ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଡୁଗାଁ ଅଷ୍ଟଲକ୍ଷ୍ମୀ ପୂଜା ରେ ଜଗନ୍ନାଥ ମନ୍ଦିର ତୋରଣ ଦେଖିବାକୁ ପ୍ରବଳ ଜନ ସମାଗମ

ଲଡୁଗାଁ ଅଷ୍ଟଲକ୍ଷ୍ମୀ ପୂଜା ରେ ଜଗନ୍ନାଥ ମନ୍ଦିର ତୋରଣ ଦେଖିବାକୁ ପ୍ରବଳ ଜନ ସମାଗମ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ରେ ଲକ୍ଷ୍ମୀ ପୂଜା ର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ଉତ୍ସଵ ପାଳନ ହେଉଥିବା ବେଳେ ଶ୍ରଦ୍ଧାଳୁ ଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ଆକୃତି ସଦୃଶ ତୋରଣ ଓ ଜଗନ୍ନାଥ ମନ୍ଦିର ପରିବେଶ।କାରିଗର ଙ୍କ ଯାଦୁଗରୀ କଳାକୃତି ରେ ଅବିକଳ ଶ୍ରୀ ଜଗନ୍ନାଥ ମନ୍ଦିର ର ଭ୍ରମ ସୃଷ୍ଟି କରୁଛି କାରୁକାର୍ଯ୍ୟ। ଦିନ ରାତି ତମାମ ପ୍ରବଳ ଶ୍ରଦ୍ଧାଳୁ ଙ୍କ ସମାଗମ ହେଉଥିବା ପରିଲକ୍ଷିତ ହେଉଛି।ଏହା ବ୍ୟତିତ ମା ଅଷ୍ଟଲକ୍ଷ୍ମୀ ଙ୍କ ସହ ପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଙ୍କ ଦର୍ଶନ ଓ କେଳିକୁଞ୍ଜ ମାଧ୍ୟମରେ ମାଣବସା ଗୁରୁବାର ବହି ଗୀତ ର ପ୍ରତିଟି ବିଷୟବସ୍ତୁ କୁ ଉପସ୍ଥାପନ କରାଯାଇଛି। ପୁଣି ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ମୁକ୍ତ ରଙ୍ଗମଞ୍ଚ ରେ ମରାସୁର ବଧ ନାଟକ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ଙ୍କୁ ବାନ୍ଧି ରଖୁଛି।ପ୍ରତିଦିନ ମୁକ୍ତ ରଙ୍ଗମଞ୍ଚ ରେ ବିଶିଷ୍ଠ ଅତିଥିମାନେ ଆସି ସେମାନଙ୍କ ଅନୁଭୂତି ପରିପ୍ରକାଶ କରିବା ସହ ଅଞ୍ଚଳ ର ପ୍ରତିଭା ଓ ପରମ୍ପରା କୁ ଉଜ୍ଜୀବିତ କରି ରଖିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରୌପ୍ୟ ଜୟନ୍ତୀ ପୂଜା କମିଟିର ସଭାପତି କିଶୋର ଚନ୍ଦ୍ର ଦାସ, ଉପ ସଭାପତି ମୋହନ ଚରଣ ଦାସ, ପବନ ଅଗ୍ରୱାଲ, ସମ୍ପାଦକ କଂହେଇ ଚରଣ ଦାସ,ସହ ସମ୍ପାଦକ ଶ୍ରୀମନ୍ତ ପାଢ଼ୀ, କିଶନ ଧଙ୍ଗଡା ମାଝୀ, କୋଷାଧ୍ୟକ୍ଷ ଅଖିଳ ଚନ୍ଦ୍ର ଦାସ, ଭୁପେନ୍ଦ୍ର ଦାସ ରହିଥିବା ବେଳେ ମହା ଲକ୍ଷ୍ମୀ ପୂଜା ସ୍ଥାୟୀ କମିଟିର ସଭାପତି ଗଗନ ବିହାରୀ ଦାସ, ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ସୁଦର୍ଶନ ନାଏକ, ସହ ସମ୍ପାଦକ ରୂପସିଂ ଧଙ୍ଗଡା ମାଝୀ,କୋଷାଧ୍ୟକ୍ଷ ଅଖିଳ ଚନ୍ଦ୍ର ଦାସ,ରବି ନାରାୟଣ ଦାସ, ଆଦିତ୍ୟ ଦାସ ସମେତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଧାମରା ସଂଘର ବସନ୍ତ କବିତା ଆସର ଓ ବିଜୁବାବୁଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଇମ୍ଫା ରେ କୃତ୍ରିମ ବୁଦ୍ଧିମତା ଆଧାରିତ କ୍ୟାମେରା ସଂସ୍ଥାପନ ସମାରୋହ

masiha

କଲାବୋର ପୋଡ଼ାଗାଡ଼ ଘାଟରେ ଡ଼ଙ୍ଗାବୁଡି ଘଟଣାର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!