ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ 

୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ 

      ଯୋରାଡବରା  –   ତା.୨୬.୦୧.୨୦୨୬ –  କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରଡବରା ପଞ୍ଚାୟତ ସ୍ଥିତ ଯୋରଡବରା ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଗ୍ରାମପଞ୍ଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଖିତିସୂତା ସାହୁ ଙ୍କ ଅଧ୍ୟକ୍ଷ ରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନାଏବ ସରପଞ୍ଚ ଶ୍ରୀମତୀ ପ୍ରଭାସିନୀ ସାହୁ ଏବଂ ୧୧ ଗ୍ରାମର ୱାଡ ମେମ୍ବର ଓ ସଭ୍ୟ ଯୋଗଦାନ ଦେଇଥିଲେ । ପଞ୍ଚାୟତ ପରିସରରେ ଥିବା ପଡ଼ିଆରେ ସରପଞ୍ଚ ଖିତିସୂତାଙ୍କ କରକମଳରେ ପତାକା ଉତ୍ତୋଳନ କରାଯାଇଥିଲା ।ଏହି ଉତ୍ସବରେ ଗ୍ରାମର ବିଶିଷ୍ଠ ବ୍ୟକ୍ତିମାନେ ତଥା ସମାଜସେବୀ ଗ୍ରାମପଞ୍ଚାୟତ PEO ଏବଂ ଶ୍ରୀ ଚନ୍ଦ୍ରକାନ୍ତ ଭୋଇ ଯୋଗାଣ କର୍ମଚାରୀ ତଥା ପଞ୍ଚାୟତର କର୍ମଚାରୀମାନେ ଯୋଗଦାନ ଦେଇଥିଲେ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ତଥା ଅଙ୍ଗନୱାଡି ଏବଂ ଆଶାକର୍ମୀ ମାନେ ଏହି ଉତ୍ସବରେ ଯୋଗଦାନ ଦେଇଥିଲେ । ପଞ୍ଚାୟତ ସ୍ତରୀୟରୁ ସମସ୍ତ ବ୍ୟକ୍ତିମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।     

 ରମେଶ ଚନ୍ଦ୍ର ପୁଟେଲ  ଯୋରାଡ଼ବରା

Related posts

ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ସମ୍ବର୍ଦ୍ଧିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି :ଧାର୍ଯ୍ୟ ସମୟ ବ୍ୟବଧାନ ରେ ବସୁନି ବୈଠକ  

Sunil Chandra Nayak

କେନ୍ଦ୍ର ଆଦିବାସୀ ବ୍ୟାପାର ଏବଂ ଜଳାଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦିନିକିଆ ଢେଙ୍କାନାଳ ଗସ୍ତ

Sunil Chandra Nayak

Leave a Comment

error: Content is protected !!