ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନ ରେ ହିଙ୍ଗୁଳା ଯାତ୍ରା ଆରମ୍ଭ 

ଭୁବନ ରେ ହିଙ୍ଗୁଳା ଯାତ୍ରା ଆରମ୍ଭ 

କାମାକ୍ଷାନଗର – ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ପ୍ରସିଦ୍ଧ ଶକ୍ତି ପୀଠ ହିଙ୍ଗୁଳା ଠାକୁରାଣୀ ଙ୍କ ପବିତ୍ର ପୀଠ ରେ ଆଜି ବୁଧବାର ଠାରୁ ୬୮ ତମ (ଝାମୁଯାତ୍ରା,ମହାଯଜ୍ଞ) ହିଙ୍ଗୁଳା ଯାତ୍ରା ଆରମ୍ଭ ହୋଇଛି । ଏହି ଉପଲକ୍ଷେ ବୁଧବାର ଅପରାହ୍ନରେ ଶତାଧିକ ପୁରୁଷ ,ମହିଳା କଳସ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମା ହିଙ୍ଗୁଳା ଙ୍କ ନିକଟରେ ଘଟ ସ୍ଥାପନ କରିବେ । ଆସନ୍ତା କାଲି ଗୁରୁବାର ପୂର୍ଣ୍ଣମୀ ଦିନ ଅପରାହ୍ନ ୪ ଘଟିକା ସମୟରେ ମାନସିକ ବ୍ରତ ଧାରୀ ପାଟୁଆ ଙ୍କ ଦ୍ଵାରା (ଝାମୁଯାତ୍ରା) ନିଆଁରେ ଚାଲିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ସନ୍ଧ୍ୟାରୁ ଶନିବାର ପର୍ଯ୍ୟନ୍ତ ପୂଜାର୍ଚ୍ଚନା,ହୋମ ଯଜ୍ଞ ଓ ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହେବ ଏବଂ ୫ ତାରିଖ ରବିବାର ଦିନ ସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ହିଙ୍ଗୁଳା ଦେବୀ ଠାକୁରାଣୀ ଚାରି ଟେବୁଲ୍ ଟ୍ରଷ୍ଟ ସଭାପତି ସଵପତି ଶଶୀ ଭୂଷଣ ପୃଷ୍ଟି ଙ୍କ ସମେତ ସମ୍ପାଦକ କୁଞ୍ଜ ବିହାରୀ ଚିନରା, ସତ୍ୟାନନ୍ଦ ପୃଷ୍ଟି, ବିଶ୍ୱନାଥ ନାୟକ, ଖଗେଶ୍ୱର ନାୟକ, ନରୋତ୍ତମ ସାହୁ, ମୂଖ୍ୟ କଳସୀ ଦେବବ୍ରତ ପୃଷ୍ଟି ଓ ଭୁବନ ସଂକୀର୍ତ୍ତନ ମଣ୍ଡଳୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରୁଛନ୍ତି ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଦହିପଣା ଓ ଶୁଖିଲା ଖାଦ୍ୟ ବଣ୍ଟନ

masiha

ସୀଙ୍ଗିପୁର ରେ ସୁରଭି କାର୍ଯ୍ୟକ୍ରମ

Sunil Chandra Nayak

ମଘାମରl ବୁଢାଦେଓ ଯାତ୍ରା ରେ ଉଦବୋଧନ ଦେଲେ ରାଜ୍ୟସଭା ସାଂସଦ l ଆଦିବାସୀ ଗାରିମାମୟ ସଂସ୍କୃତି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ରହିଛି 

masiha

Leave a Comment

error: Content is protected !!