୃତ କରିଥିବା ଗୋଲକ ମହାପାତ୍ର ରାଉରକେଲା ଗ୍ରସ୍ତରେ ଆସି ଆଜି ବିଜେପି ରାଉରକେଲା ଜିଲ୍ଲାର କାର୍ଯ୍ୟାଳୟରେ ପହଞ୍ଚିବା ମାତ୍ରେ ଜିଲ୍ଲା ତରଫରୁ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ଦିଆଯାଇ ଥିଲା । ସଂଗ୍ରାମ କରି ବିଜେପି ସଂଗଠନକୁ ମଜବୁତ୍ ଓ ଶକ୍ତିଶାଳୀ କରି ଅକ୍ଲାନ୍ତ ପରିଶ୍ରମ କରିଥିବା କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଧନ୍ୟବାଦ ଦେବା ସହିତ ବାର୍ତ୍ତାଳାପ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କର୍ମୀମାନେ ସଙ୍ଗଠନର ମେରୁଦଣ୍ଡ ବୋଲି କହିବା ସହିତ ସେମାନଙ୍କ ଯୋଗୁଁ ଆଜି ଦେଶରେ ଓ ରାଜ୍ୟରେ ବିଜେପି ସରକାର ଗଠନ ହୋଇ ପାରିଛି ବୋଲି କହିଥିଲେ । ଆପଣଙ୍କ ପ୍ରୟାସ ଓ ତ୍ୟାଗ କେବେ ନିରର୍ଥକ ହେବ ନାହିଁ ବୋଲି ପ୍ରକାଶ କରିଥିଲେ। ବିହାର ନିର୍ବାଚନ ରେ ବିଜେପିର ପ୍ରଚଣ୍ଡ ବିଜୟ ଉପରେ ଆଲୋକ ପାତ କରିଥିଲେ। ସେ କର୍ମୀଙ୍କ ବିଭିନ୍ନ ସମସ୍ୟାକୁ ଶ୍ରବଣ କରିବା ସହିତ ଏହା ଉପରେ ଆଲୋଚନା କରିବେ ବୋଲି କହି ଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ ରାଜ୍ଯ ସମ୍ପାଦକ ରାମ ଚନ୍ଦ୍ର ହାଁସଦା, ରାଜ୍ୟକାର୍ଯ୍ୟ କାରିଣୀ ସଦସ୍ୟ ଜଗବନ୍ଧୁ ବେହେରା, ରମେଶ ଅଗ୍ରୱାଲ, ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ସମ୍ପାଦକ ବିଜୟ ଖାଲକୋ, ଜିଲ୍ଲା ଉପସଭାପତି ସରୋଜ ଦାସ ଓ ଦିଲ୍ଲୀପ ଦାଶ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ । ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଜେନା, ସିଦ୍ଧାର୍ଥ ମହାପାତ୍ର, ମନୋରଞ୍ଜନ ମୁନି, ଅଙ୍କୁଶ ବର୍ମା, ପ୍ରଣତାପ ଦାସ, ସୋନାକର ନାୟକ, କେଦାର ମହାନ୍ତି, , ଅଜୟ କଂସରୀ, ରମେଶ ସିଂ, ପ୍ରତିମା ରାଉତ, ରଞ୍ଜିତା କିସପଟା, ବଟକୃଷ୍ଣ ନାୟକ, ଦିଲ୍ଲୀପ କୁମାର ସିଂ, ପ୍ରତାପ ପଟ୍ଟନାୟକ, ସକ୍ତେଶ୍ୱର୍ ପାତ୍ର, ରଂଜିତ ନାୟକ, ଟୁଲିଆ ଜେନା, ଗୌତମ ବାଡ଼ା, ମନୋଜ ସାହୁ, ମଞ୍ଜିତ୍ ସିଂ, ସଂଗ୍ରାମ ପ୍ରଧାନ, ଜ୍ଞାନରଞ୍ଜନ ସାହୁ, ସୁବାସ ବର୍ମା, ପ୍ରଭାସ ରଂଜନ ସାମଲ, ଅଜୟ କୁମାର ରାଉତ, ଫୁଲମନୀ ତିର୍କୀ, ଖୁସବୁ ବଡାଇକ୍, ରବିନ୍ଦ୍ରନାଥ ବାରିକ୍, ରବିନ୍ଦ୍ର ରାଉତ , ଆଶିଷ ଯାଦବ, ବୀରେନ ପତି, ଜ୍ୟୋତିର୍ମୟୀ ଷଡ଼ଙ୍ଗୀ, ଜିତେନ୍ଦ୍ର ପ୍ରସାଦ, ବିମଳ ମହାନ୍ତି, ପ୍ରସାଦୀନ ମଲ୍ଲିକ, ଶିଲାପାତ୍ର, ବିକାଶ ଶର୍ମା, ଶଙ୍କର ଗିରି, ସନ୍ତୋଷ ରାଉତ , ରବି ପ୍ରସାଦ ଗୁପ୍ତା, ବାସୁଦେବ ନାଥ, ମହିନ୍ଦ୍ର ସାମଲ ଆଦି ବହୁ କର୍ମୀ ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ହଜାର ହଜାର ସମର୍ଥକଙ୍କ ସହ ଆସି ଦୁଇ ବିଜେପି ପ୍ରାର୍ଥୀ ଜଲେନ ବାର୍ଦା ଏବଂ ଭାଦଵ ହାଁସଦା ଙ୍କ ନାମାଙ୍କନ ପତ୍ର ଦାଖଲ

masiha

ଡାବୁଗାଁ ବ୍ଲକ ବିଜେଡି ର ଗଣଧାରଣା ଓ ପ୍ରତିବାଦ ସଭା

Sunil Chandra Nayak

ବସ୍ତା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ରାହୁଲଙ୍କ କୁଶ ପୁତ୍ତଳିକା ଦାହ

masiha

Leave a Comment

error: Content is protected !!