ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସର୍ବମଙ୍ଗଳା ମନ୍ଦିରରେ ନୂତନ ବିଗ୍ରହ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

ସର୍ବମଙ୍ଗଳା ମନ୍ଦିରରେ ନୂତନ ବିଗ୍ରହ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

ଜୁନାଗଡ଼ (ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମାଁ ସର୍ବମଙ୍ଗଳା ମନ୍ଦିରରେ ନୂତନ ବିଗ୍ରହ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବଧାରା ପରିଲକ୍ଷିତ ହୋଇଥିଲା।

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ଚପୁରିଆ ସରପଞ୍ଚ ଵିଷ୍ଣୁ ପ୍ରିୟା ବାଗ,ଦଶପୁର ସମିତି ସଭ୍ୟ ଦୁର୍ଗେଶ୍ଵର ସାହୁ ସମେତ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ପୂଜାପାଠ ଓ ହୋମ ଯଜ୍ଞ ସହିତ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା। କର୍ତ୍ତା ଭାବରେ ଡଃ ଅସିତ କୁମାର ସାହୁ,ପ୍ରିୟଙ୍କା ନାୟକ,ସୁଶାନ୍ତ କୁମାର ସାହୁ,କନକ ମଞ୍ଜରୀ ସାହୁ,ଜଜ୍ଞସେନ ବାଗ,ମେନକା ବାଗ ଦାୟିତ୍ୱ ତୁଳାଇ ଥିବା ବେଳେ ମୁଖ୍ୟ ପୂଜକ ଭାବରେ ହରିଶ୍ଚନ୍ଦ୍ର ଖମାରୀ କାର୍ଯ୍ୟ ସମ୍ପାଦନା କରିଥିଲେ । ପ୍ରାଣ ପ୍ରତିଷ୍ଠା ହେଉଛି ଏକ ବିଶେଷ ରୀତିନୀତି, ଯାହା ମାଧ୍ୟମରେ ଦେବତାଙ୍କ ପ୍ରତିମୂର୍ତ୍ତିରେ ଦିବ୍ୟ ଶକ୍ତି ସଂଚାର କରାଯାଏ। ଏହି କାର୍ଯ୍ୟକ୍ରମରେ ବୈଦିକ ମନ୍ତ୍ରପାଠ ଏବଂ ବିଭିନ୍ନ ରୀତିନୀତି ଅନୁସାରେ ପୂଜା କରାଯାଇଥିଲା। ଏହି ପ୍ରାଣ ପ୍ରତିଷ୍ଠା ମହୋତ୍ସବ ମନ୍ଦିର ପାଇଁ ଏକ ନୂତନ ଅଧ୍ୟାୟର ଆରମ୍ଭ ବୋଲି ବିବେଚନା କରାଯାଉଛି। ଏହାଦ୍ୱାରା ଅଞ୍ଚଳରେ ଧାର୍ମିକ ପରିବେଶ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ଆସନ୍ତାକାଲି ସୂର୍ଯ୍ୟ ପୂଜା, ଗୋ ପୂଜା,ଚଣ୍ଡୀ ପାଠ,ଷୋଡଶ ଉପଚାର ପୂଜା,ହବନ, ମନ୍ଦିର ପ୍ରତିଷ୍ଠା ଓ ଧ୍ଵଜାରୋହଣ କାର୍ଯ୍ୟକ୍ରମ ସାଙ୍ଗକୁ ବୁଧବାର ଦିନ ମାଁ ଙ୍କ ସିଂହାସନ ବିଜୟ,ପୂର୍ଣ୍ଣାହୋତି ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମ ରେ ଚପୁରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଅରବିନ୍ଦ ଦାସ,ଡାକ୍ତର ବିଜୟ କୁମାର ପଣ୍ଡା,ଡାକ୍ତର ସଞ୍ଜୟ କୁମାର ଶିଖା ପ୍ରମୁଖ ସହଯୋଗ କରିଥିଲେ।

ଜାଗ ଜୀବନ ସା ଙ୍କ ରିପୋର୍ଟ୍  

Related posts

ମାଡିଙ୍ଗପଦର ଠାରେ ବିଶ୍ୱଶାନ୍ତି ମହିମା ବ୍ରହ୍ମଯଜ୍ଞ ଅନୁଷ୍ଠିତ

Sunil Chandra Nayak

ସାଇ ବାବା ଙ୍କ ପାଲକି ଶୋଭାଯାତ୍ରା

Sunil Chandra Nayak

ରାଇରଙ୍ଗପୁର ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ବାମନଘାଟୀ ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ଫେବୃଆରୀ ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଶ୍ଵଶାନ୍ତି ଵିଷ୍ନୁ ମହାଯଜ୍ଞ ଅନୁଷ୍ଠିତ ହେବା ନେଇ ସୂଚନା 

masiha

Leave a Comment

error: Content is protected !!