ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ଲାଷ୍ଟିକ ମୁକ୍ତ ନୂଆପଡା ନିର୍ମାଣ ଦିଗରେ ଆଉ ଏକ ପଦକ୍ଷେପ l ଜିଲ୍ଲାର ଦ୍ଵିତୀୟ ଶିଆଳି ଖଲି ଦନା ନିର୍ମାଣ ୟୁନିଟ୍ କୁ ଉଦ୍ଘାଟନ କଲେ ଜିଲ୍ଲାପାଳ l ପ୍ରତି ପଞ୍ଚାୟତରେ ଏଭଳି କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ହେବ – ଜିଲ୍ଲାପାଳ 

ପ୍ଲାଷ୍ଟିକ ମୁକ୍ତ ନୂଆପଡା ନିର୍ମାଣ ଦିଗରେ ଆଉ ଏକ ପଦକ୍ଷେପ l ଜିଲ୍ଲାର ଦ୍ଵିତୀୟ ଶିଆଳି ଖଲି ଦନା ନିର୍ମାଣ ୟୁନିଟ୍ କୁ ଉଦ୍ଘାଟନ କଲେ ଜିଲ୍ଲାପାଳ l ପ୍ରତି ପଞ୍ଚାୟତରେ ଏଭଳି କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ହେବ – ଜିଲ୍ଲାପାଳ 

ନୂଆପଡା,(ସୁଜିତ କୁମାର ପ୍ରଧାନ) ନୂଆପଡା ସହର ସ୍ଥିତ ସିର୍ତୋଲ ୱାର୍ଡ ନମ୍ବର ୧୨ ରେ ଶନିବାର ରାଧାଗୋବିନ୍ଦ ସ୍ଵୟଂ ସହାୟକ ଦଳର ଏକ ଶିଆଳି ପତ୍ର ଖଲି ଦନା ନିର୍ମାଣ ୟୁନିଟ୍ କୁ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଉଦ୍ଘାଟନ କରିଛନ୍ତି l ଓରମାସ ଓ ହର୍ଷା ଟ୍ରଷ୍ଟ ର ମିଳିତ ଉଦ୍ୟମରେ ଏହି ମେସିନ୍ କୁ ଉକ୍ତ ଏସଏଚଜି କୁ ଯୋଗାଇ ଦିଆଯାଇ କର୍ଯ୍ୟକ୍ଷମ କରାଯାଇଛି l ଓରମାସ ଦ୍ୱାରା ଆୟୋଜିତ ଏହି କ୍ଷୁଦ୍ର ଶିଳ୍ପ ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧାରୁଆ ଓ ଡେପୁଟି ସିଇଓ ବିଦେଶ ଘୋଷ ମଧ୍ୟ ଉପସ୍ଥିତ ଥିଲେ l ଏହି ଅବସରରେ ଜିଲ୍ଲାପାଳ ନୂଆପଡାର ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କୁ କାର୍ଯ୍ୟକାରୀ କରିବା ଏବଂ ଆହୁରି ସୁଦୃଢ଼ କରିବା ପାଇଁ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ସମାନ ପରିବେଶ ଅନୁକୂଳ ଲିଫ୍ ପ୍ଲେଟ୍ ଏବଂ କଟଲେରୀ ଶିଳ୍ପ ପ୍ରତିଷ୍ଠା କରିବାର ଯୋଜନା ଘୋଷଣା କରିଥିଲେ। ଏହି ଅନନ୍ୟ ପଦକ୍ଷେପ ଏକକ-ବ୍ୟବହାର ପ୍ଲାଷ୍ଟିକର ଏକ ସମୁଚିତ ବିକଳ୍ପ ସୃଷ୍ଟି କରିଛି l ଏସ ୟୁ ପି ମୁକ୍ତ ନୂଆପଡା ଅଭିଯାନର ନିରନ୍ତର ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି।

Related posts

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ ବିଶ୍ୱକୁନ୍ତଳ ଶିଶୁଗୃହର ଅନ୍ତେବାସୀଙ୍କ ସହିତ ମହୁଲପଡାର ଜୁଆଙ୍ଗ ସାହିର ଲୋକମାନଙ୍କ ସହିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ବରା ଦିବସ -୨୦୨୬ ପାଳନ

Sunil Chandra Nayak

ପୋକ୍ସୋ ଓ ଏସ୍‌ସି-ଏସ୍‌ଟି ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ସାମାନ୍ୟ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ପାଣି, ସୃଷ୍ଟି ହେଉଛି କୃତ୍ରିମ ବନ୍ୟା

masiha

Leave a Comment

error: Content is protected !!