ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁରତରଙ୍ଗର “ଅକ୍ଷୟ—ଏକ ଅମ୍ଳାନ ସ୍ମୃତି” ଆୟୋଜିତ 

ସୁରତରଙ୍ଗର “ଅକ୍ଷୟ—ଏକ ଅମ୍ଳାନ ସ୍ମୃତି” ଆୟୋଜିତ 

ରାଉରକେଲା: ସହରର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଶେୟାର ଶାଖା ସଂସ୍ଥା ର ‘ସୁର ତରଙ୍ଗ’ ତରଫରୁ ସ୍ଥାନୀୟ ସିଭିକ ସେଣ୍ଟର ଠାରେ “ଅକ୍ଷୟ—ଏକ ଅମ୍ଳାନ ସ୍ମୃତି” ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଓଡ଼ିଆ ସଙ୍ଗୀତର ମହାନ ଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ମହାନ ସଙ୍ଗୀତକାର ଅକ୍ଷୟ ମହାନ୍ତିଙ୍କ ଜୀବନ, କଳା ଓ ସଙ୍ଗୀତ ଯାତ୍ରା ଉପରେ ଆଲୋକପାତ କରାଯାଇଥିଲା। ଅନିଲ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅକ୍ଷୟ ମହାନ୍ତିଙ୍କ ପୁତ୍ର ଚିତ୍ରଭାନୁ ମହାନ୍ତି ଓ ପ୍ରସିଦ୍ଧ ସଙ୍ଗୀତଶିଳ୍ପୀ ସୁଧାଂଶୁ ଜେନା ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ। ରାଉରକେଲା ଷ୍ଟିଲ ପ୍ଲାଣ୍ଟର ପୂର୍ବତନ ଡିଆଇସି ଡ଼ା. ଅତୁନୁ ଭୌମିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ, ପୂର୍ବତନ ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ, ଶେୟାରର ନିର୍ଦ୍ଦେଶକ ନିଖିଳ କଳାକାର ପ୍ରଧାନ ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଓ ପୁଷ୍ପାର୍ଘ୍ୟ ଅର୍ପଣ ମାଧ୍ୟମରେ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଚିତ୍ରଭାନୁ ମହାନ୍ତି ଓ ସୁଧାଂଶୁ ଜେନା ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତଗୁଡ଼ିକୁ ସୁମଧୁର ଭାବେ ପ୍ରସ୍ତୁତ କରି ସମଗ୍ର ଦର୍ଶକମଣ୍ଡଳୀକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ପ୍ରାରମ୍ଭରେ ନିବେଦିତା ସ୍ୱାଇଁ, ମୀନା ପଟ୍ଟନାୟକ, ଲୀନା ସେନାପତି, ମନୋଜ ମହନ୍ତ ଓ ମିନାକ୍ଷୀ ମହାରଣାଙ୍କ ଭଜନ ଗାନ କରିଥିଲେ। ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ଅକ୍ଷୟ ମହାନ୍ତିଙ୍କ ମନଛୁଆଁ ଗୀତ ପ୍ରସ୍ତୁତ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଦିଲ୍ଲୀପ ପରିଡା ସ୍ୱାଗତ ଭାଷଣ ଦେଇଥିଲେ। ଶେୟାର ଅନୁଷ୍ଠାନର ସଦସ୍ୟ ସୁରେଶ ରାଉତରାୟ, ଜନ୍ମଜୟ ରାଉତରାୟ, ରାଜୀବ ନାୟକ, ଅଜୟ ରାଉତ, ସଂଜିତ ମଲ୍ଲିକ, ପ୍ରଦୀପ୍ତ ମହାନ୍ତି, ବସନ୍ତ ସ୍ୱାଇଁ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ସୁର ତରଙ୍ଗ ପକ୍ଷରୁ ପ୍ରଥମ ଥର ପାଇଁ ଚିତ୍ରଭାନୁ ମହାନ୍ତି ଓ ସୁଧାଂଶୁ ଜେନାଙ୍କୁ ଓଡ଼ିଆ ଭାଷା ଓ ସଙ୍ଗୀତକୁ ବିଭିନ୍ନ ରାଜ୍ୟରେ ପ୍ରଚାର ପ୍ରସାର କରିଥିବା ହେତୁ 

“ଓଡ଼ିଆ ସ୍ୱାଭିମାନ ସମ୍ମାନ” ପ୍ରଦାନ କରାଯାଇଥିଲା। ଶେଷରେ ଶେୟାରର ପରାମର୍ଶଦାତା ଡ଼ା. ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବାଦ୍ୟଯନ୍ତ୍ର ରେ ସରୋଜ ପଣ୍ଡା ଓ ତାଙ୍କ ସାଥୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅକ୍ଷୟ ଓ ସଂଗୀତ ପ୍ରେମୀ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦହିଗାଁରେ ଷଣ୍ଢ,ମାଙ୍କଡ ଓ ଗାଈ ଗୋରୁଙ୍କ ପାଇଁ ଚାଷକାର୍ଯ୍ୟ ବାଧାପ୍ରାପ୍ତ 

masiha

ବି. ବି. ହାଇସ୍କୁଲ, ଢେଙ୍କାନାଳର ୧୨୮ତମ ପ୍ରତିଷ୍ଠା ସପ୍ତାହ, ଗୋପବନ୍ଧୁ ଦାସଙ୍କ ୯୬ ତମ ତିରୋଧାନ ଦିବସ ତଥା ଶ୍ରାଦ୍ଧବାର୍ଷିକୀ-୨୦୨୪ ଓ ‘ବନ ମହୋତ୍ସବ ସପ୍ତାହ’ ପାଳିତ

masiha

ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ଶୁଭାଶିଷ ସାହୁ ଜିଲା ସ୍ୱାସ୍ଥ୍ୟସେବା ସମ୍ମାନ ରେ ସମ୍ମାନୀତ

masiha

Leave a Comment

error: Content is protected !!