ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବି ପଲ୍ଲବୀ ଦାସଙ୍କୁ ବ୍ରହ୍ମପୁର ସାହିତ୍ଯ ଉତ୍ସବରେ ଯୁବକବି ସମ୍ମାନ

କବି ପଲ୍ଲବୀ ଦାସଙ୍କୁ ବ୍ରହ୍ମପୁର ସାହିତ୍ଯ ଉତ୍ସବରେ ଯୁବକବି ସମ୍ମାନ

ଜୁନାଗଡ଼,୨୩/୨(ମନୀସ)ବ୍ରହ୍ମପୁର ସାହିତ୍ଯ ପରିଷଦର ବାର୍ଷିକ ଉତ୍ସବରେ ଜୁନାଗଡର କବି ପଲ୍ଲବୀ ଦାସଙ୍କୁ ଯୁବକବି ସମ୍ମାନ ୨୦୨୬ ପ୍ରଦାନ କରାଯାଇଛି । ଗତ ଶନିବାର ସନ୍ଧ୍ୟାରେ ଗୋପାଳପୁର ବେଳାଭୂମିର ହିଲଭ୍ୟୁ କଟେଜ୍ ସଭାଗୃହରେ ଆୟୋଜିତ ଉତ୍ସବରେ ମୁଖ୍ଯ ଅତିଥି ଓଡ଼ିଶା ସାହିତ୍ଯ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ଡ. ଅଜୟ ସ୍ବାଇଁ ,ମୁଖ୍ଯବକ୍ତା ଡ. ନାରାୟଣ ପଣ୍ଡା , ସମ୍ମାନିତ ଅତିଥି ଯାମିନୀକାନ୍ତ ଦାଶ , ବିକ୍ଷିପ୍ତା ସାହିତ୍ଯ ସଂସଦର ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶ୍ୟାମାପ୍ରସାଦ ମିଶ୍ର ପ୍ରମୁଖ କବି ପଲ୍ଲବୀ ଦାସଙ୍କୁ ଉପଢୌକନ , ଫଳକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । କବିଙ୍କର କବିତାପୁସ୍ତକ ” ଏବେ ଯିବୁ ଯଦି ଯା” ଓ ଉଚ୍ଚକୋଟିର କବିତା ରଚନା ପାଇଁ ଚଳିତ ବର୍ଷର ଯୁବକବି ସମ୍ମାନ ପାଇବାକୁ ମନୋନୀତ ହୋଇଥିଲେ ।ତାଙ୍କ ଏହି ସମ୍ମାନ ପାଇଁ ଜୁନାଗଡ଼ ର ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍  

Related posts

୯ ମ ଆଇଆରବି, ଜାରିଙ୍ଗ ଠାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ରାଇରଙ୍ଗପୁରରେ ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ,ବାମନଘାଟୀ ଶାଖାର କର୍ମଚାରୀଵୃନ୍ଦଙ୍କ ବିଭିନ୍ନ ଦାବିନେଇ କଳାବ୍ୟାଚ ପରିଧାନ 

masiha

ସରକାରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଇକୋ କ୍ଲବ୍‌ ପକ୍ଷରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!