ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଇନ ମହାବିଦ୍ୟାଳୟ ତରଫରୁ କର୍ମଶାଳା ଅନୁଷ୍ଠିତ 

ଉତ୍କଳ ଆଇନ ମହାବିଦ୍ୟାଳୟ ତରଫରୁ କର୍ମଶାଳା ଅନୁଷ୍ଠିତ 

ରାୟଗଡ଼ ତା 29.1.2026 -+ ନିର୍ବାକ ମହାବିଦ୍ୟାଳୟ, ରାୟଗଡ଼ ତରଫରୁ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ରାୟଗଡ଼ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଆନୁକୁଲ୍ୟରେ ଆୟୋଜିତ ଏହି କର୍ମଶାଳାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ: ଦୁଷ୍ମନ୍ତ କୁମାର ମହାନ୍ତି, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ଡ: ରାଜେଶ ପାଢି , ଜିଆଇଏସିଆର ଅନୁଷ୍ଠାନର ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ରଥ, ରାଜ୍ୟପାଳ ପୁରସ୍କୃତ ଓ ଅବସର ପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ ଅତିଥିରୂପେ ଯୋଗ ଦେଇ ମଞ୍ଚାସୀନ ଥିଲେ , ଅଧ୍ୟକ୍ଷ ଡ: ଅଶୋକ କୁମାର ମିଶ୍ର ଏହାର ଆୟୋଜନ କରିବା ସହ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ |  

     କ୍ରିମିନାଲ୍ ଆଇନ ଏବଂ ଟେକ୍ନୋଲୋଜୀ ସନ୍ଦର୍ଭରେ ଆୟୋଜିତ ଏହି କର୍ମଶାଳାରେ ଆଇନ ଛାତ୍ର ଛାତ୍ରୀ ସାଇବର ଅପରାଧ, ଆହାର ଡିଜିଟାଲ ସାକ୍ଷ୍ୟର ପ୍ରକାର ଓ ତାହାର ଆଇନଗତ ଦିଗ ପ୍ରତି ଆଲୋକପାତ କରି ପ୍ରକଳ୍ପ ଗୁଡିକର ଉପାସ୍ଥାପନ କରିଥିଲେ l 

ଅପରାହ୍ଣରେ ବିଚାରକ ତଥା ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସମ୍ପାଦକ ସୁବ୍ରତ କୁମାର ଆଚାର୍ଯ୍ୟ, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଏନ୍ ସି ପଟ୍ଟନାୟକ, ସରକାରୀ ପ୍ଲିଡ଼ର ପଦ୍ମନାଭ ଦାଶ, ବ୍ରଜସୁନ୍ଦର ନାୟକ, ପ୍ରମୁଖ ଯୋଗ ଦେଇଥିଲେ l ଜିଲ୍ଲା ଆଇନ ସେବା ପ୍ରାଧୀକରଣ ରାୟଗଡ ତରଫରୁ କାର୍ଯ୍ୟ କ୍ଷେତ୍ରରେ ଯୌନ ଉତ୍ପୀଡ଼ନ ପ୍ରତିରୋଧ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା |ଶେଷରେ ଆଇନ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା | 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଛଅ ଗୋଟି ଜିଲ୍ଲାରୁ 1000ଜଣ ବରିଷ୍ଠ ନାଗରିକ ମାନେ ତୀର୍ଥ ଯାତ୍ରାରେ ଯିବେ

Sunil Chandra Nayak

ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନା ଙ୍କ ନୂଆପଡ଼ା ଗସ୍ତ, ସାମ୍ବାଦିକ ସମ୍ମିଳନୀ

masiha

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!