ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଯୁବ ବିଜେଡିର ନେତୃତ୍ୱ ବିଚାର ଯୁବ ନେତା ଅଶୋକ ପ୍ରଧାନ  ଚର୍ଚ୍ଚା ରେ

ଯୁବ ବିଜେଡିର ନେତୃତ୍ୱ ବିଚାର ଯୁବ ନେତା ଅଶୋକ ପ୍ରଧାନ  ଚର୍ଚ୍ଚା ରେ

କୋରାପୁଟ ବିଜୁ ଜନତା ଦଳର ଯୁବ ଜିଲ୍ଲା ସଭାପତି ଦାୟିତ୍ବ ନେବା ପାଇଁ କିଏ ଯୋଗ୍ୟ ହେବେ ଏ ପ୍ରଶ୍ନକୁ ନେଇ ତର୍କତର୍ଜମା ଆରମ୍ଭ ହୋଇଥିବା ବେଳେ ଯୁବ ସଭାପତି ହେବାକୁ କିଛି ଯୁବ ନେତା ଆଗଭର ହେଉଛନ୍ତି । ଯୁବ ନେତୃତ୍ବଙ୍କ ସହ ସମ୍ପର୍କ, ସଂଗଠନରେ ପ୍ରଭାବ ଏବଂ ଦଳୀୟ ବିଚାରଧାରାରେ ରହିଥିବା ଯୁବ ନେତା ଖୋଜା ପଡ଼ିଥିବା ବେଳେ ପଞ୍ଚାୟତ ଓ ପୌର ନିର୍ବାଚନ ପରିଚାଳନାରେ ଦକ୍ଷତା ବି ଯୋଗ୍ୟତା ହେବ । ତେଣୁ ସବୁ ଦିଗକୁ ଦୃଷ୍ଟି ଦେଇ ଯୁବ ସଭାପତି ଘୋଷଣା କରାଯିବ ବୋଲି ଜଣା ପଡ଼ିଛି। ଯୁବ ସଭାପତି ଆଶରେ କିଛି ନେତା ବିଭିନ୍ନ ନିର୍ବାଚନ ମଣ୍ଡଳୀର ଛାମୁଆ ନେତାଙ୍କ ଲେଖା (ସୁପାରିସ ପତ୍ର)ଧରି ବୁଲୁଥିବା ବେଳେ କିଛି ନେତା ଶୀର୍ଷ ନେତୃତ୍ବଙ୍କ ପ୍ରତିଶ୍ରୁତି ପାଇ ଚୁପ୍ ବସିଥ‌ିବା କୁହାଯାଉଛି । ସେହିପରି ଗ୍ରାମୀଣ ଜିଲ୍ଲା ସଭାପତି ଙ୍କ ଜିଲ୍ଲା ଟିମ୍‌ର ସମ୍ପ୍ରସାରଣ ପ୍ରକ୍ରିୟା ଜାରି ରହିଛି । ଖୁବ୍ ଶୀଘ୍ର ଘୋଷଣା ହେବାର ସମ୍ଭାବନା ରହିଛି | ଶାସକ ଦଳ ଙ୍କ କାୟା ବଢ଼ିବା ଯୋଗୁଁ ଯୁବ ଗୋଷ୍ଠି କୁ ଆକୃଷ୍ଟ କରିବାକୁ ଅଶୋକ ପ୍ରୟାସ ଜାରି ରଖିଛନ୍ତି। ସେଥିପାଇଁ କୋରାପୁଟ ଜିଲ୍ଲା ସବୁ ନିର୍ବାଚନମଣ୍ଡଳୀ ରେ ଛାମୁଆ ନେତାଙ୍କ ସହ ସୁସମ୍ପର୍କ ରହିଥ‌ିବା ନେତାଙ୍କୁ ଯୁବ ସଭାପତି ଦାୟିତ୍ଵ ମିଳିବ। କୋରାପୁଟ ଜିଲ୍ଲାର ଦୌଡ଼ରେ ଲାଲତ ରଞ୍ଜନ ସେଠି, ଅଶୋକ ପ୍ରଧାନ, ଅମିତ ଅଗ୍ରବଲ,ଲିଇଚନ ଖରା. ମୁନା ଦଳପତି. କିରଣ କୁମାର ସ୍ବାଇଁ, ରହିଥ‌ିବା ଜଣାପଡ଼ୁଛି.କୋରାପୁଟ ଜିଲ୍ଲାରେ 5ଟି ବିଧାନସଭା ଆସନରେ ବିଜେଡିର ପରାଜୟ ପରେ ଦଳୀୟ କ୍ଷେତ୍ରରେ ସାଂଗଠନିକ ଦୁର୍ବଳ ରହିଛି । ଏଭଳି ପରିବର୍ତ୍ତିତ ରାଜନୈତିକ ପଣିପାଗରେ ଯୁବ ସଭାପତି ଯିଏ ବି ହେବେ 5 ଟି ନିର୍ବାଚନ ମଣ୍ଡଳୀର ନେତୃତ୍ବଙ୍କୁ ସାଥ୍‌ରେ ନେଇ ଚାଲିବେ। କେବଳ ଛାମୁଆ ନେତା ନୁହ ଯୁବ ବିଜେତି ସଂଗଠକ ମାନେ ମଧ୍ଯ ପ୍ରତ୍ୟକ୍ଷ ରାଜନୀତିରେ ଭାଗିବାର ଥିବାରୁ ସେମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ ରହିବା ଏବେ ଏ ପଦ ପାଇଁ ଦୌଡ଼ରେ ବର୍ତମାନ ର ସଭାପତି ଲଲାଟ ରଞ୍ଜନ ସେଠି, ଅଶୋକ ପ୍ରଧାନ ଙ୍କ ନାଁ ପ୍ରଥମେ ଶୁଣାଯାଉଛି । ଲଲାଟ ପୂର୍ବରୁ ଏକକ ଥର ଏ ଦାୟିତ୍ଵ ତୁଲାଇ ସାରିଛନ୍ତି। 

ଶ୍ୟମୋ ଖିଲୋ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର କୁଡୁମି ଭବନ ପରିସରରେ ପଶ୍ଚିମ ମୟୂରଭଂଜ ବିଜେପି ତରଫରୁ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷର ବିକାଶ କାର୍ଯ୍ୟକ୍ରମକୁ ନେଇ ସାମ୍ବାଦିକ ସମ୍ମିଳନୀ

masiha

ନୂଆପଡା ରେ ଡିଫାଇନ୍ କଳାହାଣ୍ଡିର ରୋଡ଼ ସୋ

masiha

ଅଂଚଳଗୁମା ମଣ୍ଡଳ ବିଜେପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!