ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସୁକନ୍ୟା ଇତିଶ୍ରୀ ଙ୍କ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ପରିସରରେ ” ପିଡି ହିନ୍ଦୁଜା ସଭାଗୃହ ସହିତ ସାଂସ୍କୃତିକ କେନ୍ଦ୍ର” ର ଭିତ୍ତି ପ୍ରସ୍ତର ସ୍ଥାପନ

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସୁକନ୍ୟା ଇତିଶ୍ରୀ ଙ୍କ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ପରିସରରେ ” ପିଡି ହିନ୍ଦୁଜା ସଭାଗୃହ ସହିତ ସାଂସ୍କୃତିକ କେନ୍ଦ୍ର” ର ଭିତ୍ତି ପ୍ରସ୍ତର ସ୍ଥାପନ

ରାଇରଙ୍ଗପୁର – ୫/୦୨ — ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ପରିସରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ପ୍ରଚେଷ୍ଟାରେ ହିନ୍ଦୁଜା ଗ୍ରୁପ ତରଫରୁ ଏକ ଅତ୍ୟାଧୁନିକ ଡିଜିଟାଲ ସଂଯୋଗୀକରଣ ” ପିଡି ହିନ୍ଦୁଜା ସଭାଗୃହ ଓ ସାଂସାଂସ୍କୃତିକ କେନ୍ଦ୍ର” ର ଭିତ୍ତି ପ୍ରସ୍ତର ସ୍ଥାପନ ରାଷ୍ଟ୍ରପତିଙ୍କ ଏକମାତ୍ର ସୁକନ୍ୟା ଶ୍ରୀମତୀ ଇତିଶ୍ରୀ ମୁର୍ମୁ ଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି ।ମୟୂରଭଂଜ ଜିଲ୍ଲାର ଵାମନଘାଟୀ ଉପଖଣ୍ଡ ଏକ ସଂସ୍କୃତି ସମ୍ପନ୍ନ ଅଞ୍ଚଳ ।ଏହି ଅଂଚଳରେକୁଡୁମି,ସାନ୍ତାଳୀ,ହୋ,ମୁଣ୍ଡା,ମୁଣ୍ଡାରୀ,ଭୂମିଜ,ଶିଖ,ମାରଓ୍ବାଡୀ,ଗୁଜୁରାଟୀ ବିହାରୀ ,ରାଜସ୍ଥାନୀ ତଥା ବିଭିନ୍ନ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି ।ସମସ୍ତଙ୍କର ଏକ ନିଆରା ସଂସ୍କୃତି ଅଛି ।ଏହି ଅଞ୍ଚଳର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ଅଡିଟୋୟରିୟମ ର ଅଭାବ ଥିଲା ।ସଂସ୍କୃତିପ୍ରେମୀ ଦୂରଦୃଷ୍ଟୀ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ପ୍ରଚେଷ୍ଟାରେ ହିନ୍ଦୁଜା ଗ୍ରୁପ ବହୁ ପୁରାତନ ରାଇରଙ୍ଗପୁର ଉଚ୍ଚବାଳକ ବିଦ୍ୟାଳୟ ପରିସରରେ ୪୦୦ ରୁ ଉର୍ଦ୍ଧ୍ବ ଜନତା ବସିବା ପାଇଁ ଏକ ଶୀତତାପ ନିୟନ୍ତ୍ରିତ ଡିଜିଟାଲ ଆଧାରିତ ଏକ ସାଂସ୍କୃତିକ ଗୃହ ପାଇଁ ସମ୍ମତି ପ୍ରକାଶ କରିଥିଲେ ।ଆଜି ମହାମହିମ ରାଷ୍ଟ୍ରପତି ରାଇରଙ୍ଗପୁର ଗସ୍ତରେ ଆସିଥିବାବେଳେ ତାଙ୍କ ସୁକନ୍ୟା ଇତିଶ୍ରୀ ମୁର୍ମୁ ମଧ୍ୟ ଆସିଥିଲେ ।ଆଜି ପୂର୍ବାହ୍ନ ୧୧ ଘଟିକା ରେ ଉଚ୍ଚ ବାଳକ ଵିଦ୍ଯାଳୟ ପରିସରରେ ମୁଖ୍ୟ ଅତିଥି ଇତିଶ୍ରୀ ମୁର୍ମୁ ପ୍ରଦୀପ ପ୍ରଜ୍ବଳନ କରି ଏହି ସାଂସ୍କୃତିକ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।