ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, ବଡବିଲରେ ସଫଳ କନ୍ୟା ଶିବିର ଆୟୋଜିତ

ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, ବଡବିଲରେ ସଫଳ କନ୍ୟା ଶିବିର ଆୟୋଜିତ

ବଡବିଲ : ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, ବଡବିଲ ପରିସରରେ ଅଦ୍ୟ ତା. ୧୯/୧୨/୨୦୨୫ ରିଖରେ କନ୍ୟା ଶିବିର ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଶିବିରର ମୂଳ ଉଦ୍ଦେଶ୍ୟ ଥିଲା ଶିଶୁମାନଙ୍କ ମଧ୍ୟରେ ସଂସ୍କାର, ଦେଶଭକ୍ତି ଓ ନୈତିକ ମୂଲ୍ୟବୋଧର ବିକାଶ କରିବା।

ଶିବିର ଅବସରରେ ଶିଶୁମାନେ ଯୋଗ ଓ ପ୍ରାଣାୟାମର ଅଭ୍ୟାସ କରିଥିବା ସହ ଧୀରେ ଧୀରେ ଲୁପ୍ତ ହୋଇଯାଉଥିବା ବିଭିନ୍ନ ପାରମ୍ପାରିକ ଖେଳ ଖେଳିଥିଲେ। ଆମ ଓଡ଼ିଆ ସଂସ୍କୃତିର ପାରମ୍ପାରିକ ଖାଦ୍ୟର ପ୍ରଦର୍ଶନୀ, ବର୍ଯ୍ୟବସ୍ତୁରୁ ବିଭିନ୍ନ ଉପଯୋଗୀ ସାମଗ୍ରୀ ପ୍ରସ୍ତୁତି ଓ ଓଡ଼ିଆ ପର୍ବପର୍ବାଣୀ ଯଥା ଖୁଦୁରୁକୁଣୀ, ମାଣବସା ଗୁରୁବାର ଆଦିର ସଜୀବ ନମୁନା ଦେଖାଇ ଶିଶୁମାନେ ସମସ୍ତଙ୍କୁ ଆକର୍ଷିତ କରିଥିଲେ।

ଏହା ସହ ଶିଶୁମାନେ ମହିୟସୀ ମହିଳାମାନଙ୍କ ବେଶ ଧାରଣ କରି ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ନାଚ-ଗୀତ କାର୍ଯ୍ୟକ୍ରମ ଓ ସହଭୋଜ ମାଧ୍ୟମରେ ଶିବିର ଅତ୍ୟନ୍ତ ଆନନ୍ଦମୟ ପରିବେଶରେ ସମାପ୍ତ ହୋଇଥିଲା। ଏହି କନ୍ୟା ଶିବିରରେ ପ୍ରାୟ ୪୦୦ ଜଣ ଭଉଣୀ ଉପସ୍ଥିତ ଥିଲେ। ସଂସ୍ଥାର ପ୍ରଧାନ ଆଚାର୍ଯ୍ୟ ବିପିନ ବିହାରୀ ଖଣ୍ଡାୟୀଙ୍କ ତତ୍ତ୍ୱାବଧାନରେ ଏବଂ ସମସ୍ତ ଗୁରୁଜୀ ଓ ଗୁରୁମାଙ୍କର ସହଯୋଗ ଓ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ସାର୍ବିକ ଭାବେ ସଫଳ ହୋଇଥିଲା। 

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ହେଲୋ କିଡ୍ସ ସ୍କୁଲର ବାର୍ଷିକ ଉତ୍ସବ

Sunil Chandra Nayak

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ, ଗଞ୍ଜାମ ଜିଲ୍ଲାର ୨୬ ଲକ୍ଷ ୫୪ ହଜାର ୫୮୦ ଜଣ ହିତାଧିକାରୀ ଉପକୃତ ହେବେ 

Sunil Chandra Nayak

ମେଗା ଜଳ ଯୋଗାଣ ପ୍ରକଳ୍ପ :ପାଣି ଯୋଗାଇବ କେବେ ଠିକଣା ନାହିଁ ଏପଟେ ପାଇପ ବିଛାଇବା ରେ ରାସ୍ତାଘାଟ ବେହାଲ କରି ଛାଡି ଦେଉଛି

Sunil Chandra Nayak

Leave a Comment

error: Content is protected !!