ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶକୁ ଅସିଦ୍ଧ ଘୋଷଣା କଲେ ଓଡ଼ିଶା ହାଇକୋର୍ଟ

ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶକୁ ଅସିଦ୍ଧ ଘୋଷଣା କଲେ ଓଡ଼ିଶା ହାଇକୋର୍ଟ

ଜୁନାଗଡ଼ (ମ ନି ସ):- ଓଡ଼ିଶା ରାଜ୍ୟ ସରକାରଙ୍କ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଗତ ୧୧, ସେପ୍ଟେମ୍ବର ୨୦୨୪ରେ ଏକ ସର୍କୁଲାର ପ୍ରକାଶ କରିଥିଲେ। ସେଥିରେ କୁହାଯାଇଥିଲା ଯେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି କାଳରେ ସଂରକ୍ଷଣ ସୁବିଧା ହାସଲ କରି ଚାକିରି କରିଥିବା ଜନଜାତି ଓ ଜାତି ବର୍ଗର କର୍ମଚାରୀ, ଅଣ ସଂରକ୍ଷିତ ପଦବୀକୁ ମଧ୍ୟ ପଦୋନ୍ନତି ପାଇ ପାରିବେ। ଏ ବିବାଦୀୟ ସର୍କୁଲାର କୁ ଓଡିଶା ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଦେଇଛନ୍ତି।

ଖବରରୁ ପ୍ରକାଶ ଯେ, ବିଗତ ୨୦୦୭ ବର୍ଷରୁ ରାଜ୍ୟର ସମସ୍ତ ସେବାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ନିର୍ଦ୍ଧାରିତ “ପଦବୀ ଭିତ୍ତିକ” ନିୟମ ପଦୋନ୍ନତି କ୍ଷେତ୍ରରେ ଲାଗୁହୋଇ ଆସୁଛି । ଏବେ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ଥିବା ବେଳେ, ରାଜ୍ୟ ସରକାର କେମିତି ଏହାର ଅବମାନନା କରି ପଦୋନ୍ନତି ସମୟରେ ଅଣମେଧାବୀ (ସଂରକ୍ଷିତ ବର୍ଗ) କର୍ମଚାରୀଙ୍କୁ ମେଧାବୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ପଦବୀ ଟେକି ଦେଇଥିଲେ , ତାକୁ ନେଇ ସାଧାରଣ ବର୍ଗର ମେଧାବୀ କର୍ମଚାରିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। କେବଳ ସେତିକି ନୁହେଁ, ଏହା ଉଚ୍ଚତମ ନ୍ୟାୟାଳୟ ୧୯୯୫ ମସିହାରେ ସାବର ଓ୍ଵାଲା ମାମଲାରେ ଦେଇଥିବା ରାୟ, ୨୦୦୬ ମସିହାରେ ଏମ୍. ନାଗରାଜ ମାମଲାରେ ଦେଇଥିବା ରାୟ ଓ ୨୦୨୨ ରେ ଜର୍ନେଲ ସିଂହ ମାମଲାରେ ଦେଇଥିବା ରାୟ ର ବିରୁଦ୍ଧାଚରଣ କରୁଥିଲା।

ସରକାରଙ୍କ ଏହି ସର୍କୁଲାର ଦ୍ଵାରା ପଦୋନ୍ନତି ରେ ଉପେକ୍ଷିତ ହୋଇଥିବା ସାଧାରଣ ବର୍ଗ ଓ ଅନ୍ୟ ପଛୁଆ ବର୍ଗର କର୍ମଚାରୀ ମାନେ ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ଦ୍ଵାରସ୍ଥ ହୋଇଥିଲେ । ସତୁରୀ ରୁ ଅଧିକ ମାମଲା ରୁଜ୍ଜୁ ହୋଇଥିଲ। । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ବିଷ୍ଣୁ ପ୍ରସାଦ ନାଏକ ବନାମ ଓଡିଶା ସରକାର ଏବଂ ଏପରି ୬୨ ଗୋଟି ମାମଲାକୁ ଏକତ୍ର କରି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କ ଦ୍ଵାରା ଗଠିତ ଖଣ୍ଡପୀଠ ଶୁଣାଣୀ କରିଥିଲେ ଏବଂ ତା ୨୩.୧୦.୨୦୨୫ ରିଖରେ ସମାପ୍ତ କରି ରାୟ ସଂରକ୍ଷିତ ରଖିଥିଲେ ।

ଗତ କାଲି ଏହି ସବୁ ମାମଲାର ରାୟ ପ୍ରକାଶ ପାଇଛି । ଖଣ୍ଡପୀଠ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ଜାରି କରାଯାଇଥିବା ସର୍କୁଲାରକୁ ରଦ୍ଦ କରିଛନ୍ତି । ଏହା ସହ ସର୍କୁଲାରକୁ ନେଇ ହୋଇଥିବା ସମସ୍ତ ପଦୋନ୍ନତି କମିଟିର ସୁପାରିସକୁ ମଧ୍ୟ ରଦ୍ଦ କରିଛନ୍ତି । ଏହା ସହ ନାଗରାଜ ଏବଂ ଜର୍ନେଲ ସିଂହ ମାମଲା ଆଧାରରେ ପ୍ରଥମେ ସରକାରୀ ଚାକିରିରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ପରିମାଣତ୍ମକ ତଥ୍ୟ ସଂଗ୍ରହ କରି ଏହି ଆଧାରରେ ପଦୋନ୍ନତି ଦେବାକୁ କହିଛନ୍ତି ।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ସୁବିର ପାଲିତ, ବୁଦ୍ଧଦେବ ରାଉତରାୟ, ବିନୋଦ କୁମାର ମିଶ୍ର ଏବଂ ଆଇନଜୀବୀ ବିଶ୍ଵ ବିହାରୀ ମହାନ୍ତି, ଆଇନଜୀବୀ ଲକ୍ଷ୍ମୀକାନ୍ତ ମହାନ୍ତି ମାମଲା ପରିଚାଳନା କରିଥିବାବେଳେ ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବି ପାମୀ ରଥ, ଅଶୋକ ମହାନ୍ତି ଏବଂ ସରକାରଙ୍କ ତରଫରୁ ଏମ ଆର ମହାନ୍ତି ମାମଲା ପରିଚାଳନା କରିଥିଲେ ।

ଏବେ ସବୁ ବିଭାଗରେ “ପଦବୀ ଭିତ୍ତିକ” ନିୟମ ଅନୁଯାୟୀ ପଦୋନ୍ନତି ପାଇଁ ବାଟ ଖୋଲିଥିବା ବେଳେ ଉଚ୍ଚ ନ୍ୟାୟଳୟ ଙ୍କ ଆଦେଶ ସରକାର କିପରି ପାଳନ କରୁଛନ୍ତି ଦେଖିବାକୁ ବାକି ରହିଲା । 

Related posts

ଏସଆଇଆର୍ ଆରମ୍ଭ ; ଉପଖଣ୍ଡ ପ୍ରଶାସନ ପକ୍ଷରୁ ସଚେତନତା

ରାଜ ଚlଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଭିଭାବକ ଶିକ୍ଷକ ସମ୍ମିଳନୀ

Sunil Chandra Nayak

ହଷ୍ଟେଲ ରେ ନିଯୁକ୍ତି ଦାବୀ ରେ ପରିବାର ର ଧାରଣା

Sunil Chandra Nayak

Leave a Comment

error: Content is protected !!