ଏଥିପାଇଁ ବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।ବିଦ୍ୟାଳୟର ଛାତ୍ର,ଶିକ୍ଷକ,ଶିକ୍ଷୟତ୍ରିମାନେ ମୁଖ୍ୟ ଅତିଥିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ସେଠାରେ ତାଙ୍କ ସହିତ ହିନ୍ଦୁଜା କର୍ପୋରେଟ ଗ୍ରୁପର ପ୍ରେସିଡେଣ୍ଟ ଡଃ ଏସ କେ ଚଢା,ସିଇଓ ରମଣ କଲ୍ୟାଣ କ୍ରିଷ୍ନାନ,ଏବଂ ସମସ୍ତ କର୍ମଚାରୀ,ମୟୂରଭଂଜ ର ଏଡିଏମ୍ ନେତ୍ରାନନ୍ଦ ମଲ୍ଲିକ,ପ୍ରଧାନ ଶିକ୍ଷକ ବିନୟ ରଞ୍ଜନ ନାଏକ ଉପସ୍ଥିତ ଥିଲେ । ବିଜ୍ଞାନ ଶିକ୍ଷକ ରଞ୍ଜନ ନନ୍ଦ ମଂଚ ପରିଚାଳନା କରିଥିଲେ ।ହିନ୍ଦୁଜା ଗ୍ରୁପର ପ୍ରେସିଡେଣ୍ଟ କହିଥିଲେ ହିନ୍ଦୁଜା ଗ୍ରୁପ କେବଳ ବ୍ୟବସାୟକୁ ଗୁରୁତ୍ବ ଦେଇ ନ ଥାଏ କମ୍ପାନୀ ମଧ୍ୟ ସାମାଜିକ କ୍ଷେତ୍ରରେ ନିଜକୁ ସାମିଲ କରିଥାଏ ।ଶିକ୍ଷାର ବିକାଶ ପାଇଁ ବହୁବିଧ ଅନୁଷ୍ଠାନ କରିଛି ।ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟରେ ୪୦୦ ସିଟ୍ ବିଶିଷ୍ଟ ଏକ ସଭା ଓ ସାଂସ୍କୃତିକ କେନ୍ଦ୍ର ୧୧ ମାସ ମଧ୍ୟରେ ନିର୍ମାଣ ଶେଷ ହେବ ।ଏହାର ଅଟକଳ ମୂଲ୍ୟ .୪ କୋଟି ୩୨ ଲକ୍ଷ ଟଙ୍କା ଏବଂ ଡିଜିଟାଲାଇଜେସନର ପାଇଁ ଏକ କୋଟି ଟଙ୍କା ଖର୍ଚ ହେବ। ଯାହାକି ଦେଶ ବିଦେଶର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇପାରିବ ।ମୁଖ୍ୟ ଅତିଥି କହିଥିଲେ ଇତିଶ୍ରୀ ମୁର୍ମୁ କହିଥିଲେ ଏହି ମାଟି,ପାଣି,ପବନ ନେଇ ସେ ବାଢିଛନ୍ତି ।ଏହି ମାଟି ଆମକୁ ବହୁତ୍ କିଛି ଦେଇଛି ,ଆମେ ମଧ୍ୟ ଏହି ମାଟି ପାଇଁ କିଛି କରିବାକୁ ପଡ଼ିବ ।ଏହି ରାଇରଙ୍ଗପୁର ସଂସ୍କୃତି ସମ୍ପନ୍ନ ସହରରେ ଏକ ଅତ୍ୟାଧୁନିକ ସାଂସ୍କୃତିକ ଅଡିଟୋରିୟମରେ ଆବଶ୍ୟକତା ଥିଲା ।ଏହି ଗୃହ ନିର୍ମାଣ ହେଲେ ଏହା ସମସ୍ତଙ୍କ ପାଇଁ ବହୁବିଧ କାର୍ଯ୍ୟରେ ଲାଗି ପାରିବ ।ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ ।କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ,ଗଣମାଧ୍ୟମ ପ୍ରତିନିଧି,ଅଭିଭାବକ,ଶିକ୍ଷକ,ଶିକ୍ଷୟତ୍ରୀ ସାମିଲ ହୋଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଅଞ୍ଚଳରେ ସେମାନଙ୍କୁ ସେବା କରିବାକୁ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଡାବୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦାବିପତ୍ର ପ୍ରଦାନ

Sunil Chandra Nayak

ସମସ୍ୟା ଘେରରେ ଅଲେଖ ମହିମା ମଠ

Sunil Chandra Nayak

ବୟାଳିଶମୌଜାରେ ରଜ ମହୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!