ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନିତା ଜୟପୁରିଆ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ସୁନିତା ଜୟପୁରିଆ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା 

ରାଉରକେଲା: ମା ସମଲେଶ୍ଵରୀ ସ୍ବୟଂ ସହାୟକ ଗୋଷ୍ଠୀ ର ସଭାପତି ତଥା ତ୍ରିଶକ୍ତି କ୍ଲଷ୍ଟରର ସମ୍ପାଦିକା ସୁନିତା ଜୟପୁରିଆଙ୍କ ଦୁର୍ଘଟଣା ରେ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୁନିତା ଙ୍କ ବିୟୋଗରେ ସେକ୍ଟର ୭ ସ୍ଥିତ ନାୟିକା ରାଉରକେଲା ଅନୁଷ୍ଠାନ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ସ୍ମୃତି ଚାରଣ କରାଯାଇଥିଲା। ନାୟିକା ରାଉରକେଲା ର ସମ୍ପାଦିକା କନକଲତା ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅରୁନ୍ଧତୀ, କଲ୍ୟାଣୀ, ନମିତା, ସନ୍ଧ୍ୟା, ଶାନ୍ତିଲତା, ରୁନୁ, ସୁକାନ୍ତୀ,ସୋମା, ମଣ୍ଡଳଙ୍କ ଜୟନ୍ତୀ, ରାଜଶ୍ରୀ, ରଶ୍ମି ପ୍ରମୁଖ ଶୋକ ବାର୍ତ୍ତା ସହ ବକ୍ତବ୍ୟ ରଖିଥିଲେ। ସୂଚନାଯୋଗ୍ୟ ଯେ ସେକ୍ଟର ୬ ସି ବ୍ଲକରେ ରହୁଥିବା ସୁନିତା ଙ୍କ ସ୍ବାମୀ ଜଣେ ଆଇନଜୀବୀ। ସୁନିତା ଓ ତାଙ୍କ ସ୍ବାମୀ ନିଜ ଗାଁ କୁ ଯାଇ ସେଠାରୁ ଫେରି, ତାଙ୍କ ପୁଅ ଯିଏ ବୁର୍ଲାରେ ମେଡ଼ିକାଲ ରେ ପଢ଼ନ୍ତି ତାକୁ ଦେଖାକରି ଫେରିବାବେଳେ ରାଜଗାଙ୍ଗପୁର ଠାରେ ଦୂର୍ଘଟଣା ର ସମ୍ମୁଖୀନ ହେଇଥିଲେ। ଘଟଣାସ୍ଥଳରେ ସୁନିତା ମୃତ୍ୟୁ ବରଣ କରିଥିଲାବେଳେ ତାଙ୍କ ସ୍ବାମୀ ଗୁରୁତର ଆହତ ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୁନିତା ଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ତଥା ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସ୍ତରୀୟ ସମ୍ବିଧାନ ହତ୍ୟା ଦିବସ ପାଳନ ସମାରୋହରେ ଯୋଗ ଦେବେ ସୁନ୍ଦରଗଡ଼ ଜିଲ୍ଲାର ବାସିନ୍ଦା

masiha

କାଳବୈଶାଖୀ ରେ ବ୍ଲକ ପରିସରରେ ଭାଙ୍ଗିଥିବା ତିନୋଟି ଗଛକୁ ସଫା କଲା ଦମକଳ ବାହିନୀ

masiha

ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

masiha

Leave a Comment

error: Content is protected !!