ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ରେ ଉପଖଣ୍ଡ ସ୍ତରୀୟ ୯୧ ତମ ଓଡିଶା ଦିବସ ପାଳିତ 

ଧର୍ମଗଡ ରେ ଉପଖଣ୍ଡ ସ୍ତରୀୟ ୯୧ ତମ ଓଡିଶା ଦିବସ ପାଳିତ 

ଧର୍ମଗଡ:ଧର୍ମଗଡ ଉପଖଣ୍ଡ ସ୍ତରୀୟ ୯୧ ତମ ଓଡ଼ିଶା ଦିବସ ସ୍ଥାନୀୟ କଳାହାଣ୍ଡି ଉତ୍ସବ ପଡ଼ିଆ ଠାରେ ପାଳିତ ହୋଇ ଯାଇଛି । ଧର୍ମଗଡ ବିଡ଼ିଓ ସଦାଶିବ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମୂଖ୍ୟ ବକ୍ତା ଭାବେ ସାହିତ୍ୟିକ ତଥା ଶିକ୍ଷାବିତ ପ୍ରତାପ କିଶୋର ମୁଣ୍ଡ, ସମ୍ମାନୀତ ଅତିଥି ଭାବେ ପଞ୍ଚାୟତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସତ୍ୟ ପଟ୍ଟନାୟକ , ବ୍ଲକ ଅଧ୍ୟକ୍ଷା ବବିତା ପଟ ଯୋଶୀ, ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ଡେପୁଟି କଲେକ୍ଟର ଅମିୟ କୁମାର ବେହେରା, ପୂର୍ବତନ ଏନଏସି ଅଧ୍ୟକ୍ଷା ହୀରା ବାଗ ପ୍ରମୁଖ ଯୋଗ ଦେଇ ଓଡ଼ିଶା ଦିବସ ପାଳନ ଉପରେ ଆଲୋକପାତ କରି ଓଡ଼ିଆ ଭାଷା ଓ ଜାତି କୁ ସମୃଦ୍ଧ କରିବା ପାଇଁ ଉତ୍ସର୍ଗୀକୃତ ମନୋଭାବ ସହ ଦୃଢ଼ ସଂକଳ୍ପ ନେବାର ଆବଶ୍ୟକତା ଉପରେ ଜୋର ଦେଈ ଥିଲେ । ଏହି ଦିବସ ପାଳନ ଅବସର ରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ଥିବା ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା । ଡେମୋନଷ୍ଟ୍ରେଟର ମାଧବ ଲହଜଲ ସ୍ଵାଗତ ଭାଷଣ ପ୍ରଦାନ ଓ ସଭା କାର୍ଯ୍ୟ ପରିଚାଳନା କରିଥିଲା ବେଳେ ରାଜେନ୍ଦ୍ର ଦୂରିଆ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ସିଂ କାର୍ଯ୍ୟକ୍ରମ ଅୟୋଜନ କରିଥିବା ବେଳେ ତହସିଲଦାର ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କାଉଡୋଳା ପଞ୍ଚାୟତ ରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ଆଗକୁ ମାଟ୍ରିକ ପରୀକ୍ଷା ,ସଂସ୍କୃତ ଶିକ୍ଷକ ବଦଳି ହେଲେ ,ଚିନ୍ତାରେ ଛାତ୍ରଛାତ୍ରୀ 

masiha

ପୁସ୍ତକ ମେଳାର ଦ୍ୱିତୀୟ ଦିବସ…ଉତ୍କଳ ଗୀତିକବି ସମାଜ ର ସାହିତ୍ୟ ସଂଧ୍ୟା ….

Sunil Chandra Nayak

Leave a Comment

error: Content is protected !!