ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ବ ରେଡ଼କ୍ରସ୍ ଦିବସ ପାଳିତ

ରାଉରକେଲା/ ସେକ୍ଟର ୪ସ୍ଥିତ ରାଉରକେଲା କଲେଜ,ରାଉରକେଲା ଏବଂ ରାଉରକେଲା ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ,ରାଉରକେଲା ରେଡ଼କ୍ରସ୍ ୟୁନିଟ ତରଫରୁ ବିଶ୍ବ ରେଡ଼କ୍ରସ୍ ଦିବସ ପାଳିତ ହୋଇଯାଇଛି। ରେଡ଼କ୍ରସ୍ ୟୁନିଟର କଉନସିଲର ଅଧ୍ଯାପକ ରଶ୍ମି ରଞ୍ଜନ ରାଉତ, ପ୍ରୋଗାମ ଅଫିସର ଅଧ୍ଯାପକ କରୁଣାକର ପାଟ୍ଟଶାଣୀଙ୍କ ଦ୍ବାରା ଆୟୋଜିତ ଏବଂ କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ପୌରୋହିତ୍ଯରେ ଏହି କାର୍ଯ୍ୟକ୍ରମରେ ରାଉରକେଲା କଲେଜର ଜାତୀୟ ସେବା ଯୋଜନା (ଏନଏସଏସ)ର ପ୍ରୋଗାମ ଅଫିସର ଅଧ୍ଯାପକ ବନବିହାରୀ କିଷାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଅଧ୍ଯକ୍ଷା ପ୍ରଫେସର ପ୍ରଧାନ ରେଡ଼କ୍ରସ୍ ପ୍ରାଣ ପ୍ରତିଷ୍ଠାତା ପ୍ରାତଃ ସ୍ମରଣୀୟ ଜନ ହେନେରୀ ଡୁନାଣ୍ଟଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ପ୍ରଦାନ ପୂର୍ବକ “ବିଶ୍ବ ରେଡ଼କ୍ରସ୍ ଦିବସର ମହତ୍ବ” ସଂପର୍କରେ ସବିଶେଷ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଅଧ୍ଯାପକ ଶ୍ରୀ କିଶାନ “ରେଡ଼କ୍ରସ, ସେବା, ମାନବିକତା ଏକ ଓ ଅଭିନ୍ନ, ଯାହା ବିଶ୍ବ ପାଇଁ ମୌସୁମୀର ସ୍ପର୍ଶ ସଦୃଶ” ବୋଲି ମତବ୍ଯକ୍ତ କରିଥିଲେ। ରେଡ଼କ୍ରସ୍ ପ୍ରୋଗ୍ରାମ ଅଫିସର ଅଧ୍ଯାପକ ଶ୍ରୀ ପାଟ୍ଟଶାଣୀ “ପ୍ରଣମ୍ଯ ଜନ ହେନେରୀ ଡୁନାଣ୍ଟ ହେଉଛନ୍ତି ସେବା, ସଂଗଠନ ଓ ମାନବବାଦର ଆଧୁନିକ ମହର୍ଷି ଏବଂ ସଂଗଠନ ଓ ଶୃଙ୍ଖଳା ଭିତରେ ସେବା କାର୍ଯ୍ଯ ଜଗତ କଲ୍ଯାଣରେ ସହାୟକ ହେବ” ବୋଲି ସ୍ବେଚ୍ଛାସେବକମାନଙ୍କ ପାଖରେ ବକ୍ତବ୍ଯ ରଖିଥିଲେ । କାଉନସିଲର ଅଧ୍ଯାପକ ଶ୍ରୀ ରାଉତ ବିଶ୍ବ ରେଡ଼କ୍ରସ୍ ଦିବସ ଅବସରରେ ସ୍ବେଚ୍ଛାସେବକମାନେ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିବାକୁ ପ୍ରଚୋଦିତ କରିଥିଲେ। କାର୍ଯ୍ଯକ୍ରମର ଦ୍ବିତୀୟ ପର୍ଯ୍ଯାୟରେ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସ୍ବେଚ୍ଛାସେବକମାନଙ୍କୁ ଆଜୀବନ ସେବା ବ୍ରତୀ ଏବଂ ମାନବ ଜାତି ପାଇଁ ଉତ୍ସର୍ଗୀକୃତ ହେବା ପାଇଁ ସଂକଳ୍ପ ପାଠ କରାଇଥିଲେ। ତୃତୀୟ ପର୍ଯ୍ଯାୟରେ ସ୍ବେଚ୍ଛାସେବକମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ଯକ୍ରମର ଆୟୋଜନ ହୋଇଥିଲା। ଏଥିରେ ସ୍ବେଚ୍ଛାସେବୀ ବିଷ୍ଣୁପ୍ରିୟା ପାତ୍ର, ମମିତା ବଡାଇକ, ଐଶ୍ବର୍ଯ୍ଯା ସାହୁ, ପୂଜାରାଣୀ ପ୍ରମୁଖ ନୃତ୍ଯ ପରିବେଷଣ କରି ପ୍ରଶଂସାଭାଜନ ହୋଇଥିଲେ। କାର୍ଯ୍ଯକ୍ରମର ସଂଯୋଜନା ବାଳିକା ୟୁନିଟର କ୍ଯାପଟେନ ସୁଶ୍ରୀ ନାନ୍ସି କରିଥିବା ବେଳେ ବାଳକ ୟୁନିଟର କ୍ଯାପଟେନ ସନ୍ତୋଷ ଗୌଡ଼ ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଶ୍ବଜିତ, ସୂରଜ, ଗୋବିନ୍ଦ, ଗିରୀଜା, ଆକାଶ, ଅଭିଷେକ, ଅଙ୍କୁର, ଅଜୟ, ରୂପେଶ, ଜିତେନ୍ଦର, ବବି, ଆଦିତ୍, ଅନ୍ନପୂର୍ଣା, ସୋନିଆ, ଶ୍ରୀୟା, ପ୍ରୀତି, ଦୀପିକା, ଶ୍ରୁତି, ମନ୍ସ୍ପୀ, ଅନୀତା, ଭବାନୀ, ଅଙ୍କିତା, ବଳଦେବ, ଧନରାମ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ଯକ୍ରମର ଅନ୍ତିମ ପର୍ଯ୍ଯାୟରେ ସେକ୍ଟର-୬ସ୍ଥିତ ପୋଷ୍ଯ ବସ୍ତି ଜଗନ୍ନାଥ ଆଶ୍ରମରେ ଗରୀବ ଲୋକମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଜାତୀୟ ସମ୍ବିଧାନ ଦିବସ ଅବସରରେ ଓଡିଶା ସାମ୍ୱାଦିକ ସଙ୍ଘ (ଓଜେୟୁ) ନବରଙ୍ଗପୁର ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର

Sunil Chandra Nayak

ସମ୍ବାଦ ସାହିତ୍ୟଘର,ରାଉରକେଲା ଓ ଉତ୍କଳ ନବଜୀବନ ମଣ୍ଡଳର ଆଲୋଚନା ଚକ୍ର ଅନୁଷ୍ଠିତ

ବନ ବିଭାଗର ମନରେଗା ଅର୍ଥର ଦୁରୁପଯୋଗ 

Sunil Chandra Nayak

Leave a Comment

error: Content is protected !!