ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏନପିଏସ ଶିକ୍ଷକ ସଂଘ ପକ୍ଷରୁ ଏବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା

କୋକସରା,୮ା୫- ମ  ନି ସ କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ଶିକ୍ଷା ବିଭାଗ ରେ କାର୍ଯ୍ୟରତ ଏବିଇଓ ବିଜୟ କୁମାର ବାରିକ ଙ୍କୁ କୋକସରା ଶିକ୍ଷାବିଭାଗ ରୁ ମୟୁରଭଞ୍ଜ ଜିଲ୍ଲାର ରାସ ଗୋବିନ୍ଦପୁର ବଦଳି ହେବାପରେ ରବିବାର ତାଙ୍କୁ କୋକସରା ବ୍ଲକ ଏନ.ପି.ଏସ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଅବସର ରେ ବ୍ଲକ ଶିକ୍ଷକ ସଂଘ ସଭାପତି ସତ୍ୟବାନ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷକ ଦୁର୍ଯ୍ୟୋଧନ ବାଗ, ସମ୍ମାନିତ ଅତିଥି ଦୀପ୍ତି ରଞ୍ଜନ ଅଧିକାରୀ, ଗଗନ ବିହାରୀ ପଟ୍ଟନାୟକ, ସାମ୍ବାଦିକ ସନତ କୁମାର ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହି ଦୀର୍ଘ ୪ ବର୍ଷ ରୁ ଉର୍ଦ୍ଧ ସମୟ କୋକସରା ବ୍ଲକ ରେ କାର୍ଯ୍ୟରତ ଏବିଇଓ ବିଜୟ କୁମାର ବାରିକ ଙ୍କ କାର୍ଯ୍ୟଦକ୍ଷତା ଓ ମେଲାପି ବ୍ୟକ୍ତିତ୍ୱ କୁ ନେଇ ପ୍ରଶଂସା କରିଥିଲେ । କୋକସରା ଶିକ୍ଷା ବିଭାଗ ର ସାଥି କର୍ମଚାରୀ ଓ ଶିକ୍ଷକ ଙ୍କ ଭଲ ପାଇବା ମୋର ସବୁବେଳେ ମନେ ରହିବ ବୋଳି ଅଶ୍ରୁଳ ନୟନ ରେ ନିଜ ମନ ର କଥା କହିଥିଲେ ଏବିଇଓ ବିଜୟ ବାରିକ । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଶିକ୍ଷକ ଶୁଭେନ୍ଦୁ ମହାପାତ୍ର, ଚନ୍ଦ୍ରଭାନୁ ସୁନା, ପ୍ରମୋଦ କୁମାର ନାଏକ, ଅନିଲ କୁମାର ପଟ୍ଟନାୟକ, ରମାକାନ୍ତ ଗୌଡ଼, ସନାତନ ପଣ୍ଡା, ପରମେଶ୍ୱର ପଟ୍ଟନାୟକ, ପଞ୍ଚାନନ ମାଝୀ, ବବୃ ବାହନ ବିଶି, କ୍ଷୀରୋଦ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଶିକ୍ଷକ ଈଶ୍ୱରୀ କୁମାର ଅଗସ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ତୁଳସୀ ରାମ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ବାଇକ ଉପରେ ପଡିଲା ଗଛ,ଅଳ୍ପକେ ବର୍ତିଲେ ଚାଳକ

Sunil Chandra Nayak

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି ଜୋର ଧରିଲା 

Sunil Chandra Nayak

କଳାହାଣ୍ଡି ଉତ୍ସବ ପ୍ରଚାର ପ୍ରସାର କମିଟି ର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!