ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସିନାପାଲିରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା

ସିନାପାଲିରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା

ସିନାପାଲି:୨୪/୦୭- (ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ )-ନୂଆପଡା ଜିଲ୍ଳା ସିନାପାଲିରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଶୁକ୍ରବାର ସଂପନ୍ନ ହୋଇଥିବା ବେଳେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଆଜି ଭୋରରୁ ନେହେରୁ ମଣ୍ତପ ସ୍ଥିତ ମାଉସି ମାଁ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାପାଠ ଆରମ୍ଭ ହେବା ସହ ଲୋକଙ୍କ ଭିଡ଼ ଆରମ୍ଭ ହୋଇଥିଲା l ଅପରାହ୍ଣରେ ଶ୍ରୀଜୀଉଙ୍କ ପହଣ୍ତି ବିଜେ କରାଯାଇ ବିଜୟ ମେହେରଙ୍କ ଦ୍ୱାରା ତିନି ରଥରେ ଛେରାପହରା ପରେ ରଥଟଣା ଆରମ୍ଭ ହୋଇଥିଲା l ପାରମ୍ପରିକ ସଂପ୍ରଦା, ସଂକିର୍ତ୍ତନ, ଘଣ୍ଟଦଳ ସହ ମହିଳା ଶ୍ରଦ୍ଧାଳୁଙ୍କ ହୁଳହୁଳିରେ ସମଗ୍ର ପରିବେଶ ଦୁଳୁକି ଯାଇଥିଲା l ରଥଯାତ୍ରା ପରି ଆଜି ବାହୁଡ଼ାରେ ମଧ୍ଯ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳାମାନେ ଟାଣି ଥିଲେ l ନଅଦିନ ଧରି ଶ୍ରୀଜିଉଙ୍କ ସମସ୍ତ ନିତିକାନ୍ତିକୁ ମାଉସୀ ମାଁ ମନ୍ଦିର କମିଟି ତରଫରୁ ସଭାପତି ଶଶିଭୂଷଣ ମାଝୀ, ଉପସଭାପତି ବିଦ୍ୟାଧର ମେହେର, ସଂପାଦକ ମନୋଜ କୁମାର ଜୈନ, ସହସଂପାଦକ ରଜନୀ ମାଝୀ, ଉପଦେଷ୍ଟା ହରେଶ ଜୈନ, ଅରିଗଞ୍ଜନ ଯୋଷୀ, ଅଜିତ ଯୋଷୀଙ୍କ ସହ ବରିଷ୍ଠ ସଦସ୍ୟ ନାରାୟଣ ପାତ୍ର, ଟେଣ ମେହେର, ଗଳାମଣି ସା ଓ ରବୀନ୍ଦ୍ର ସା,ମକର ସା, ପ୍ରମୋଦ ଜୈନ, ପ୍ରସନ୍ନ ସାହୁ, ପ୍ରବୀଣ ଜୈନ, ଅମିତ ଜୈନ, ରିପୁ ସା ପ୍ରମୁଖ ଶୄଙ୍ଖଳାର ସହ ସଂପାଦନା କରିଥିଲେ ା ଆଡପ ମଣ୍ଡପର କର୍ତା ଭାବରେ ବିଦ୍ୟାଧର ମେହେର ଓ ସରସ୍ବତୀ ମେହେର ଦାଇତ୍ୱ ନିର୍ବାହ କରିଥିବା ବେଳେ ପ୍ରମୋଦ ଯୋଷୀ ପୂଜକ ଥିଲେ l ଆସନ୍ତାକାଲି ରଥାରୁଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି, ସୁନାବେଶ ଓ ପରେ ନିଲାଦ୍ରୀ ବିଜେ କରାଯିବ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଂପାଦକ ତୁଳସୀରାମ ମେହେର ସୂଚନା ଦେଇଛନ୍ତି l ଏଥିସହ ଏହି ବ୍ଲକ ଅନ୍ତର୍ଗତ ଚଳନା, ସାଗୁନଭାଡି, ହାତୀବନ୍ଧା, କେନ୍ଦୁମୁଣ୍ତା, ନୂଆଁମାଳପଡ଼ା, ଖଳନା, ବ୍ରାହ୍ମଣପଡ଼ା, ପତିଏଲପଡ଼ା, ଗୋର୍ଲା, ଟିମନପୁର, ଜାମଗାଁ, ଅରସାପଡ଼ା, ଗଣ୍ତାବାହାଳି, ବରଗାଁ, ଗମ୍ଭାରିଗୁଡ଼ା, ଗୋର୍ଲା, ସିଙ୍ଗଝର, ରାଣିମୁଣ୍ଡା ଆଦି ଗ୍ରାମରେ ମଧ୍ଯ ଶୃଙ୍ଖଳାର ସହ ବାହୁଡ଼ାଯାତ୍ରା ସଂପନ୍ନ ହୋଇଥିବା ଜଣାପଡ଼ିଛି ା

Related posts

ଚୁଡ଼ା ପାହାଡ଼ ପାଦଦେଶ ଗଦଲାଝରଣ ପର୍ଯ୍ୟଟନ ସ୍ଥଳୀ ଶ୍ରୀ ଶ୍ରୀ ଧବଳେଶ୍ବର ମନ୍ଦିରରେ ମହାଶିବରାତ୍ରି ପାଳିତ

Sunil Chandra Nayak

ମନ୍ତ୍ରୀ, ବିଧାୟକ, ନଗର ପାଳିକା ଅଧ୍ୟକ୍ଷ ସମଣି ଦ୍ବୟ ଙ୍କ ଦର୍ଶନ ସେବାର କଲେ ଲାଭ 

masiha

ରାଇରଙ୍ଗପୁର ପ୍ରସିଦ୍ଧ ୩୩ ତମ ରଥଯାତ୍ରା ପାଇଁ ଜଗନ୍ନାଥ ମନ୍ଦିରରେ ରଥକାଠ ଅନୁକୂଳ

Sunil Chandra Nayak

Leave a Comment

error: Content is protected !!