ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୯ ରୁ ସପ୍ତାହକୁ ୩ ଦିନ ଚାଲିବ ଜୁନାଗଡ଼ ରୋଡ଼-ହାବଡା ଇସ୍ପାତ ଏକ୍ସପ୍ରେସ

୧୯ ରୁ ସପ୍ତାହକୁ ୩ ଦିନ ଚାଲିବ ଜୁନାଗଡ଼ ରୋଡ଼-ହାବଡା ଇସ୍ପାତ ଏକ୍ସପ୍ରେସ

ଜୁନାଗଡ଼,୧୩/୨(ମନୀ ସ)ଆସନ୍ତା ୧୯ତାରିଖରୁ ସପ୍ତାହକୁ ୩ଦିନ ଟିଟିଲାଗଡ଼ରୁ ସମ୍ପ୍ରସାରିତ ହୋଇ ଚାଲିବ ଜୁନାଗଡ଼ -ହାବଡ଼ା ଇସ୍ପାତ ଏକ୍ସପ୍ରେସ।ଫଳରେ ଦୀର୍ଘଦିନରୁ ଦାବୀ ହୋଇଆସୁଥିବା ଏହି ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଟିଟିଲାଗଡ଼-ହାବଡା ଟ୍ରେନ ନମ୍ବର ୧୨୮୭୧/୧୨୮୭୨ ଆସନ୍ତା ୧୯ ତାରିଖରୁ ଟିଟିଲାଗଡ଼ ରୁ ସମ୍ପ୍ରସାରିତ ହୋଇ ଜୁନାଗଡ଼ ରୋଡ଼ ରୁ ଚାଲିବା ପାଇଁ ଇଷ୍ଟକୋଷ୍ଟ ରେଲୱେ ସମ୍ବଲପୁର ଡିଭିଜନ ରୁ ଚିଠି ହୋଇଥିବା ଜଣାପଡିଛି।ଏହି ଟ୍ରେନ ସଂପ୍ରସାରଣକୁ କଳାହାଣ୍ଡି ମାନ୍ୟବର ସାଂସଦ ମାଳବିକା ଦେବୀ ଦିନ ୩ଟା ସମୟରେ ପତାକା ଦେଖାଇ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।ଏହି ଟ୍ରେନ ଚାଲିବା ଦ୍ୱାରା କଳାହାଣ୍ଡି ତଥା ପଡୋଶୀ ଜିଲ୍ଲାରେ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇବା ସମ୍ଭାବନା ରହିବା ସହ ଭାରତ ପୁରାତନ ରାଜଧାନୀ ତଥା ବାଣିଜ୍ୟ ପେଣ୍ଠ କୋଲକତା ସହ ସିଧାସଳଖ ଯୋଗାଯୋଗ ହୋଇ ପାରିବ। ଏଥିନେଇ ବିଭିନ୍ନମହଲରେ ରେ ଖୁସିର ଲହରୀ ଖେଳିଯିବା ସହ ମାନ୍ୟବର ସାଂସଦ ମଳବିକା ଦେବୀ ଓ ସୁଜିତ କୁମାରଙ୍କୁ କୃତଜ୍ଞତା ଜଣାଇଛନ୍ତି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍  

Related posts

ଫାଇଲେରିଆ ନିରାକରଣ ଅଭିଯାନ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ 

masiha

ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ର ନବମ ବାର୍ଷିକୀ ରଜ ଉତ୍ସବ ପାଳନ

Sunil Chandra Nayak

ଜିଲ୍ଲା ଗାଁସାଥୀ ମେଟ୍ ସଂଘ ର ବୈଠକ ଓ ନୂତନ କମିଟି ଗଠନ 

masiha

Leave a Comment

error: Content is protected !!