ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ

ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ

 କାମାକ୍ଷାନଗର,  କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ସମାରୋହରେ ପାଳିତ ହୋଇଯାଇଛି l ଏ ଉପଲକ୍ଷେ ପ୍ରାରମ୍ଭରେ ପ୍ରଭାତଫେରୀ ପରେ ସାରଙ୍ଗଧର ଉଚ୍ଚାବିଦ୍ୟାଳୟରେ ଗଡଜାତ ଗାନ୍ଧୀ ସାରଙ୍ଗଧରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ଗାନ୍ଧୀ ମନ୍ଦିରରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି, ଗୋପବନ୍ଧୁ ପାର୍କ ରେ ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ବସଷ୍ଟାଣ୍ଡ ପରିସରରେ ବିଜୁ ପେଟଟନାୟକଙ୍କ ପ୍ରତିମୂର୍ତ୍ତି ରେ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ପରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଅନୁଷ୍ଠିତ ସାଧାରଣ ସଭାରେ ଉପଜିଲ୍ଲାପାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାଂପ୍ରତୀକ ପରିସ୍ଥିତି ରେ ଉତ୍କଳ ର ଇତିହାସ ଉପରେ ଆଲୋକପାତ କରି ଓଡ଼ିଆ ଭାଷା ପ୍ରତି ପ୍ରତ୍ୟେକ ସ୍ତରରେ ଗୁରୁତ୍ୱ ଦିଆଯାଇ ପାରିଲେ ଉତ୍କଳ ର ବରପୁତ୍ର ମାନଙ୍କ ପ୍ରତି ତାହା ସମ୍ମାନ ହୋଇପାରିବ ବୋଲି ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଶୁଭଙ୍କର ମହାନ୍ତି, ଡେପୁଟି କଲେକ୍ଟର ଜ୍ୟୋତିରୂପା ଶତପଥି, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଜନୀକାନ୍ତ ସାମଲ, ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର,ଓକିଲ ସଙ୍ଘ ସଭାପତି ରଞ୍ଜନ କୁମାର ରାଉତ, ସଂପାଦକ ପ୍ରଶାନ୍ତ କୁମାର ପାଣି ପ୍ରମୁଖ ଉତ୍କଳ ର ବରପୁତ୍ର ମାନଙ୍କର ଭୂମିକା ଉପରେ ଆଲୋଚନା କରିଥିଲେ l ଏଇ ଅବସରରେ ଉତ୍କଳ ଦିବସ ଉପଲକ୍ଷେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ପ୍ରବନ୍ଧ, ସଂଗୀତ,ତର୍କ ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ସ୍ବର୍ଣ୍ଣପ୍ରଭା

masiha

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 

Sunil Chandra Nayak

ବସ୍ ଧକ୍କାରେ ଯୁବକ ଗୁରୁତର 

Sunil Chandra Nayak

Leave a Comment

error: Content is protected !!