ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ମୃତି ସାନ୍ତ୍ଵନା ର ସ୍ବତନ୍ତ୍ର ଲେଖିକା ସମ୍ମିଳନୀ  ସମ୍ମାନିତ ହେଲେ ଅଙ୍ଗୁରବାଳା, ସ୍ନେହଲତା,ସୁଧୀରାଲକ୍ଷ୍ମୀ ଓ  ସୈ।ଦାମିନୀ 

ସ୍ମୃତି ସାନ୍ତ୍ଵନା ର ସ୍ବତନ୍ତ୍ର ଲେଖିକା ସମ୍ମିଳନୀ 

ସମ୍ମାନିତ ହେଲେ ଅଙ୍ଗୁରବାଳା, ସ୍ନେହଲତା,ସୁଧୀରାଲକ୍ଷ୍ମୀ ଓ  ସୈ।ଦାମିନୀ 

ରାଉରକେଲା/ ଭୁବନେଶ୍ୱର: ତ୍ରୈମାସିକ ଓଡ଼ିଆ ପତ୍ରିକା ସ୍ମୃତି ସାନ୍ତ୍ଵନା ର ସ୍ବତନ୍ତ୍ର ରାଜ୍ୟସ୍ତରୀୟ ଲେଖିକା ସମ୍ମିଳନୀ ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। କବୀ ଅଙ୍ଗୁରବାଳା ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୈ।ଦାମିନୀ ତ୍ରିପାଠୀ ବେଦପାଠ କରିଥିଲାବେଳେ ସମ୍ପାଦିକା ସବିତା ରାଣୀ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସହ ସମ୍ପାଦିକା ସୁମିତ୍ରା ମିଶ୍ର ଅତିଥି ପରିଚୟ ଓ ସଭାପତି ଆଶାଲତା ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ମୃତି ସାନ୍ତ୍ଵନା ର ସ୍ବତନ୍ତ୍ର ଲେଖିକା ବିଶେଷାଙ୍କ ପତ୍ରିକା ଲୋକାର୍ପିତ ହୋଇଥିଲା। ଉଦଘାଟିକା ଭାବେ ସୁସାହିତ୍ୟିକା ବନଜା ଦେବୀ, ମୁଖ୍ୟ ଅତିଥି ଭାବେ ଡ ଶକୁନ୍ତଳା ବଳିଆର ସିଂହ, ମୁଖ୍ୟବକ୍ତା ଭାବେ ଡ ସୋମା ଚାନ୍ଦ ସମୟ ସୁଅରେ ନାରୀ ବିଷୟରେ ମତ ରଖିଥିଲେ। ଏହି ଅବସରରେ ଅଙ୍ଗୁରବାଳା ପରିଡ଼ା, ସ୍ନେହଲତା ଦାସ ଲେଙ୍କା, ସୁଧୀରାଲକ୍ଷ୍ମୀ ପଟ୍ଟନାୟକ, ସୈ।ଦାମିନୀ ତ୍ରିପାଠୀ ଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରଥମ ଅଧିବେଶନ ରେ କବୀ କାନନବାଳା ପଟ୍ଟନାୟକ, ଶରତକୁମାରୀ ମିଶ୍ର, କମଳକୁମାରୀ ଦାଶ,ଅନିମା ପଟ୍ଟନାୟକ, ମନୋରମା ପଣ୍ଡା ଙ୍କ ସଂଯୋଜନାରେ ୫୦ରୁ ଉର୍ଦ୍ଧ୍ବ କବୀ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ଗୀତାଞ୍ଜଳି ପାଣି ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍  

Related posts

ନର୍ଲାକୁ ଏନଏସି ମାନ୍ୟତା ମିଳିବାରୁ ଉତ୍ସବ ମୁଖର ନର୍ଲା ସହର 

masiha

ଗୁହାଳ ଘରେ ନିଆଁ ଲାଗି ଦଶରୁ ଉର୍ଦ୍ଧ ଛେଳି ଜୀବନ୍ତ ଦଗ୍ଧ, ଦୁଇ ଆହତ 

masiha

ବ୍ଲକ କୃଷି କର୍ଯ୍ୟଲୟରେ କୃଷକ ସାଥୀ ମାନଙ୍କୁ ବଳରାମ ମାସ ଯୋଜନା କାର୍ଯ୍ୟକାରୀତା ପାଇଁ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!