ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୦୦ପ୍ରତିଶତ ଶ୍ରବଣଶକ୍ତି ନଥିବା ପ୍ରମାଣପତ୍ରରେ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ନନ୍ଦିନୀ 

୧୦୦ପ୍ରତିଶତ ଶ୍ରବଣଶକ୍ତି ନଥିବା ପ୍ରମାଣପତ୍ରରେ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ନନ୍ଦିନୀ 

 ହିଞ୍ଜିଳିକାଟୁ : ୨୯/୦୩ ନିଜ ହକରୁ ବଞ୍ଚିତ ରହିଛନ୍ତି ଦିବ୍ୟାଙ୍ଗ ଯୁବତୀ ।ତାଙ୍କ ନାମ ନନ୍ଦିନୀ ସାହୁ ପିତା ପିତବାସ ସାହୁଙ୍କ ୧୦୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିଲେବି ସରକାରଙ୍କ ବଦ୍ଧିତ ଭତ୍ତା ମିଳିପାରୁନି। ବର୍ତ୍ତମାନ ତାଙ୍କୁ ୧୨୦୦ ଟଙ୍କା ଭତ୍ତା ମିଳୁଛି କିନ୍ତ ସରକାରଙ୍କ ନିୟମ ଅନୁସାରେ ୧୦୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିଲେ ୩୫୦୦ ଟଙ୍କା ଭତ୍ତା ମିଳିବା କଥା। ହେଲେ ନନ୍ଦିନୀଙ୍କ ଏହି ସହାୟତା ମିଳିବା କଷ୍ଟକର ହୋଇପଡିଛି । ପରିବାରର ପକ୍ଷରୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରି ତାଙ୍କର ନିରାଶ ହୋଇଛନ୍ତି। ଏପରି ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଳକର ଭାବନ୍ଧ ପଞ୍ଚାୟତ ଗ୍ରାମର ବାସିନ୍ଦା ବେଳେ ଜନ୍ମରୁ ଦିବ୍ୟାଙ୍ଗ ସହ ଗରିବ ପରିବାର ରହିଛନ୍ତି ।ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନାହିଁ । ଏକ ଛୋଟଘରେ ବସବାସ ବେଳେ ଦିନମଜୁରୀଆ ବାପା କରୁଛନ୍ତି ।ଜୀବିକା କହିଲେ ଜଣେ ମିଠା କାରିଗର ।ଯାହା ସ୍ବଳ୍ପ ରୋଜଗାର ହେଉଛି ସେଥିରେ ପରିବାର ଚଳାଇଛନ୍ତି । ଜମିବାଡ଼ି କିଛି ନାହିଁ। ନନ୍ଦିନୀଙ୍କୁ ଡିସେମ୍ବର ମାସ ୨୦୧୪ରୁ ୧୨୦୦ଟଙ୍କା ମିଳୁଛି ଭତ୍ତା କିନ୍ତୁ ୨୩/୧୦/୨୦୨୫ ରେ ୧୦୦ ପ୍ରତିଶତ ଶ୍ରବଣଶକ୍ତି ନାହିଁ ବୋଲି ଡିଜିଟାଲ ପ୍ରମାଣପତ୍ର ମିଳିଥିଲେ ମଧ୍ୟ ରାଜ୍ୟରେ ନୂତନ ସରକାରଙ୍କ ନିୟମାନୁସାରେ ନନ୍ଦିନୀ ସାହୁଙ୍କୁ ୩୫୦୦ ଟଙ୍କା ଭତ୍ତା ମିଳିବା କଥା | କିନ୍ତୁ ଏଥିରୁ ସେ ବଞ୍ଚିତ ରହିଛନ୍ତି। ଏନେଇ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ, ଗତବର୍ଷ ନଭେମ୍ବର ମାସରୁ ତାଙ୍କୁ ବଦ୍ଧିତ ଭତ୍ତା ପାଇଁ ଛତ୍ରପୁର ଉପଖଣ୍ଡ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ଟାର୍ଗେଟ୍ ଆସିଲେ ହିତାଧିକାରୀଙ୍କୁ ବଦ୍ଧିତ ଭତ୍ତା ପ୍ରଦାନ କରାଯିବା । ଜାଣିଶୁଣି ପ୍ରସାଶନିକ ଅଧିକାରୀ ମାନେ କରୁଛନ୍ତି। ତାଙ୍କ ର ସରକାର ଉପରେ ଆଉ ଭରସା ନାହିଁ ବୋଲି ନିଜେ କହିଛନ୍ତି। କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

Related posts

ସାମ୍ବାଦିକ ସହଯୋଗ କଲେ ଆମେ ସବୁ ସ୍ତରରେ ସଫଳ ହେବୁ:  ଆଇ ଆଇ ସି

Sunil Chandra Nayak

ଟାଙ୍ଗିଆ ଚୋଟରେ ଡ୍ରାଇଭର ଗୁରୁତର ଘଟଣା, ଅଭିଯୁକ୍ତ ଙ୍କୁ ଧରିବାକୁ ପରିବାର ଓ ଡ୍ରାଭର ସଂଘ ପକ୍ଷରୁ କେଗାଁ ଥାନା ଘେରାଓ

ରାଉରକେଲା ଶ୍ରମିକ ସଂଘ ଏସ୍‌ଟି ସେଲ୍‌ର ବନ୍ଧୁମିଳନ

Leave a Comment

error: Content is protected !!