ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନମ ନେଇଛି କାନ୍ଦିବା ପାଇଁ ନାଟକ ମଞ୍ଚସ୍ଥ 

ଜନମ ନେଇଛି କାନ୍ଦିବା ପାଇଁ ନାଟକ ମଞ୍ଚସ୍ଥ 

ଆସିକା, ୨୯/୩/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ କାନଗିରିଡି ଗ୍ରାମରେ ଶ୍ରି ଶ୍ରୀ ମା ଦଣ୍ଡକାଳୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ମା କାଳୀ ନାଟ୍ୟ ପରିଷଦ ପକ୍ଷରୁ ସାମାଜିକ ନାଟକ ଜନମ ନେଇଛି କାନ୍ଦିବା ପାଇଁ ସ୍ଥାନୀୟ କଳାକାର ମାନଙ୍କ ଦ୍ଵାରା ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି । ସାନଖେମୂଣ୍ଡି ବିଧାୟକ ଙ୍କ ପ୍ରତିନିଧି ପିଣ୍ଟୁ ଜେନା ଏହି ନାଟକକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ରୁଗୁମୁ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ,ମୂଖ୍ୟବକ୍ତା ଭାବରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ସମ୍ମାନୀତ ଅତିଥି ଭାବରେ ପୂର୍ବତନ ସରପଞ୍ଚ ସୁଧାକର ସ୍ବାଇଁ,ସମାଜସେବୀ ଗୋପାଳ କୃଷ୍ଣ ପାଢ଼ୀ, ଲଳିତ ମୋହନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ। ନାଟକର ନିର୍ଦ୍ଦେଶନା ସୀମାଞ୍ଚଳ ସାର ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଧ୍ରୁବ ଭାଇ । ମଞ୍ଚସଜା ଦାୟିତ୍ୱରେ ଇଟାମାଟି ର ପ୍ରଗତି ଚିତ୍ରାଳୟ ରହିଥିଲେ । ଏଥିରେ ଇନ୍ଦ୍ରମଣି ବେହେରା ସଭାପତିତ୍ବ କରିଥିଲାବେଳେ ସଞ୍ଜୟ ସାହୁ ପରିଚାଳନା କରିଥିଲେ । କାହ୍ନୁ ଚରଣ ମହାରଣାଙ୍କୁ ଶ୍ରେଷ୍ଠ କଳାକାର ଭାବରେ ମନୋନୀତ କରାଯାଇଥିଲା । ଏଥିରେ କାନଗିରିଡି ଗ୍ରାମବାସୀ ସହଯୋଗ ପ୍ରଦାନ କରିଥିଲେ।

Related posts

ଚାରବାହାଲକୁ ବ୍ଲକ ଦାବି ଜୋର୍ ଧରିଲା 

masiha

ବରପୁତ୍ର ଙ୍କ ସଫେଇ ଓ ମାଲ୍ୟାର୍ପଣ

Sunil Chandra Nayak

ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍ /ଧର୍ମପରାୟଣ ବ୍ୟକ୍ତି ତଥା ଆଳତୁମା ଗ୍ରାମସଭାର ଉପଦେଷ୍ଟା ମଦନମୋହନ ମହାନ୍ତି

Sunil Chandra Nayak

Leave a Comment

error: Content is protected !!