ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଡାବୁଗାଁ ଗ୍ରସ୍ତ 

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଡାବୁଗାଁ ଗ୍ରସ୍ତ 

ଡାବୁଗାଁ, ୩/୨ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ଗସ୍ତ କରି ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ଗସ୍ତ କରିଛନ୍ତି । ମନ୍ତ୍ରୀ ବିଦ୍ୟାଳୟ ପରିସରରେ ପହଞ୍ଚି ଶିକ୍ଷାର ଗୁଣମାନ, ପାଠପଢ଼ା ପରିବେଶ ଏବଂ ଶିକ୍ଷକ-ଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶିଶୁମାନଙ୍କୁ ଶିକ୍ଷା ସହିତ ସଂସ୍କାର, ଶୃଙ୍ଖଳା ଓ ନୀତିମୂଲ୍ୟର ଗୁରୁତ୍ୱ ବିଷୟରେ ଉଦବୋଧନ ଦେଇଥିଲେ । ସେ କହିଥିଲେ ଯେ ଭଲ ଶିକ୍ଷା ମାଧ୍ୟମରେ ଶିଶୁମାନେ ଦେଶର ଭବିଷ୍ୟତ ଗଢ଼ିପାରିବେ। ବିଦ୍ୟାଳୟ ପକ୍ଷରୁ ମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ଏହି ଗସ୍ତ ସମୟରେ ବିଡିଓ ସମୀର ପାତ୍ର, ତହସିଲଦାର ଗୀତା ମୁର୍ମୁ, ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତାମ, ଡାବୁଗାଁ ବ୍ଲକ ଭାଜପା ର କାର୍ଯ୍ୟକର୍ତ୍ତା ମାନେ ବିଜେପି ଜିଲା ସମ୍ପାଦକ ଜେ. ରାଜ ଶେଖର ରାଓ, ମହେଶ ପାତ୍ର ସହ ଅନେକ ଜନପ୍ରତିନିଧି, ଅଭିଭାବକ ମାନେ ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଚୌଧୁରୀ, ଗୁରୁମା ଗୁରୁଜୀ ସହ ଛାତ୍ରୀଛାତ୍ର ମାନେ ଉପସ୍ଥିତି ଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଓଡିଶା ଆଦିବାସୀ ଅଧିକାର ମଞ୍ଚ ତେନ୍ତୁଳିଖୁଣ୍ଟି ସାଙ୍ଗଠନିକ କମିଟି ତରଫରୁ ଜଙ୍ଗଲ ଅଧିକାର ଆଇନ ସଠିକ କାର୍ଯ୍ୟକାରୀ ପାଇଁ ଆଠ ଦଫା ଦାବିପତ୍ର 

ପ୍ରତ୍ୟେକ ଶିଶୁ ବିବାହ ଓ ଶିଶୁ ଶ୍ରମିକ ଘଟଣାରେ ଏଫ୍ ଆଇ ଆର୍ ( ପ୍ରଥମ ସୁଚନା ରିପୋର୍ଟ) ଅନିବାର୍ଯ୍ୟ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ 

Sunil Chandra Nayak

ଟାଟା ପାଓ୍ବାର ଦ୍ବାରା ପ୍ରତାରିତ ହେଉଛନ୍ତି ବିଦ୍ୟୁତ କର୍ମଚାରୀ , ସମସ୍ୟାର ସମାଧାନ ନେଇ ଜଣାଇଲେ ୧୧ଦଫା ଦାବି , ଦାବି ପୁରଣ ନହେଲେ ଆନ୍ଦୋଳନର ଚେତାବନୀ

Leave a Comment

error: Content is protected !!